ଢେଙ୍କାନାଳ: ଟ୍ରକ୍‌ ଧକ୍କାରେ ଯୁବକ ମୃତ

ଢେଙ୍କାନାଳ: ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ସଦର ଥାନା ସମ୍ମୁଖରେ ଏକ ଅଜଣା ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,, ଆଜି ସକାଳେ ସଦର ଥାନା ଅନ୍ତର୍ଗତ ଛାଟିଆ ଗ୍ରାମର ପ୍ରଫୁଲ୍ଲ ନାୟକ(୫୯ ବର୍ଷ) ଓ ଶ୍ରୀବତ୍ସ ନାୟକ(୪୦ ବର୍ଷ) ଓ ଆର ୦୬ ଜି ୨୪୪୮ ନମ୍ବର ବିଶିଷ୍ଟ ଆକ୍ଟିଭା ଗାଡ଼ିରେ ଗୁଣୁଦେଇ କ୍ରସରକୁ ଯାଉଥିଲେ। ପ୍ରଫୁଲ ଗାଡ଼ି ଚଲାଉଥିବା ବେଳେ ଶ୍ରୀବତ୍ସ ପଛରେ ବସିଥିଲେ। ସଦର ଥାନା ସମ୍ମୁଖରେ ଥିବା ଏକ ହମ୍ପସରେ ଆକ୍ଟିଭାଟିି ଧୀର ହୋଇଯିବାରୁ ପଛରେ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ପଛରେ ବସିଥିବା ଶ୍ରୀବସ୍ତ ପଡ଼ିଯିବାରୁ ଟ୍ରକ୍‌ଟି ତାଙ୍କୁ ଘୋଷାରି ନେଇଥିଲା। ଏପରିକି ଶ୍ରୀବତ୍ସଙ୍କ ଡାହାଣଗୋଡ଼ଟି ଟ୍ରକ୍‌ ଚକା ତଳେ ପଡ଼ି ସମ୍ପୂର୍ଣ୍ଣ ଛିଡ଼ି ଯାଇଥିଲାଓ ଘଟଣାସ୍ଥଳରେ ହିଁ ଶ୍ରୀବତ୍ସଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର