ବସ୍ତିରେ ନାଳି ସମସ୍ୟାକୁ ନେଇ ଗଣ୍ଡଗୋଳ, ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ

ରାଉରକେଲା: ଉଦିତ ନଗର ଥାନା ଅନ୍ତର୍ଗତ ଶୀତଳପଡ଼ାର ବସ୍ତିରେ ନାଳି ସମସ୍ୟାକୁ ନେଇ ଦୁଇ ପଡୋଶୀ ମଧ୍ୟରେ ଆଜି ମାଡପିଟ ହୋଇଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ହେଲା ସୋନୁ ଲୋହାର। ହତ୍ୟାକାଣ୍ଡ ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଥିବା ଜଣାଯାଇଛି।

ସୂଚନା ଅନୁସାରେ ଶୀତଲପଡ଼ା ବସ୍ତିରେ ଥିବା ରାସ୍ତାକଡ଼ର ନାଳି ସମସ୍ୟାକୁ ନେଇ ଆଜି ସନ୍ଧ୍ୟା ସମୟରେ ଦୁଇ ପଡୋଶୀ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ବହୁଦିନରୁ ହୋଇ ଆସୁଥିଲା। କିନ୍ତୁ ଆଜି ଏହା ଭୟଙ୍କର ରୂପ ନେଇଥିଲା। ରାଗରେ ଉତ୍ତେଜିତ ହୋଇ କୁଆଁର ଲାକ୍ରା ଛୁରି ଆଣି ସୋନୁ ଲୋହାରଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ସୋନୁର ମୃତ୍ୟୁ ହୋଇଥିଲା। ସୋନୁର ଭଉଣୀ ସନ୍ତୋଷୀ ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ପାଇ ଉଦିତନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତହେଦ ଜବତ କରିବା ସହ ଅଭିଯୁକ୍ତ କୁଆଁରକୁ ଗିରଫ କରିଛି। ଏହି ହତ୍ୟାକାଣ୍ଡ ଘଟଣା ସହିତ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି। ଫେରାର ଅଭିଯୁକ୍ତକୁ ପୁଲିସ ଗିରଫ କରିବା ପାଇଁ ଛାନଭିନ୍‌ ଆରମ୍ଭ କରିଦେଇଛି।

ସମ୍ବନ୍ଧିତ ଖବର