ନିଜ ବାପାଙ୍କ ଭଳି ଜୀବନସାଥୀ ଚାହୁନାହାନ୍ତି ଆଲିଆ ଭଟ୍ଟ!

ମୁମ୍ବାଇ: ନିଜର ଫିଲ୍ମ ଏବଂ ପ୍ରେମ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ପ୍ରଥମେ ତାଙ୍କ ଅଭିନୟକୁ ଲୋକେ ପସନ୍ଦ କରୁ ନଥିବା ବେଳେ ଧିରେ ଧିରେ ସେ ନିଜ ଫିଲ୍ମ ଏବଂ ଫିଲ୍ମର କାହାଣୀ ଜରିଆରେ ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଥିଲେ। ଏବେ ସେ ବଲିଉଡର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ହେବା ସହ ଖୁବ୍ ଶୀଘ୍ର ରଣବୀରଙ୍କୁ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Image result for alia-bhatt
VOGUE India

ତେବେ ଏ ମଧ୍ୟରେ ତାଙ୍କର ଏକ ପୁରୁଣା ସାକ୍ଷାତକାରର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ବାପାଙ୍କ ଭଳି ସ୍ବାମୀ ଚାହୁ ନଥିବା କହିଛନ୍ତି। ସୂଚନା ମୁତାବକ, ଅନୁପମ ଖେରଙ୍କର ଏକ ଚାଟ୍ ସୋ’ରେ ନିଜ ବାପା ମ‌ହେଶ ଭଟ୍ଟଙ୍କ ସହ ପହଞ୍ଚିଥିଲେ ଆଲିଆ। ସେଠାରେ ତାଙ୍କୁ କେମିତି ଜୀବନସାଥୀ ଦରକାର ବୋଲି ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ରଖି ଆଲିଆ କହିଥିଲେ, ମୋତେ ଭଲ ଭାବରେ ହସାଉଥିବ ଏବଂ ମୋର ଭଲ ସାଙ୍ଗ ହୋଇଥିବ। ଏହା ପରେ ତାଙ୍କୁ ପଚରା ଯାଇଥିଲା କି, ତୁମ ବାପାଙ୍କ ଭଳି ଜୀବନସାଥୀ ପାଇବାକୁ ଚାହିବ କି? ଏହି ପ୍ରଶ୍ନର ଉତ୍ତର ରଖି ଆଲିଆ କହିଥିଲେ, ନାଁ ଜମା ବି ନୁହେଁ। ମୁଁ ଯେମିତି ଚାହୁଛି, ବାପା ତା’ର ପୂରା ବିପରୀତ।

ସମ୍ବନ୍ଧିତ ଖବର