ଭଞ୍ଜନଗର: ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର

ଭଞ୍ଜନଗର: ଆଜି ଅପରାହ୍‌ଣରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା-ଜଗନ୍ନାଥପ୍ରସାଦ ରାସ୍ତାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଯୁବକଦ୍ୱୟ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗବରା ଗ୍ରାମର ସୁଦାମ ସେଠୀ ଓ ତେନ୍ତୁଳିଆ ଶାସନ ଗ୍ରାମରୀ ବସନ୍ତ ସ୍ୱାଇଁ। ଆହତମାନଙ୍କୁ ପ୍ରଥମେ ଭଞ୍ଜନଗର ଡାକ୍ତରଖାନା ଓ ପରେ ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର