୧୮ବର୍ଷ ହେଲାଣି ଐଶ୍ୱର୍ଯ୍ୟାଙ୍କ ଏହି ଖାସ୍‌ ଟିପ୍ସ ମାନି ଆସୁଛନ୍ତି ଅଭିଷେକ, କିଛି ଏମିତି ଥିଲା ନୀଳ ନୟନାଙ୍କ ଟିପ୍ସ

ମୁମ୍ବାଇ : ଦୁଇ ବର୍ଷର ବ୍ୟବଧାନ ପରେ ଏବେ ପରଦାକୁ ଫେରିଛନ୍ତି ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ । ୨୦୧୬ରେ ତାଙ୍କ ଶେଷ ଫିଲ୍ମ ‘ହାଉସ୍‌ଫୁଲ-୩’ ରିଲିଜ ହୋଇଥିବା ବେଳେ ଏବେ ୨୦୧୮ରେ ସେ ଫିଲ୍ମ ‘ମନ୍‌ମର୍ଜିଆଁ’ ଦ୍ୱାରା ପରଦାକୁ ଫେରୁଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ନଜର ଆସୁଛନ୍ତି ତାପ୍‌ସୀ ପନ୍ନୁ ଏବଂ ବିକି କୌଶଲ । ତେବେ ଏହି ଫିଲ୍ମର ପ୍ରମୋସନ କରିବା ସମୟରେ ସେ ଐଶ୍ୱର୍ଯ୍ୟା ତାଙ୍କୁ ଦେଇଥିବା ଟିପ୍ସ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ଯାହାକୁ ଶୁଣି ଉପସ୍ଥିତ ଲୋକେ ହସିବାକୁ ଲାଗିଥିଲେ ।

News Nation

ତାଙ୍କ କହିବା ଅନୁଯାୟୀ,ଫିଲ୍ମ ‘ଢ଼ାଇ ଅକ୍ଷର ପ୍ରେମ୍‌କି’ ଫିଲ୍ମରେ ଆମେ ଦୁହେଁ ପ୍ରଥମ ଥର ପାଇଁ କାମ କରୁଥିବା ବେଳେ ଐଶ୍ୱର୍ଯ୍ୟ ମୋତେ ଏକ ଟିପ୍ସ ଦେଇଥିଲେ । ସେ କହିଥିଲେ, ଯେତେବେଳେ ସୁଟିଂ ସେଟ୍‌ ବା କ୍ୟାମେରା ସାମ୍ନାରେ ଥିବ ସେ ସମୟରେ ନିଜର ନାକ ଏବଂ ଦାନ୍ତ ସଫା ରଖିବ। ଏହାକୁ ମୁଁ ଆଜି ପର୍ଯ୍ୟନ୍ତ ମାନି ଆସିଛି ଏବଂ ଆଗକୁ ମଧ୍ୟ ମାନିବି ବୋଲି କହିଥିଲେ ।

ସମ୍ବନ୍ଧିତ ଖବର