‘କେବିସି ସିଜିନ୍‌-୧୦’ରେ ନାତୁଣୀ ଆରାଧ୍ୟାଙ୍କ ସହ ଖେଳିବେ ଅମିତାଭ ବଚ୍ଚନ

0 858

ମୁମ୍ବାଇ: ଖୁବ୍‌ ଶୀଘ୍ର ଛୋଟ ପରଦାରେ ନଜର ଆସିବେ ବିଗ୍‌ ବି ଅମିତାଭ ବଚ୍ଚନ। ସୋନି ଟିଭିରେ ପ୍ରସାରିତ ହେଉଥିବା ‘କୌନ ବନେଗା କୋରଡପତି’ର ଇତି ମଧ୍ୟରେ ୯ଟି ପର୍ଯ୍ୟାୟ ଶେଷ ହୋଇଯାଇଛି। ତେବେ ବିଗ୍‌ ବି କେବିସି ସିଜିନ୍‌-୧୦ରେ ଆସିବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ରହିଛି।

ମଙ୍ଗଳବାର ଗଣମାଧ୍ୟମରେ ବଲିଉଡ୍‌ର ଏହି ବାଦ୍‌ଶାହା ପ୍ରକାଶ କରିଛନ୍ତି ଯେ ଖୁବ୍‌ ଶୀଘ୍ର ସେ ନିଜ ନାତୁଣୀ ଆରାଧ୍ୟଙ୍କ ସହ ଏହି ବହୁ ଲୋକପ୍ରିୟ ସୋ’ରେ ନଜର ଆସିବେ। ବାସ୍ତବ କଥା ହେଉଛି ଜଣେ ରିପୋର୍ଟର ବିଗ୍‌ ବିଙ୍କୁ ପ୍ରଶ୍ନ ପଚାରିଥିଲେ ଯେ ‘ଆପଣ କେବେ ଆପଣଙ୍କ ନାତୁଣୀ ଆରାଧ୍ୟାଙ୍କ ସହ କେବିସି ଖେଳିଛନ୍ତି’? ରିପୋର୍ଟରଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ବିଗ୍‌ ବି କହିଛନ୍ତି, ‘ନାଁ ଖେଳିନାହିଁ। ମାତ୍ର ଏହା ଏକ ଭଲ ଚିନ୍ତା। ଖୁବ୍‌ ଶୀଘ୍ର ମୁଁ ଆରାଧ୍ୟା ସହ ଏହି ଗେମ୍‌ ଖେଳିବି।’

Panda Mobile only

ତା’ପରେ ବିଗ୍‌ ବି ପୁଣି କହିଛନ୍ତି ଯେ ଆରାଧ୍ୟ ଖୁବ୍‌ ସାନ ହୋଇଥିବାରୁ କେବିସିର ନୀତି ସଂପର୍କରେ ତାକୁ ବୁଝାଇବା କଷ୍ଟ ହେବ। ମାତ୍ର ସୋ’ର ସିଗ୍‌ନେଚର୍‌ ଟିଉନ୍‌କୁ ଆରାଧ୍ୟା ଖୁବ୍‌ ପସନ୍ଦ କରେ ବୋଲି ବଚ୍ଚନ ସାହେବ କହିଛନ୍ତି। ଆପଣ ତ ଏକଥା ନିଶ୍ଚୟ ଜାଣିଥିବେ ଯେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା ନିଜ ଜେଜେବାପାଙ୍କ ସହ ଖୁବ୍‌ ଘନିଷ୍ଠ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.