ନିଆରା ପ୍ରୟାସ: ପାଇଲଟ୍‌ ହେବାର ସ୍ୱପ୍ନ ପୂରଣ ପାଇଁ ନ୍ୟାସ୍‌ନାଲ ଜିଓଗ୍ରାଫି ଦେଖି ନିଜର ବିମାନ ତିଆରି କଲେ ଯୁବକ

ନୂଆଦିଲ୍ଲୀ : ପାକିସ୍ତାନରେ ପପ୍‌କର୍ଣ୍ଣ ବିକ୍ରି କରୁଥିବା ଜଣେ ଯୁବକ ନିଜର ବିମାନ ତିଆରି କରିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ପାକିସ୍ତାନର ମହମ୍ମଦ ଫୟଜ । ମହମ୍ମଦ ସ୍କୁଲରେ ପାଠ ପଢ଼ୁଥିବା ସମୟରେ ଏକ ପାଇଲଟ ହେବାର ଇଚ୍ଛା ରଖିଥିଲେ । କିନ୍ତୁ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ତାଙ୍କୁ ଅଧାରୁ ପାଠ ପଢ଼ା ଛାଡ଼ିବାକୁ ପଡ଼ିଥିଲା । ପାଠ ପଢ଼ାଠାରୁ ଅଲଗା ହୋଇ ଯାଇଥିଲେ ମଧ୍ୟ ମହମ୍ମଦ ନିଜ ସ୍ୱପ୍ନକୁ କେବେ ହେଲେ ନିଜଠାରୁ ଅଲଗା କରି ପାରି ନଥିଲେ ।

WION

ତାଙ୍କ କହିବା ଅନୁଯାୟୀ, ଯେତେବେଳେ ମୁଁ ଆକଶରେ ବିମାନକୁ ଯାଉଥିବାର ଦେଖେ, ନିଜର ବିମାନ ଉଡ଼ାଇବାର ସ୍ୱପ୍ନ ଆହୁରି ତାଜା ହୋଇଯାଏ । କିଛି ଦିନ ଭାବିବା ପରେ ମୁଁ ମୋ ସ୍ୱପ୍ନକୁ ସାକାର କରିବା ପାଇଁ ଚିନ୍ତା କରିଥିଲି । ଏହା ପରେ ମୁଁ ଘର ଜମି ବିକିବା ସହ ବ୍ୟାଙ୍କରୁ ୯୦,୦୦୦ ଟଙ୍କା ରୁଣ ଆଣି ବିମାନ ତିଆରି କରିବା ଆରମ୍ଭ କରିଥିଲି । ଟଙ୍କା କମ ପଡ଼ୁଥିବାରୁ ଦିନରେ ପପ୍‌କର୍ଣ୍ଣ ବିକି ରାତିରେ ଚୌକିଦାରର କାମ କରିବା ଆରମ୍ଭ କଲି । ବିମାନ ତିଆରି କରିବା ପାଇଁ ମୁଁ ନ୍ୟାସ୍‌ନାଲ ଜିଓଗ୍ରାଫି ଚ୍ୟାନେଲ ଦେଖି ତିଆରି କରିବା ଆରମ୍ଭ କରିଥିଲି । ପ୍ରାୟ ବର୍ଷେ ପରେ ମୁଁ ମୋର ବିମାନ ତିଆରି କରିବାରେ ସଫଳ ହୋଇଥିଲି । କିନ୍ତୁ ମୋତେ ବିମାନ ଉଡ଼ାଇବାର ଅନୁମତି ଏ ପର୍ଯ୍ୟନ୍ତ ମିଳି ନାହିଁ ବୋଲି କହିଛନ୍ତି ମହମ୍ମଦ ।

ସମ୍ବନ୍ଧିତ ଖବର