ସ୍ୱାମୀ ବିରାଟଙ୍କ ସଂପର୍କରେ ସାକ୍ଷାତ୍‌କାରରେ ଏମିତି ସବୁ କଥା କହିଲେ ଅନୁଷ୍କା

ମୁମ୍ବାଇ: ପର୍‌ଫେକ୍ଟ ଦମ୍ପତିଙ୍କ କଥା ପଡ଼ିଲେ ପ୍ରଥମେ ସାମ୍ନାକୁ ଆସନ୍ତି ବିରାଟ-ଅନୁଷ୍କା। ଅଭିନେତ୍ରୀ ଅନୁଷ୍କା ଶର୍ମା ପତି ବିରାଟଙ୍କୁ ନେଇ ଯେତିକି ସମ୍ବେଦନଶୀଳ କ୍ରିକେଟ୍‌ ତାରକା ବିରାଟ କୋହଲି ବି ପତ୍ନୀଙ୍କୁ ନେଇ କିଛି କମ୍‌ ନହଁନ୍ତି। କ୍ରିକେଟ୍‌ ଓ ସିନେ ଜଗତର ଏହି ଦୁଇ ଉଜ୍ଜ୍ୱଳ ତାରକା ୨୦୧୮ ମସିହାରେ ଇଟାଲିଠାରେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ସେବେଠାରୁ ଏବେ ଯାଏଁ ସରିନି ସେ ଦୁହିଁଙ୍କ ଚର୍ଚ୍ଚା।

ଯଦିଓ ବିବାହ ପରଠାରୁ ଏହି ଦମ୍ପତି ବିଶେଷ ମୁହୂର୍ତ୍ତ ପରସ୍ପରଙ୍କ ସହ କାଟି ନାହାନ୍ତି ତଥାପି ସେମାନଙ୍କ ଭିତରେ ଥିବା ନୀବିଡ଼ତା ଓ ଅନ୍ତରଙ୍ଗତା ସ୍ପଷ୍ଟ ଦେଖି ହେଉଛି। ପୂର୍ବରୁ ଅନେକ ସାକ୍ଷାତ୍‌କାରରେ ବିରାଟ ନିଜର ଲେଡିଲଭ୍‌ଙ୍କୁ ନେଇ ଖୋଲାଖୋଲି ପ୍ରଶଂସା କରି ସାରିଛନ୍ତି। ନିକଟରେ କିନ୍ତୁ ପତି ବିରାଟଙ୍କ ସଂପର୍କରେ ମୁହଁ ଖୋଲିଛନ୍ତି ଅନୁଷ୍କା

ବିରାଟଙ୍କ ସଂପର୍କରେ ଅନୁଷ୍କା କହନ୍ତି କି ସେ ଜଣେ ସାଧାରଣ ଲୋକ। ଯିଏକି ସାଧାରଣ ଜୀବନଶୈଳୀକୁ ଖୁବ୍‌ ଭଲପାଆନ୍ତି। ସେ ଆହୁରି ବି କହନ୍ତି କି ‘ନିଜର ପ୍ରସିଦ୍ଧିକୁ ନେଇ ଆମେ ଦୁହେଁ ଯାକ ଖୁବ୍‌ ଅସହଜ ମନେ କରୁ। ଆମର ଷ୍ଟାର୍‌ଡମ୍‌ ପାଇଁ ପରସ୍ପର ସହ ମିଶିବାକୁ ବା ସମୟ ଅତିବାହିତ କରିବାକୁ ଆମେ ଖୁବ୍‌ ହଇରାଣ ହୋଇଛୁ। ଆମ ସଂପର୍କକୁ ଲୁଚେଇବାକୁ ପଡ଼ିଛି। ତାହା ହିଁ ଏକମାତ୍ର କାରଣ ଆମେ ଆତ୍ମନିର୍ଭରଶୀଳ।’

ଅନୁଷ୍କା ଆହୁରି ଉତ୍ସୁକତାର ସହ କହିଛନ୍ତି କି ‘ ଯେତେବେଳେ ମୁଁ ନିଜକୁ ଦେଖିଲି। ଅର୍ଥାତ ଆମେ ଦୁହେଁ ପରସ୍ପରକୁ ଦେଖିଲୁ। ଆମେ ପରସ୍ପରକୁ ଭିନ୍ନ ଲୋକ ହିସାବରେ ଦେଖି ନାହୁଁ। ଆମେ ଦୁହେଁ ହେଉଛି ପରସ୍ପରର ପୁରୁଷ ଓ ମହିଳା ସଂସ୍କରଣ।’

ସମ୍ବନ୍ଧିତ ଖବର