ଆସ୍କା ସବ୍‌ଜେଲରେ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ, ଗୁରୁତର ୨ଜଣ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି

ଆସ୍କା/ଭଞ୍ଜନଗର: ଆଜି ସକାଳେ ଗଞ୍ଜାମ ଜିଲ୍ଲା ଆସ୍କା ସବ୍‌ ଜେଲ୍‌ ମଧ୍ୟରେ ଆଧିପତ୍ୟ ଜାହିର କରିବା ପାଇଁ ଦୁଇଜଣ ବିଚାରାଧୀନ କଏଦୀଙ୍କୁ ଅନ୍ୟ ଜଣେ କଏଦୀ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏପରିକି ଏହି ଗଣ୍ଡଗୋଳରେ ଉଭୟ ଗୁରୁତର ଭାବେ ଆହତ ହୋଇଥିବାରୁ ଓ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଆସ୍କା ଡାକ୍ତରଖାନା ଓ ପରେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଗଣ୍ଡଗୋଳର ଠୋସ୍‌ କାରଣ କ’ଣ ଓ ଆକ୍ରମଣକାରୀ କଏଦୀ ଓ ଆହତ କଏଦୀଙ୍କ ଭିତରେ ପୂର୍ବରୁ ଶତ୍ରୁତା ଥିଲା କିମ୍ବା ନାହିଁ ସେ ସମ୍ପର୍କରେ ଆସ୍କା ଜେଲ କର୍ତ୍ତୃପକ୍ଷ ମୁହଁ ଖୋଲୁ ନାହାଁନ୍ତି।


ମିଳିଥିବା ସୂଚନା ଅନୁଯାୟୀ, ଆସ୍କା ଜେଲର ୫ ନମ୍ବର ଓ୍ଵାର୍ଡ ବା ସେଲରେ ଏକ ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତ ସୁନୀଲ ରେଡ୍ଡି ଓ ହତ୍ୟା ଅଭିଯୁକ୍ତ ରବି ଦାଶ ରହୁଥିଲେ। ଗତ କିଛି ଦିନ ହେବ ଜଲର ଅନ୍ତେବାସୀମାନଙ୍କ ଉପରେ ନିଜର ଆଧିପତ୍ୟ ଜାହିର କରିବାକୁ ଅନ୍ୟଜଣେ ହତୃା ଅଭିଯୁକ୍ତ ତଥା ବିଚାରାଧୀନ କଏଦୀ ବଳରାମ ରେଡ୍ଡି ଚାହୁଁଥିଲେ। ବଳରାମଙ୍କ ପାଇଁ ସୁନୀଲ ଓ ରବି ବାଧକ ସାଜିଥଲେ। ତେବେ ଆଜି ସକାୁ ସମ୍ଭବତଃ ଏହି କାରଣରୁ ଉଭୟ ଅଭିଯୁକ୍ତଙ୍କୁ ବଳରାମ ମରଣାନ୍ତକ ଆକ୍ରମଣ କରିଥିଲେ। ତେବେ ଏହି ଦୁଇ ବିଚାରାଧୀନ କଏଦୀଭ୍କୁ କେଉଁ ଅସ୍ତ୍ରରେ ବଳରାମ ଆକ୍ରମଣ କରଛନ୍ତି ସେ ସମ୍ପର୍କରେ ଜେଲ କର୍ତ୍ତୃପକ୍ଷ କିଛି କହୁ ନାହାନ୍ତିିି। ତେବେ ଏହି ଘଟଣା ପରେ ଆସ୍କା ଜେଲ ମଧ୍ୟର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଉଭୟ ଆହତ ବିଚାରାଧୀନ କଏଦୀଙ୍କ ସମର୍ଥକଙ୍କ ମଧ୍ୟରେ ଚାପା ଉତ୍ତେଜନ ରହଛି। ଜେଲ କର୍ତ୍ତୃପକ୍ଷ କଡ଼ା ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର