‘ପଦ୍ମାବତ୍‌’ରେ ରଣବୀର ଏବଂ ଦୀପିକା ପିନ୍ଧିଥିବା ପୋଷାକକୁ ନିଲାମ କରିବେ ଭଂସାଲୀ

ମୁମ୍ବାଇ : ରଣବୀର ଏବଂ ଦୀପିକାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସିର ଖବର । ଏବେ ସେମାନେ ନିଜ ମନପସନ୍ଦର କଳାକାର ଫିଲ୍ମରେ ପିନ୍ଧିଥିବା ପୋଷାକ କିଣିବାର ସୁବିଧା ପାଇ ପାରିବେ । କିଛି ଦିନ ତଳେ ଫିଲ୍ମ ରୁସ୍ତମରେ ଅକ୍ଷୟ କୁମାର ପିନ୍ଧିଥିବା ନୌସେନା ପୋଷାକର ନିଲାମ ଆରମ୍ଭ ହୋଇଥିବା ବେଳେ ଏବେ ପଦ୍ମାବତ୍‌ର ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ଏହି ପଥ ଆପଣେଇଥିବା ଜଣାପଡ଼ିଛି । ଫିଲ୍ମର ସଫଳତା ପରେ ଫିଲ୍ମରେ ଦୀପିକା ଏବଂ ରଣବୀର ପିନ୍ଧିଥିବା ପୋଷାକକୁ ନିଲାମ କରିବେ ବୋଲି ଭଂସାଲୀ ମନସ୍ଥ କରିଛନ୍ତି । ନିଲାମ ପରେ ଯେଉଁ ଟଙ୍କା ମିଳିବ ସେ ଟଙ୍କାକୁ ସେ ଦାନ କରିବେ ବୋଲି କହିଛନ୍ତି ।

India Today

ସୂଚନା ମୁତାବକ, ଫିଲ୍ମ ରୁସ୍ତମରେ ଅକ୍ଷୟ କୁମାର ପିନ୍ଧିଥିବା ନୌସେନା ପୋଷାକର ନିଲାମ ହେଉଥିବା ଖବର ପାଇବା ପରେ ଏହାକୁ ଅନ୍‌ଲାଇନ୍‌ କିଣିବା ପାଇଁ ଭିଡ଼ ଆରମ୍ଭ ହୋଇଛି । ଏହି ନିଲାମୀ ଏପ୍ରିଲ୨୬ରୁ ଆରମ୍ଭ ହୋଇଥିବା ବେଳେ ମେ ୨୬ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ଜଣାପଡ଼ିଛି । ଏଥିରୁ ଯେଉଁ ଟଙ୍କା ମିଳିବ ସେ ଟଙ୍କାକୁ ଅକ୍ଷୟ କୁମାର ପଶୁମାନଙ୍କ ପାଇଁ  କାମ କରୁଥିବା ଏନ୍‌ଜିଓକୁ ଦାନ କରିବେ ବୋଲି କହିଛନ୍ତି । ତେବେ ଅକ୍ଷୟଙ୍କ ଏହି କାମରେ ଅନୁପ୍ରାଣୀତ ହୋଇ ଭଂସାଲୀ ମଧ୍ୟ ଏହି କାମ କରିବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର