ଏହି କାରଣରୁ ମଦର ପ୍ରଚାର କରନ୍ତି ନାହିଁ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ଼ର ମହାନାୟକ ତଥା ବିଗ୍‌ ବି ଅମିତାଭ ବଚ୍ଚନ ୭୫ ବର୍ଷ ବୟସରେ ପଦାର୍ପଣ କରିସାରିଛନ୍ତି । ହେଲେ ଏବେ ବି ତାଙ୍କ ବିଷୟରେ ଟିକିନିକି ତଥ୍ୟ ଜାଣିବାକୁ ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା ରହିଛି। ତେବେ ଏହି ନିକଟରେ ବିଗ୍‌ ବି ଅମିତାଭ ବଚ୍ଚନ ନିଶାଜାତୀୟ ଦ୍ରବ୍ୟ ଯଥା ମଦ କୁ ନେଇ ତାଙ୍କର ମତ ଦେଇଛନ୍ତି। ଏଥିସହିତ ବିଗ୍‌ ବି କହିଛନ୍ତି କି ସେ କେବେ ବି ମଦ ବା ଧୂମ୍ରପାନ ସହିତ ସଂମ୍ବନ୍ଧିତ କୌଣସି ଉତ୍ପାଦ ଦ୍ରବ୍ୟ ଉପରେ ପ୍ରଚାର କି ପ୍ରସାର କରନ୍ତି ନାହିଁ।ତେବେ ଏହାର କାରଣ ଦେବାକୁ ଯାଇ ସେ କି ସେ ଏହାର ପ୍ରଚାର ଏଇଥିପାଇଁ କରନ୍ତି ନାହିଁ ,ଯେହେତୁ ସେ ଏହାର ସେବନ କରନ୍ତି ନାହିଁ ।

photo-india today

ସୂଚନା ଅନୁସାରେ ୭୫ ବର୍ଷୀୟ ଅମିତାଭ ସ୍କିନ୍‌ କେଆର୍‌,ବେବି କେଆର୍‌,ହେଆର୍‌ କେଆର୍‌ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ସମ୍ବନ୍ଧିତ ଉତ୍ପାଦଗୁଡ଼ିକ ବିଷୟରେ ପ୍ରଚାର କରିଥିଲେ ବି ଏଯାଏଁ ତାଙ୍କୁ କୌଣସି ମାଦକ ଦ୍ରବ୍ୟ ବା ଧୂମ୍ରପାନ ସମ୍ବନ୍ଧିତ ଉତ୍ପାଦ ଉପରେ ପ୍ରଚାର କି ପସାର କରିବାର ଦେଖିବାକୁ ପାଇନାହାଁନ୍ତି ପ୍ରଶଂସକ। ତେବେ ଏହାର କାରଣରେ ବିଗ୍‌ ବି କହିଛନ୍ତି କି ସେ ଏହିଭଳି ଦ୍ରବ୍ୟର ଉତ୍ପାଦ ବିଷୟରେ ଏହିକାରଣକୁ ନେଇ ପ୍ରଚାର କରନ୍ତିନି ଯେହେତୁ ସେ ଏହାକୁ ପସନ୍ଦ କରନ୍ତି ନି କି ତାହାର ବ୍ୟବହାର ମଧ୍ୟ କରନ୍ତିନି। । କିନ୍ତୁ ଯେଉଁ ବ୍ରାଣ୍ଡ୍‌ ତାଙ୍କୁ ପସନ୍ଦ, ସେ ତାହାର ବ୍ୟବହାର କରିବା ସାଂଗକୁ ତାହାର ପ୍ରଚାର ଓ ପ୍ରସାର କରନ୍ତି ବୋଲି କହିଛନ୍ତି ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ।

ସମ୍ବନ୍ଧିତ ଖବର