ଜାତୀୟ ବନାମ ଆଞ୍ଚଳିକ ଦଳ

0

ଭାରତର ସ˚ଘୀୟ ବ୍ୟବସ୍ଥାରେ ଦିଲ୍ଲୀରେ ଗୋଟିଏ ଦଳିଆ କିମ୍ବା ବହୁଦଳୀୟ ମେଣ୍ଟ ସରକାର କ୍ଷମତାରେ ଥାଉ, କେନ୍ଦ୍ର-ରାଜ୍ୟ ମଧୢରେ ସବୁବେଳେ କେନ୍ଦ୍ରର ପଲା ଭାରି ରହିଆସିଛି। ଜାତୀୟ ସ୍ତରରେ ରାଜନୈତିକ ସମୀକରଣରେ ମଧୢ ଜାତୀୟ ଦଳଙ୍କ ପ୍ରାଧାନ୍ୟ ଆଗରେ ବହୁ ବର୍ଷ ଧରି ଆଞ୍ଚଳିକ ଦଳଙ୍କ ପ୍ରଭାବ ନିଷ୍ପ୍ରଭ ରହି ଆସିଥିଲା। କିନ୍ତୁ ଏବେ ଜାତୀୟ ସ୍ତରରେ ରାଜନୈତିକ ଭାରସାମ୍ୟ ବଦଳି ଯାଇଛି। ଜାତୀୟ ଦଳଙ୍କ ବିପକ୍ଷରେ ଆଞ୍ଚଳିକ ଦଳଙ୍କ ପଲା ଭାରି ହେବାରେ ଲାଗିଛି। କେବଳ ଲୋକସଭା ଆସନରେ ଆଞ୍ଚଳିକ ଦଳଙ୍କ ଭାଗ ୩୧%କୁ ଏବ˚ ମିଳିତ ଭୋଟ ଶତା˚ଶ ୪୭%କୁ ବୃଦ୍ଧି ଏହାର ସୂଚନା ଦେଉନାହିଁ, ଗତ ୨୦୧୪ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀ ଦଳଙ୍କ ମଧୢରେ ଲଢେ଼ଇର ସୂକ୍ଷ୍ମ ବିଶ୍ଳେଷଣରୁ ଏହା ସ୍ପଷ୍ଟ ଯେ ଜନାଦେଶର ଚୂଡ଼ାନ୍ତ ଚିତ୍ର ଓ ଚରିତ୍ର ନିର୍ଣ୍ଣୟ କରିବାରେ ଜାତୀୟ ଦଳଙ୍କ ଅପେକ୍ଷା ଆଞ୍ଚଳିକ ଦଳଙ୍କ ଭୂମିକା ଅଧିକ ନିର୍ଣ୍ଣାୟକ। ଊଣେଇଶ ଜନାଦେଶର ରୂପରେଖ କ’ଣ ହୋଇପାରେ? ଏ ନେଇ କୌଣସି ଆକଳନ ସକାଶେ ଚଉଦରେ ଜାତୀୟ ଦଳ ବନାମ ଆଞ୍ଚଳିକ ଦଳ ଲଢେ଼ଇ ଓ ଏହାର ପରିଣାମ ଉପରେ ଆଲୋଚନା ନିହାତି ଆବଶ୍ୟକ।

ଦେଶର ସାତଟି ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗ ଜାତୀୟ ଦଳ ଭାବେ ସ୍ବୀକୃତି ଦେଇଛନ୍ତି। କିନ୍ତୁ ଏହି ସାତଟି ଦଳଙ୍କ ମଧୢରୁ କେବଳ ଦୁଇଟି- ଭାରତୀୟ ଜନତା ପାର୍ଟି (ବିଜେପି) ଓ ଭାରତୀୟ ଜାତୀୟ କ˚ଗ୍ରେସକୁ ବାଦ୍‌ ଦେଲେ ଅନ୍ୟ କୌଣସି ଦଳର ସର୍ବଭାରତୀୟ ସ୍ତରରେ ଉପସ୍ଥିତି ନାହିଁ। ତେଣୁ କେବଳ କ˚ଗ୍ରେସ ଓ ବିଜେପିକୁ ଜାତୀୟ ଦଳ ଭାବେ ଗୋଟିଏ ପଟେ ଓ ଅବଶିଷ୍ଟ ପାଞ୍ଚଟି ଜାତୀୟ ଦଳ ଏବ˚ ଅନ୍ୟ ପ୍ରାୟ ୩୬ଟି ରାଜ୍ୟସ୍ତରୀୟ ଆଞ୍ଚଳିକ ଦଳଙ୍କୁ ମିଳିତ ଭାବେ ଅନ୍ୟ ପଟେ ରଖି ଚଉଦ ଲଢେ଼ଇର ବିଶ୍ଳେଷଣାତ୍ମକ ସମୀକ୍ଷା କରାଯାଇପାରେ। ଗୋଟିଏ ଜାତୀୟ ସମ୍ବାଦପତ୍ରରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପାଞ୍ଚବର୍ଷ ତଳେ ଚଉଦ ନିର୍ବାଚନରେ ଲୋକସଭାର ୫୪୩ ଆସନ ମଧୢରୁ କେବଳ ମାତ୍ର ୧୮୯ ଆସନରେ ଦୁଇ ଜାତୀୟ ଦଳ କ˚ଗ୍ରେସ ଓ ବିଜେପି ସିଧାସଳଖ ପ୍ରତିଦ୍ବନ୍ଦ୍ବିତାରେ ପରସ୍ପରର ମୁହାଁମୁହିଁ ହୋଇଥିଲେ। ଅବଶିଷ୍ଟ ଆସନ ମଧୢରୁ ୨୩୬ଟିରେ ଏହି ଦୁଇ ଜାତୀୟ ଦଳ ମଧୢରୁ କୌଣସି ଗୋଟିଏ ଦଳ ବିପକ୍ଷରେ ପ୍ରଧାନ ପ୍ରତିଦ୍ବନ୍ଦ୍ବୀ ଥିଲେ କୌଣସି ନା କୌଣସି ଆଞ୍ଚଳିକ ଦଳ। ୧୪୭ଟି ଆସନରେ ବିଜେପି ସହ କୌଣସି ନିର୍ଦ୍ଦିଷ୍ଟ ଆଞ୍ଚଳିକ ଦଳର ପ୍ରତିଦ୍ବନ୍ଦ୍ବିତା ହୋଇଥିବା ବେଳେ ୭୯ଟି ଆସନରେ କ˚ଗ୍ରେସ ବିପକ୍ଷରେ ଗୋଟିଏ ଆଞ୍ଚଳିକ ଦଳ ପ୍ରଧାନ ପ୍ରତିଦ୍ବନ୍ଦ୍ବୀ ଥିଲା। ମୋଟ ୨୩୬ଟି ଲୋକସଭା ଆସନରେ ଜାତୀୟ ଦଳ ବନାମ ଆଞ୍ଚଳିକ ଦଳ ଲଢେ଼ଇରେ ୧୮୫ଟି ଜାତୀୟ ଦଳଙ୍କୁ ମିଳିଥିବା ବେଳେ ଅନ୍ୟ ୮୯ଟି ଆସନ ଆଞ୍ଚଳିକ ଦଳଙ୍କ ଖାତାକୁ ଯାଇଥିଲା। ଉଲ୍ଲେଖନୀୟ ବିଷୟ ହେଲା, ୧୨୮ଟି ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତାରେ ନା କ˚ଗ୍ରେସ ନା ବିଜେପି ପ୍ରଧାନ ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କ ମଧୢରେ ଥିଲେ। ଏହି ୧୨୮ଟି ଲୋକସଭା ଆସନରେ ଆଞ୍ଚଳିକ ଦଳମାନେ ପ୍ରଥମ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଥିଲେ। ଏହାର ଅର୍ଥ ମାତ୍ର ଏକତୃତୀୟା˚ଶ ଲୋକସଭା ଆସନରେ ପ୍ରତିଦ୍ବନ୍ଦ୍ବିତା ଦୁଇ ଜାତୀୟ ଦଳ ମଧୢରେ ସୀମିତ ଥିବା ବେଳେ ଅବଶିଷ୍ଟ ଆସନରେ ଆଞ୍ଚଳିକ ଦଳଙ୍କ ଉପସ୍ଥିତି ବେଶ୍‌ ଶକ୍ତିଶାଳୀ, ଯାହା ଜାତୀୟ ସ୍ତରରେ ରାଜନୈତିକ ସମୀକରଣକୁ ପ୍ରଭାବିତ କରୁଛି।

ଜାତୀୟ ଦଳଙ୍କ ଉପରେ ଆଞ୍ଚଳିକ ଦଳମାନେ ଯେ ମିଳିତ ଭାବେ ଭାରି ପଡୁଛନ୍ତି, ଏହା ସୂଚାଇବାକୁ ଯଦି ଉପରୋକ୍ତ ତଥ୍ୟ ଯଥେଷ୍ଟ ମନେ ହେଉନାହିଁ, ତେବେ ଚଉଦ ନିର୍ବାଚନ ଫଳାଫଳର ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କଲେ ସ୍ଥିତି ଅଧିକ ସ୍ପଷ୍ଟ ହୋଇଯିବ। ଦୁଇ ଜାତୀୟ ଦଳ ମଧୢରୁ ୨୮୨ଟି ଆସନ ପାଇଥିବା ବିଜେପି ମୋଟ ୩୩୬ଟି ଲୋକସଭା ଆସନରେ ଏକ ନମ୍ବର କିମ୍ବା ଦୁଇ ନମ୍ବର ସ୍ଥାନରେ ରହିଥିଲା। ଅନ୍ୟତମ ଜାତୀୟ ଦଳ କ˚ଗ୍ରେସ ୪୪ଟି ଆସନରେ ବିଜୟୀ ହେବା ସହ ମୋଟ ୨୬୮ଟି ଆସନରେ ଏକ ନମ୍ବର କିମ୍ବା ଦୁଇ ନମ୍ବର ସ୍ଥାନରେ ରହିଥିଲା। କିନ୍ତୁ ଆଞ୍ଚଳିକ ଦଳମାନେ ସର୍ବାଧିକ ୩୫୪ଟି ଲୋକସଭା ଆସନରେ ପ୍ରଥମ କିମ୍ବା ଦ୍ବିତୀୟ ସ୍ଥାନରେ ରହିଥିଲେ। ଏହାର ଅର୍ଥ ପରସ୍ପର ପ୍ରତିଦ୍ବନ୍ଦ୍ବୀ ଦୁଇ ଜାତୀୟ ଦଳ କ˚ଗ୍ରେସ ଓ ବିଜେପିକୁ ଛାଡିଦେଲେ ତୃତୀୟ ପକ୍ଷ ରୂପେ ଆଞ୍ଚଳିକ ଦଳମାନେ ମିଳିତ ଭାବେ ରାଜନୈତିକ ଦୃଷ୍ଟିରୁ ଅଧିକ ଶକ୍ତିଶାଳୀ। ଚଉଦ ନିର୍ବାଚନର ଏହି ଫଳାଫଳ ପରିପ୍ରେକ୍ଷୀରେ ଜାତୀୟ ସ୍ତରରେ ଆଞ୍ଚଳିକ ଦଳଙ୍କ ପ୍ରଭାବଶାଳୀ ଭୂମିକାକୁ ଅସ୍ବୀକାର କରିବା ଅର୍ଥ ବାସ୍ତବତାକୁ ଅସ୍ବୀକାର। ନିଃସନ୍ଦେହ, ଜାତୀୟ ସ୍ତରରେ ଜାତୀୟ ଦଳଙ୍କ ଏକଚାଟିଆର ଦିନ ଏବେ ସରିଯାଇଛି।

ଚଉଦ ଲଢେ଼ଇର ଚିତ୍ର ଏବ˚ ନିର୍ବାଚନ ଫଳାଫଳର ପୃଷ୍ଠଭୂମିରେ ଊଣେଇଶ ଦୃଶ୍ୟପଟକୁ ଦେଖିଲେ ରାଜନୈତିକ ଶକ୍ତିଙ୍କ ସମୀକରଣରେ ବିଶେଷ କୌଣସି ପରିବର୍ତ୍ତନର ସମ୍ଭାବନା ଦେଖାଯାଉ ନାହିଁ। ଆଞ୍ଚଳିକ ଦଳଙ୍କୁ ବାଦ୍‌ ଦେଇ କେନ୍ଦ୍ରରେ କୌଣସି ସରକାର ଗଠନ ସମ୍ଭବ ନୁହେଁ। ଚଉଦରେ ଏକାକୀ ସରକାର ଗଠନ ପାଇଁ ବିଜେପି ପାଖରେ ଆବଶ୍ୟକ ସ˚ଖ୍ୟା ଥିଲା। କିନ୍ତୁ ସରକାରକୁ ଅଧିକ ଦୃଢ଼ ଓ ସ୍ଥିର କରିବା ଲାଗି ମେଣ୍ଟର ଆଞ୍ଚଳିିକ ସହଯୋଗୀଙ୍କୁ ସାମିଲ କରିବା ଜରୁରୀ ଥିଲା। ଏଥର ଊଣେଇଶରେ ବିଜେପି ପକ୍ଷରେ ଚଉଦ ପ୍ରଦର୍ଶନର ପୁନରାବୃତ୍ତି ସହଜ ନୁହେଁ। ଏହାକୁ ଆଖି ଆଗରେ ରଖି ଏଥର ବିଜେପି ନେତୃତ୍ବ ଗତ ଥର ତୁଳନାରେ ଅଧିକ ସ˚ଖ୍ୟକ ଆଞ୍ଚଳିକ ଦଳଙ୍କୁ ଏନ୍‌ଡିଏରେ ସାମିଲ କରିଛନ୍ତି। ଏ କ୍ଷେତ୍ରରେ କ˚ଗ୍ରେସ ଦଳ ବିଜେପିଠାରୁ ପଛରେ ଥିଲେ ସୁଦ୍ଧା ବେଶ୍‌ କିଛି ଆଞ୍ଚଳିକ ଦଳଙ୍କୁୁ ୟୁପିଏର ଅ˚ଶୀଦାର ଭାବେ ପାଇବାରେ ସକ୍ଷମ ହୋଇଛି। ଆଞ୍ଚଳିକ ଦଳଙ୍କ ପ୍ରଭାବ ବୃଦ୍ଧିର ଆଉ ଏକ ସ˚କେତ ହେଲା, ଅନେକ ରାଜ୍ୟରେ ଜାତୀୟ ଦଳମାନେ ରାଜ୍ୟସ୍ତରୀୟ ମେଣ୍ଟରେ ଆଞ୍ଚଳିକ ଦଳଙ୍କ ନେତୃତ୍ବକୁ ସ୍ବୀକାର କରି କନିଷ୍ଠ ସହଯୋଗୀ ହେବା ଲାଗି କୁଣ୍ଠିତ ନୁହନ୍ତି। ଏପରିକି, କେତେକ ରାଜ୍ୟରେ ଆଞ୍ଚଳିକ ଦଳମାନେ ଜାତୀୟ ଦଳଙ୍କୁ ସହଯୋଗୀ ଭାବେ ନେବାଲାଗି ମଧୢ ଅନିଚ୍ଛୁକ। ଯେମିତି, ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ସେମାନଙ୍କ ମେଣ୍ଟରେ କ˚ଗ୍ରେସକୁ ସହଯୋଗୀ ଭାବେ ନେଇ ନାହାନ୍ତି। ତେଲୁଗୁଦେଶମ୍‌ ଏନ୍‌ଡିଏ ଛାଡ଼ିଲା ପରେ ବିଜେପି ଆନ୍ଧ୍ରପ୍ରଦେଶର ଅନ୍ୟତମ ଆଞ୍ଚଳିକ ଦଳ ଵାଇଏସ୍‌ଆର‌୍‌ କ˚ଗ୍ରେସର କନିଷ୍ଠ ସହଯୋଗୀ ହେବା ଲାଗି ଆଗ୍ରହୀ ଥିଲା। କିନ୍ତୁ ବିଜେପି ସହ ବନ୍ଧୁତା ପାଇଁ ଵାଇଏସ୍‌ଆର‌୍‌ ନେତୃତ୍ବ କୌଣସି ଆଗ୍ରହ ପ୍ରକାଶ କରିନଥିଲେ। ଦୁଇ ପ୍ରମୁଖ ଜାତୀୟ ଦଳ ନେତୃତ୍ବାଧୀନ ଏନ୍‌ଡିଏ ଓ ୟୁପିଏ ପ୍ରାକ୍‌ ନିର୍ବାଚନୀ ମେଣ୍ଟରେ ଅନେକ ଆଞ୍ଚଳିକ ଦଳ ଅଛନ୍ତି। କିନ୍ତୁ କେବଳ ନିଜ ଶିବିରର ଆଞ୍ଚଳିକ ସହଯୋଗୀଙ୍କୁ ନେଇ ସରକାର ଗଠନ କୌଣସି ଜାତୀୟ ଦଳଙ୍କ ପକ୍ଷରେ ସମ୍ଭବ ହୋଇନପାରେ। ଏପରି ଏକ ପରିସ୍ଥିତିରେ ଦୁଇ ମେଣ୍ଟରୁ ନିଜକୁ ଦୂରେଇ ରଖିଥିବା ଆଞ୍ଚଳିକ ଦଳଙ୍କ ଆଭିମୁଖ୍ୟ ଓ ସମର୍ଥନ ଊଣେଇଶ ଜନାଦେଶର ଚୂଡ଼ାନ୍ତ ଚିତ୍ର ଓ ପରବର୍ତ୍ତୀ ସରକାରର ରୂପରେଖ ନିର୍ଧାରଣ କରିବ। ସେ ସମୟ ବୋଧହୁଏ ଆଉ ବେଶୀ ଦୂର ନୁହେଁ, ଯେତେବେଳେ ଜାତୀୟ ଦଳଙ୍କୁ ବାଦ୍‌ ଦେଇ ବି କେନ୍ଦ୍ରରେ ଆଞ୍ଚଳିକ ଦଳଙ୍କ ସରକାର ଗଠନ ସମ୍ଭବ ହୋଇପାରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.