ଭଗବଦ୍ ଗୀତା ପଢ଼ିବା ପରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଜୀବନରେ ଆସିଛି ବଡ଼ ପରିବର୍ତ୍ତନ
ମୁମ୍ବାଇ : ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘ଗୋଲ୍ଡ଼’ । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଟେଲିଭିଜନ ଅଭିନେତ୍ରୀ ମୌନି ରଏ । ତେବେ ଫିଲ୍ମକୁ ନେଇ ଅକ୍ଷୟ ଚର୍ଚ୍ଚାରେ ଥିବା ବେଳେ ଏବେ ସେ ଗୀତା ପଢ଼ିବା ଅଭ୍ୟାସକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଶନିବାର ଜଣାଶୁଣା ଲେଖକ ବିଜୟ ସିଗଲଙ୍କ ବହି ଭଗବଦ୍ ଗୀତା-ସେଇଙ୍ଗ ଇଟ୍ ଦ ସିମ୍ପଲ େଓ୍ଵକୁ ଲଞ୍ଚ କରିଥିଲେ । ଏହି ଲଞ୍ଚ ଇଭେଣ୍ଟରେ ସେ ନିଜ ସହ ଜଡ଼ିତ ଅନେକ ତଥ୍ୟ ସାମ୍ନାକୁ ଆଣିଥିଲେ । ଭଗବଦ୍ ଗୀତା ପଢ଼ିବା ପରେ ତାଙ୍କ ଜୀବନ କେତେ ସରଳ ହୋଇ ପାରିଛି ସେ ବିଷୟରେ କହିଥିଲେ ଅକ୍ଷୟ ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିଦିନ ଭଗବଦ୍ ଗୀତା ପାଠ କରିବା ଦ୍ୱାରା ନିଜ ଜୀବନରେ ସେ ଅନେକ ପରିବର୍ତ୍ତନ ଦେଖି ପାରିଛନ୍ତି ବୋଲି କହିଥିଲେ । ଅନ୍ୟ ପକ୍ଷରେ ‘ଭଗବଦ୍ ଗୀତା-ସେଇଙ୍ଗ ଇଟ୍ ଦ ସିମ୍ପଲ େଓ୍ଵ’ରେ ଭଗବଦ୍ ଗୀତାରେ ଥିବା ଶ୍ଲୋକ ଗୁଡ଼ିକୁ ହିନ୍ଦୀ ଏବଂ ଇଂରାଜୀରେ ଅନୁବାଦ କରାଯାଇଥିବା ଜଣା ପଡ଼ିଛି ।