ଏଭଳି ଅନ୍ଦାଜରେ ନିଜ ବିବାହର ଘୋଷଣା କରିବେ ବୋଲି କହିଲେ ଆଲିଆ ଭଟ୍ଟ…

ମୁମ୍ବାଇ : ବଲିଉଡ୍‌ରେ ସବୁ ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ବିବାହ ହୋଇ ସାରିଥିବା ବେଳେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହେଁ ନିଜ ପ୍ରେମ ସଂପର୍କକୁ ସର୍ବ ସମ୍ମୁଖରେ ସ୍ୱୀକାର କରି ସାରିଥିବା ବେଳେ ଏବେ ଦୁହେଁ କେବେ ବିବାହ କରିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

DNA India

ତେବେ ଏ ନେଇ ଆଲିଆଙ୍କୁ ପଚରାଯିବା ପରେ, “ମୁଁ ଏବେ ବିବାହ କରିବାକୁ ଚାହେଁ ନାହିଁ ବୋଲି କହିଥିଲେ ଆଲିଆ । ତାଙ୍କ କହିବା ଅନୁଯାୟୀ, ଏବେ ମୋର ବିବାହ କରିବାର କୌଣସି ଯୋଜନା ନାହିଁ । ଯେତେବେଳେ ମୁଁ ବିବାହ କରିବି, ମୁଁ ନିଜେ ସମସ୍ତଙ୍କୁ ଜଣାଇବି । ବାନ୍ଦ୍ରା ବ୍ୟାଣ୍ଡ ଷ୍ଟାଣ୍ଡ ଏବଂ ଗେଟି ଗ୍ୟାଲେକ୍ସିରୁ ପାଟି କରି ସମସ୍ତଙ୍କୁ ମୁଁ ବିବାହ କରୁଥିବା ଖବର ଦେବି” ବୋଲି କହିଥିଲେ ଆଲିଆ । ତାଙ୍କର ଏଭଳି ପ୍ରତିକ୍ରିୟା ପରେ ଏବେ ସେ ବିବାହ ବିଷୟରେ ଚିନ୍ତା କରୁ ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର