ଟେଣ୍ଟ୍‌ ମାଲିକଙ୍କ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ନେଇ ଥାନା ଘେରାଉ କଲେ ଗ୍ରାମବାସୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ର ଘେନୁପାଲି ଗ୍ରାମର ଟେଣ୍ଟ ଦୋକାନ ମାଲିକ ରୋହିତ ଭୋଇ (୩୫)ଙ୍କୁ ହତ୍ୟା ଅଭିଯୋଗରେ ଗତ ଶୁକ୍ରବାର ସନ୍ଧ୍ୟାରେ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଏହି ଉତ୍ତେଜନା ଥମିବା ବଦଳରେ ଶନିବାର ପର୍ଯ୍ୟନ୍ତ ଶାନ୍ତ ପଡ଼ି ନଥିଲେ ଗ୍ରାମବାସୀ। ଫଳରେ ଗ୍ରାମବାସୀ ଥାନା ଘେରାଇ କରିବା ସହିତ ୫୩ନମ୍ବର ଜାତୀୟରାଜପଥକୁ ଅବରୋଧ କରିଛନ୍ତି। ଫଳରେ ଅନେକ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ୱରେ ଛିଡା ହୋଇ ରହିଛି।

ଏହି ପରିସ୍ଥିତିକୁ ନିୟମନ୍ତ୍ରଣ ପାଇଁ ପୁଲିସ ଏସ୍‌ଡିପିଓ ଭବାନୀ ଉଦଗାତା, ସଦର ଥାନା ଆଇଆଇସି ସୁରେଶ ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିବା ବେଳେ ଆଇ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୧ ସେକ୍ସନ୍‌ ପୁଲିସ ମୁତୟନ କରାଯାଇଛି। ଏନେଇ ସଦର ପୁଲିସ ଏକ ମାମଲା ରୁଜୁ କରିଥିବା ବେଲେ ୨ଟା ଟ୍ରାକ୍ଟର ଓ ଗୋଟଏ ଧାନଗାଡ଼ି ଜବତ କରିଛି।

ସୂଚନାଯୋଗ୍ୟ, ରୋହିତ ବଡ଼ସାହିର ଏକ ବିବାହରରେ ଟେଣ୍ଟ କାମରେ ଲାଗିଥିବା ପିଲାଙ୍କୁ ଖାଦ୍ୟ ଦେବା ପାଇଁ ଯାଇଥିବା ବେଳେ ଠାକୁରମାଲାର ଏକ ସ୍ଥାନରୁ ଟଙ୍କା ନେବାକୁ ତାଙ୍କ ନିକଟକୁ ଫୋନ୍‌ ଆସିଥିଲା। ଏହାପରେ ରୋହିତ ବାଇକ୍‌ ଯୋଗେ ଠାକୁରମାଲ ଯାଇଥିଲେ। ଅପରାହ୍ନରେ ୨ଟା ସମୟରେ ତାଙ୍କର ଠାକୁରମାଲ ଗ୍ରାମ ନିକଟରେ ରକ୍ତଜୁୁଡୁବୁଡୁ ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା କରିବା ସହିତ କେହି ଅଜଣାଗାଡ଼ି ଧକ୍କା ଦେଇ ଚାଲି ଯାଇଥିବ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର