ଦୁର୍ଗ ପତନ

0

‘ଏ ଲଟ୍‌ କ୍ୟାନ୍‌ ହାପ୍‌ନ୍‌ ଓଭର‌୍‌ ଏ କଫି’। ‘କଫିଟିଏ ପିଇବା ସମୟରେ ବହୁତ କିଛି ଘଟିପାରେ’। ‘କାଫେ କଫି ଡେ’ ନାମକ କଫି ଦୋକାନ ଚେନ୍‌ର ଏହି ସ୍ଲୋଗାନ୍‌ ସହିତ ଏହାର ଗ୍ରାହକମାନେ ସୁପରିଚିତ। ସ୍ଲୋଗାନ୍‌ଟିର ମର୍ମ ଅବଶ୍ୟ ହେଲା ଯେ ବାନ୍ଧବୀଙ୍କୁ ସାଙ୍ଗରେ ନେଇ କଫି ପିଇବାକୁ ଯାଇଥିଲେ, କଫି ପିଆ ସରିବା ବେଳକୁ ବାନ୍ଧବୀ ଜଣକ ପ୍ରେମିକାରେ ପରିଣତ ହୋଇ ଯାଇଥିବେ; ଅନ୍ୟ ପକ୍ଷଙ୍କ ସହିତ କଫି ପିଇବା ସହିତ ଯଦି କୌଣସି ବ୍ୟବସାୟ କାରବାର ସମ୍ବନ୍ଧରେ ଆଲୋଚନା କରାଯାଉଥାଏ, ତେବେ କଫି ପିଇବା ଶେଷ ହେବା ବେଳକୁ ସେ ଡିଲ୍‌ ପକ୍‌କା ହୋଇ ଯାଇଥିବ, … ଇତ୍ୟାଦି। ‘କାଫେ କଫି ଡେ’ର ଗ୍ରାହକମାନଙ୍କର ଅନୁଭୂତି ପ୍ରକୃତରେ ଏପରି ହୋଇଥାଏ କି ନାହିଁ, ଆମକୁ ଜଣା ନାହିଁ, କିନ୍ତୁ ଏହି କଫି ଚେନ୍‌ର ମାଲିକଙ୍କର ବହୁଚର୍ଚ୍ଚିତ ସଦ୍ୟତମ ସୌଭାଗ୍ୟ ଦେଖି ମନେହୁଏ ବୋଧହୁଏ ସ୍ଲୋଗାନ୍‌ଟି ନିରାଧାର ନୁହେଁ। କିଏ ଜାଣେ, ‘କାଫେ କଫି ଡେ’ର ମାଲିକ ଭି.ଜି.ସିଦ୍ଧାର୍ଥ ଏବ˚ ବିଶାଳ ଭିତ୍ତିଭୂମି ନିର୍ମାତା କମ୍ପାନି ‘ଲାର୍ସେନ୍‌ ଆଣ୍ତ୍‌ ଟୁବ୍ରୋ’ (‘ଏଲ୍‌ ଆଣ୍ତ୍‌ ଟି’)ର ମୁଖ୍ୟ ଏସ୍‌ ଏନ୍‌ ସୁବ୍ରମଣ୍ୟନ୍‌ଙ୍କ ମଧୢରେ ହୋଇଥିବା ଚମକପ୍ରଦ ଡିଲ୍‌ଟି କଫି ପିଇବା ସମୟରେ ଚୂଡ଼ାନ୍ତ ହୋଇ ନାହିଁ?

ଡିଲ୍‌ ଅନୁସାରେ ଭି.ଜି.ସିଦ୍ଧାର୍ଥଙ୍କ ପାଖରେ ଥିବା ‘ମାଇଣ୍ତ ଟ୍ରି’ ଆଇଟି କମ୍ପାନିର ୨୦.୩୨% ଅ˚ଶପତ୍ରକୁ ‘ଏଲ୍‌ ଆଣ୍ତ୍‌ ଟି’ ପ୍ରତି ଅ˚ଶପତ୍ର ପିଛା ୯୮୦ ଟଙ୍କା ଲେଖାଏଁ ମୂଲ୍ୟ ଦେଇ ମୋଟ ପ୍ରାୟ ୩,୩୦୦ କୋଟି ଟଙ୍କା ମୂଲ୍ୟରେ ସିଦ୍ଧାର୍ଥଙ୍କଠାରୁ କିଣି ନେବା ଭି.ଜି. ସିଦ୍ଧାର୍ଥ ଏହି ଡିଲ୍‌ ଦ୍ବାରା କେତେ ଲାଭ କରୁଛନ୍ତି ଦେଖାଯାଉ। ୧୯୯୯ରେ ସିଦ୍ଧାର୍ଥ ୪୪ କୋଟି ଟଙ୍କା ଦେଇ ‘ମାଇଣ୍ତ୍‌ ଟ୍ରି’ର ୬.୬% ଅ˚ଶପତ୍ର କିଣିଥିଲେ। ୨୦୧୧ରେ ସେ ପ୍ରଥମେ ୮୫ କୋଟି ଟଙ୍କା ଦେଇ ଆଉ ୫.୭୫ ଏବ˚ ୪୦ କୋଟି ଟଙ୍କା ଦେଇ ପରେ ଆଉ ୨.୦୫% ଅ˚ଶପତ୍ର କିଣିଥିଲେ।

୨୦୧୨ରେ ସେ ୧୭୧ କୋଟି ଟଙ୍କା ଦେଇ ଆଉ ୬.୮୪% ଅ˚ଶପତ୍ର କିଣିଥିଲେ। ‘ମାଇଣ୍ତ୍‌ ଟ୍ରି’ରେ ସିଦ୍ଧାର୍ଥ ଏହିପରି ମୋଟ ୩୪୦ କୋଟି ଟଙ୍କା ନିବେଶ କରିଥିଲେ। ପ୍ରାୟ ୨୦ ବର୍ଷ ପରେ ଏବେ ସେ ପୂର୍ବୋକ୍ତ ଡିଲ୍‌ ଅନୁସାରେ ‘ମାଇଣ୍ତ୍‌ ଟ୍ରି’ରୁ ପ୍ରସ୍ଥାନ କରିବା ସମୟରେ ପକେଟ୍‌ରେ ପ୍ରାୟ ୩୦୦୦ କୋଟିରୁ ଅଧିକ ଟଙ୍କାର ଲାଭ ପୂରାଇ ବାହାରିବେ।

ପ୍ରକାଶିତ ସୂଚନା ଅନୁସାରେ ଖୋଲା ବଜାରରୁ ‘ମାଇଣ୍ତ୍‌ ଟ୍ରି’ର ଆଉ ୧୫% ଅ˚ଶପତ୍ର ମଧୢ ନିବେଶକମାନଙ୍କ ଠାରୁ କିଣି ଆଣିବା ପାଇଁ ‘ଏଲ୍‌ ଆଣ୍ତ୍‌ ଟି’ ବ୍ରୋକର‌୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏହା ସମ୍ପୂର୍ଣ୍ଣ ହେବା ପରେ ଏକ ଖୋଲା ଅଫର‌୍‌ ମାଧୢମରେ ବଜାରରୁ ଆଉ କିଛି ଅ˚ଶପତ୍ର କ୍ରୟ କରି ‘ଏଲ୍‌ ଆଣ୍ତ୍‌ ଟି’ ନିଜ ମାଲିକାନାରେ ‘ମାଇଣ୍ତ୍‌ ଟ୍ରି’ର ୬୭% ଅ˚ଶପତ୍ର ରଖିବାକୁ ଲକ୍ଷ୍ୟ ରଖିଛି। ‘ଏଲ୍‌ ଆଣ୍ତ୍‌ ଟି’ର ଏହି ଅଭିଯାନକୁ ‘ମାଇଣ୍ତ ଟ୍ରି’ର ଶତ୍ରୁତାମୂଳକ ଦଖଲ (ହୋଷ୍ଟାଇଲ୍‌ ଟେକ୍‌ ଓଭର‌୍‌) ରୂପେ ବର୍ଣ୍ଣନା କରାଯାଉଛି ଏବ˚ ଏହା ଭାରତୀୟ ଶିଳ୍ପ ବାଣିଜ୍ୟ ଜଗତ୍‌ରେ ସେହି ଭଳି ଆଲୋଡ଼ନ ସୃଷ୍ଟି କରିଛି ଯେମିତି ୧୯୮୦ ଦଶକରେ ଆମେରିକାରେ ନିବେଶକ ଟ୍ରିବ୍ୟୁନ୍‌ ପିକେନ୍‌ସଙ୍କର ହୋଷ୍ଟାଇଲ୍‌ ଟେକ୍‌ ଓଭର ଅଭିଯାନ ମାନ ସୃଷ୍ଟି କରିଥିଲା। ଏହାର ଏକ ପ୍ରତ୍ୟକ୍ଷ ପ୍ରଭାବ ସହିତ ଓଡ଼ିଶାବାସୀ ସୁପରିଚିତ- ରାଜ୍ୟ ସରକାରଙ୍କର କ୍ୟାବିନେଟ୍‌ ରୢାଙ୍କ୍‌ଧାରୀ ସ୍କିଲ୍‌ ଡେଭଲପ୍‌ମେଣ୍ଟ୍‌ ଉପଦେଷ୍ଟା ତଥା ‘ମାଇଣ୍ତ୍‌ ଟ୍ରି’ର ଅନ୍ୟତମ ପ୍ରତିଷ୍ଠାତା ସୁବ୍ରତ ବାଗ୍‌ଚି ଏହି ପଦବିରୁ ଇସ୍ତଫା ଦେଇ ଦୁର୍ଗ ରକ୍ଷା କରିବାକୁ ଚାଲିଯାଇଛନ୍ତି। ଦୁର୍ଗରକ୍ଷା କିନ୍ତୁ ସହଜ ନୁହେଁ; କାରଣ ‘ମାଇଣ୍ତ୍‌ ଟ୍ରି’ର ଚାରିଜଣଯାକ ପ୍ରତିଷ୍ଠାତାମାନଙ୍କ ନିକଟରେ କମ୍ପାନିର ମୋଟ ମାତ୍ର ପ୍ରାୟ ୧୩% ଅ˚ଶପତ୍ର ରହିଛି ଏବ˚ ଅନ୍ୟ ନିବେଶକମାନଙ୍କ ଠାରୁ ‘ଏଲ୍‌ ଆଣ୍ତ୍‌ ଟି’ ଭଳି ଅତି ଉଚ୍ଚା ମୂଲ୍ୟ ଦେଇ ଅ˚ଶପତ୍ର ଫେରସ୍ତ ଆଣିବା ପାଇଁ ‘ମାଇଣ୍ତ୍‌ ଟ୍ରି’ ପାଖରେ ଯଥେଷ୍ଟ ସମ୍ବଳ ନାହିଁ। ଅପରପକ୍ଷେ ୬୭% ଅ˚ଶପତ୍ର କ୍ରୟ କରିବା ପାଇଁ ‘ଏଲ୍‌ ଆଣ୍ତ୍‌ ଟି’ ୧୦,୭୦୦ କୋଟି ଟଙ୍କା ବ୍ୟୟ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛି।

ଦୁର୍ଗ ପତନ ତେଣୁ ସୁନିଶ୍ଚିତ ଭଳି ମନେ ହେଉଛି; କିନ୍ତୁ ଏକ ବିଡ଼ମ୍ବନା ଭଳି ଏଥିଯୋଗୁଁ ଯିଏ ଅଧିକ ଲାଭବାନ୍‌ ହେବାକୁ ଯାଉଛନ୍ତି ସେମାନେ ବିଜେତା ପକ୍ଷ ନହୋଇ ପାରନ୍ତି, ବିଜିତ ପକ୍ଷ ଏଥିରୁ ଅଧିକ ଲାଭ ପାଇବା ପ୍ରାୟ ନିଶ୍ଚିତ। ଅ˚ଶପତ୍ରଧାରୀ (ସେଆର‌୍‌ ହୋଲ୍‌ଡର‌୍‌)ମାନେ ହେଉଛନ୍ତି ଏକ କମ୍ପାନିର ପ୍ରକୃତ ମାଲିକ। ‘ମାଇଣ୍ତ୍‌ ଟ୍ରି’ର ଅ˚ଶପତ୍ରଧାରୀମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଭାବରେ ଉଚ୍ଚା ମୂଲ୍ୟରେ ସେମାନଙ୍କ ଅ˚ଶପତ୍ରସବୁକୁ ‘ଏଲ୍‌ ଆଣ୍ତ୍‌ ଟି’କୁ ବିକ୍ରୟ କରିବାର ସୁଯୋଗ ପାଇବେ। ଭି. ଜି. ସିଦ୍ଧାର୍ଥ ହେଉଛନ୍ତି ଏହାର ଶ୍ରେଷ୍ଠ ଉଦାହରଣ। ‘ଏଲ୍‌ ଆଣ୍ତ୍‌ ଟି’ ତା’ର ବିଜିତ ‘ମାଇଣ୍ତ୍‌ ଟ୍ରି’ର ଅ˚ଶପତ୍ରଧାରୀମାନଙ୍କ ପାଇଁ ଏପରି ଅଚାନକ ଲାଭର ଦ୍ବାର ଖୋଲି ଦେଇଥିବା ବେଳେ ତା’ର ନିଜର ଅ˚ଶପତ୍ରଧାରୀମାନଙ୍କ ପାଇଁ ସେପରି କିଛି ଲାଭ ସୃଷ୍ଟି କରିବାକୁ ଯାଉନାହିଁ। ବର˚ ତା’ର ଏହି ପଦକ୍ଷେପ ତା’ର ନିଜ ଅ˚ଶପତ୍ରଧାରୀଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ଏହାର ପ୍ରମାଣ ସ୍ବରୂପ ଜାନୁଆରି ମଧୢଭାଗରୁ ‘ଏଲ୍‌ ଆଣ୍ତ୍‌ ଟି’ର ‘ମାଇଣ୍ତ ଟ୍ରି’ ଅଭିଯାନ ସମ୍ଭାବନା ସମ୍ବନ୍ଧରେ ଆଭାସ ମିଳିବା ପର ଠାରୁ ହିଁ ‘ଏଲ୍‌ ଆଣ୍ତ୍‌ ଟି ଇନ୍‌ଫୋଟେକ୍‌’ ଅ˚ଶପତ୍ର ମୂଲ୍ୟରେ ପ୍ରାୟ ୧୧% ହ୍ରାସ ଘଟିଥିବା ବେଳେ ‘ମାଇଣ୍ତ ଟ୍ରି’ ଅ˚ଶପତ୍ର ମୂଲ୍ୟରେ ପ୍ରାୟ ୭% ବୃଦ୍ଧି ଘଟିବା ଦେଖାଯାଇଛି।

ଆଇଟି କ୍ଷେତ୍ର ‘ଏଲ୍‌ ଆଣ୍ତ୍‌ ଟି’ର ମୌଳିକ କ୍ଷେତ୍ର ନୁହେଁ। ତେଣୁ ‘ମାଇଣ୍ତ ଟ୍ରି’ ପରି ଏକ ଅଣ-ମୌଳିକ କ୍ଷେତ୍ରର କମ୍ପାନିକୁ ଦଖଲ କରିବା ପାଇଁ ‘ଏଲ୍‌ ଆଣ୍ତ୍‌ ଟି’ ଏତେ ବିଶାଳ ଆକାରର ସଞ୍ଚିତ ସମ୍ବଳ ବିନିଯୋଗ କରିବା କମ୍ପାନିର ପାଣ୍ଠିର ସଦୁପଯୋଗ ବୋଲି କେତେକ ବିତ୍ତୀୟ ବିଶେଷଜ୍ଞ ବିଚାର କରନ୍ତି ନାହିଁ। ‘ମାଇଣ୍ତ ଟ୍ରି’ ଦଖଲ କଲା ପରେ ‘ଏଲ୍‌ ଆଣ୍ତ୍‌ ଟି’ ବିଭିନ୍ନ ସମସ୍ୟାର ମଧୢ ସମ୍ମୁଖୀନ ହୋଇପାରେ। ଏକ ଉଦାହରଣ ସ୍ବରୂପ ‘ମାଇଣ୍ତ ଟ୍ରି’ର ମୋଟ ଆୟର ପ୍ରାୟ ୪୪% ମାତ୍ର ୧୦ ଜଣ ବଡ଼ ବଡ଼ ଗ୍ରାହକମାନଙ୍କଠାରୁ ଆସିଥାଏ। ‘ମାଇଣ୍ତ ଟ୍ରି’ର ପ୍ରତିଷ୍ଠାତାମାନଙ୍କ ସହିତ ଏମାନଙ୍କର ସମ୍ପର୍କ ଘନିଷ୍ଠ। ଯେହେତୁ ପ୍ରତିଷ୍ଠାତାମାନେ ‘ଏଲ୍‌ ଆଣ୍ତ୍‌ ଟି’ର ଦଖଲକୁ ବିରୋଧ କରୁଛନ୍ତି, ଦଖଲ ପରେ ଏହି ଗୁରୁତ୍ବପୂର୍ଣ୍ଣ ଗ୍ରାହକମାନେ ଆଉ ପୂର୍ବଭଳି ‘ଏଲ୍‌ ଆଣ୍ତ୍‌ ଟି’ ନିୟନ୍ତ୍ରିତ ‘ମାଇଣ୍ତ ଟ୍ରି’ ସହିତ ସହଯୋଗ ନକରି ପାରନ୍ତି। ‘ମାଇଣ୍ତ ଟ୍ରି’ର ଅଧିକା˚ଶ କର୍ମଚାରୀ ମଧୢ ‘ଏଲ୍‌ ଆଣ୍ତ୍‌ ଟି’ ପ୍ରତି ବିମୁଖ ଅଛନ୍ତି। ଯେ କୌଣସି ‘ଆଇଟି’ କ୍ଷେତ୍ରର କମ୍ପାନି ତା’ର ମାନବ ସମ୍ବଳ ଉପରେ ଅଧିକ ନିର୍ଭର କରିଥାଏ। ଏହି ଅସନ୍ତୁଷ୍ଟ କର୍ମଚାରୀମାନେ ଦଖଲ ପରେ ଛାଡ଼ି ଚାଲିଯାଇ ପାରନ୍ତି କିମ୍ବା ନିରୁତ୍ସାହିତ ଭାବରେ କାର୍ଯ୍ୟ କରିପାରନ୍ତି। ତେଣୁ ‘ଏଲ୍‌ ଆଣ୍ତ୍‌ ଟି’ ଏବେ ‘ମାଇଣ୍ତ ଟ୍ରି’ ଉପରେ ବିଜୟ ଲାଭ କରିପାରେ ସତ କିନ୍ତୁ ନିକଟ ଭବିଷ୍ୟତରେ ତାହାର ସ୍ବାଦ ଚାଖି ନପାରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.