ଭୁବନେଶ୍ୱର: ୨୦୧୮ ବର୍ଷର ପ୍ରଥମ ଦଶ ମାସ ବିତିଯାଇଛି। ଏହି ସମୟ ମଧ୍ୟରେ ମୋଟ୍ ୨୨ଟି ନୂଆ ଓଡ଼ିଆ ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏ ବର୍ଷର ପ୍ରଥମ ସିନେମା ହେଲା ‘ଓନ୍ଲି ପ୍ୟାର୍’। ସୁନୀଲ କୁମାର ଦାଶଙ୍କ ପ୍ରଯୋଜିତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଓନ୍ଲି ପ୍ୟାର୍’ରେ ବାବୁସାନ୍ ଓ ସୁପ୍ରିୟା ଥିଲେ ଲିଡ ରୋଲ୍ରେ।
ତା’ପରେ ପରଦାକୁ ଆସିଥିଲା ତରଙ୍ଗ ସିନେ ପ୍ରଡକ୍ସନ୍ର ‘ହାପି ଲକି’।ଏଥିରେ ସମ୍ବିତ,ସସ୍ମିତା,ଜ୍ୟୋତି,ଏଲିନା ଓ ବବି ମିଶ୍ର ପ୍ରମୁଖ ଅଭିନୟ କରିଥିଲେ। ଏ ଦୁଇଟି ସିନେମା ଜାନୁଆରିରେ ପରଦାକୁ ଆସିଥିଲା।
ଫେବୃଆରି ମାସରେ ମୁକ୍ତିଲାଭ କରିଥିଲା କେବଳ ଗୋଟିଏ ସିନେମା ‘ଗୁଡୁ ଆଣ୍ଡ ଗୁଡି’।ମାର୍ଚ୍ଚ ମାସରେ ଚାରିଟି ସିନେମା‘ମନର ମାନସୀ’,‘ଦୀପୁ ଦ ଡ୍ୟାନ୍ସ ବୟ’,‘ହତ୍ୟା’ ଓ ‘ଅଜାତଶତ୍ରୁ’ରିଲିଜ୍ ହୋଇଥିଲା। ଏଗୁଡିକ ନୂଆ କଳାକାରଙ୍କ ସିନେମା ଥିଲା।
୨୦୧୮ ଏପ୍ରିଲ ମାସରେ ଚାରିଟି ଦମ୍ଦାର ଓଡିଆ ସିନେମା ମୁକ୍ତିଲାଭ କରିଥିଲା। ଏଗୁଡ଼ିକ ହେଲା ସିଦ୍ଧାନ୍ତ, ମୁନ୍ନା ଓ ରୀୟାଙ୍କ ଅଭିନୀତ ‘ଦିଓ୍ଵାନା ହେଲି ତୋ’ ପାଇଁ’,ସିଦ୍ଧାନ୍ତ,ଜ୍ୟୋତି ଓ ଝିଲିକ୍ଙ୍କ ଅଭିନୀତ ‘ଓଲେ ଓଲେ ଦିଲ୍ ବୋଲେ’,ଶ୍ରୀଧର ମାର୍ଥାଙ୍କ ‘ଯୋଗୀ’ଓ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶକ୍ତି’।
ମଇ ମାସରେ କେବଳ ଗୋଟିଏ ସିନେମା ‘ଲଭ ପ୍ରମିଜ୍’ରିଲିଜ୍ ହୋଇଥିଲା। ଜୁନ୍ ମାସରେ ଦୁଇଟି ବିଗ୍ ବଜେଟ୍ ଓ ବଡ ଷ୍ଟାରକାଷ୍ଟର ସିନେମା ମୁକ୍ତିଲାଭ କରିଥିଲା। ଏ ଦୁଇଟି ଓଡ଼ିଆ ସିନେମା ରଜ ଅବସରରେ ରିଲିଜ୍ ହୋଇଥିଲା। ଏ ଦୁଇ ସିନେମା ହେଲା ବାବୁସାନ୍ ଓ ବିଦ୍ୟାଙ୍କ ଅଭିନୀତ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଏବଂ ସବ୍ୟସାଚୀ-ଏଲିନା ଷ୍ଟାରର୍ ‘ଫୋର୍ ଇଡିଅଟ୍ସ’।
Sambad is now on WhatsApp
Join and get latest news updates delivered to you via WhatsApp
ଜୁଲାଇ ମାସରେ ସବ୍ୟସାଚୀ-ଏଲିନାଙ୍କ ଅଭିନୀତ ‘ଟୋକାଟା ଫସିଗଲା’ଓ ରୋନକ ଦାଶ-ମେଘା ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ଏକ୍ସ କ୍ୟୁଜ୍ ମି’ମୁକ୍ତିଲାଭ କରିଥିଲା। ଅଗଷ୍ଟରେ ଆସିଥିଲା ‘ଲୋକାଲ୍ ଟୋକା ଲଭ୍ ଚୋଖା’। ସେପ୍ଟେମ୍ବରରେ ପରଦାକୁ ଆସିଥିଲା ‘ଇଶ୍କ ପୁଣି ଥରେ’ ଏବଂ ‘ ଭାଇଜାନ୍’। ଠିକ୍ ସେହିପରି ଅକ୍ଟୋବରରେ ରିଲିଜ୍ ହୋଇଛି ତିନିଟି ଓଡ଼ିଆ ସିନେମା ମା’, ଶ୍ରୀମାନ୍ ସୁରଦାସ ଏବଂ ପ୍ରେମ କୁମାର ।