ମାଲକାନଗିରି: ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ, ରାସ୍ତାକଡ଼ରେ ସନ୍ତାନ ଜନ୍ମ କଲେ ମହିଳା

ମାଲକାନଗିରି: ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ପୁଣି ଜଣେ ମହିଳା ରାସ୍ତ କଡ଼ରେ ସନ୍ତାନ ଜନ୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ମାଲକାନଗିରି ଜିଲ୍ଲା ଲୀଳାସାମ୍ବେରୁ ପଞ୍ଚାୟତ ବାଡାଲପୁଟ ଖମାରିଖରା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତା ଖରାପ ହେତୁ ଡାକ୍ତରଖାନା ଯାଇ ନ ପାରି ଜଣେ ମହିଳା ରାସ୍ତା କଡ଼ରେ ସନ୍ତାନ ପ୍ରସବ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଲୀଳାସାମ୍ବେରୁ ପଞ୍ଚାୟତ ବାଡାଲପୁଟ ଖମାରିଖରା ଅଞ୍ଚଳରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଏହି ଅଞ୍ଚଳର  ଜଣେ ମହିଳା ଅନ୍ତସତ୍ତ୍ୱା ଥିଲେ। ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ଡାକ୍ତରଖାନା ନେବା ପାଇଁ ସ୍ଥାନୀୟ ଓ ପରିବାରଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। କିନ୍ତୁ ରାସ୍ତା ଖରାପ ହେତୁ ଆମ୍ବଲାନ୍ସ ଅନ୍ତସତ୍ତ୍ୱାଙ୍କ ନିକଟରେ ପହଞ୍ଚି ପାରି ନଥିଲା । ମହିଳାଙ୍କୁ ଭାରରେ ଡାକ୍ତରଖାନା ନେଇ ଯାଉଥିବା ସମୟରେ ତାଙ୍କ ପ୍ରସବ ଯନ୍ତ୍ରଣା ବଢ଼ି ଯାଇଥିଲା। ସେ ଆଉ ଡାକ୍ତରଖାନା ଯାଇ ନପାରି ରାସ୍ତା ଉପରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ସମ୍ବନ୍ଧିତ ଖବର