ଲୁକ୍ ଟେଷ୍ଟ ପାଇଁ ୪୮ ଘଣ୍ଟା ଦେଲେ ଅର୍ଜୁନ କପୁର!

ବଲିଉଡର ଲୋକପ୍ରିୟ ନାୟକ ଅର୍ଜୁନ କପୁରଙ୍କର ଦୁଇଟି ସିନେମା ଚଳିତ ବର୍ଷ ପରଦାକୁ ଆସିଛି। ତାହା ହେଲା ହାଫ ଗାର୍ଲଫ୍ରେଣ୍ଡ ଏବଂ ମୁବାରକାଁ। କିନ୍ତୁ ଉଭୟ ସିନେମା ବକ୍ସଅଫିସରେ ଖାସ୍ କମାଲ କରି ନାହିଁ। ଏଣୁ ସେ ଚିନ୍ତିତ ଥିବା କୁହାଯାଉଛି। ନିକଟରେ ଅର୍ଜୁନ କପୁର ସାଇନ୍ କରିଛନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ଦିବାକର ବାନାର୍ଜୀଙ୍କର ଅପକମିଂ ସିନେମା ‘ସନ୍ଦୀପ୍ ପିଙ୍କି ଫେରାର୍’ । ଏଥିରେ ତାଙ୍କ ବିପକ୍ଷରେ ଅଛନ୍ତି ପରିଣୀତି ଚୋପ୍ରା। ଏହି ସିନେମାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ଅର୍ଜୁନ କପୁର । ହେଲେ ବଡ଼ ଅଡ଼ୁଆରେ ପଡ଼ିଛନ୍ତି ସେ।

କଥା କ’ଣ ହେଲା କି ଦିବାକର ଜଣେ ପରଫେକସନିଷ୍ଟ। କୌଣସି କାମରେ ସଂପୂର୍ଣ୍ଣ ସନ୍ତୁଷ୍ଟ ନ ହେଲେ ଛାଡନ୍ତି ନାହିଁ। ‘ସନ୍ଦୀପ୍ ପିଙ୍କି ଫେରାର୍’ରେ ଅର୍ଜୁନ କପୁରଙ୍କୁ ଏକ ନୂଆ ଲୁକରେ ଆଣିବାକୁ ସେ ଚେଷ୍ଟା କରୁଛନ୍ତି। ଏଣୁ ସେ ଅଭିନେତା ଅର୍ଜୁନ କପୁରଙ୍କର ଲୁକ୍ ଟେଷ୍ଟ ନେଇଛନ୍ତି। ଆଉ ସବୁଠୁ ମଜାଦାର କଥା ହେଲା ଏଥିପାଇଁ ତାଙ୍କୁ ଲଗାତାର ୪୮ ଘଣ୍ଟା ସମୟ ଦେବାକୁ ପଡ଼ିଛି। କୁହାଯାଇପାରେ ଯେ ସେ ଏକ ଘରେ ଦୀର୍ଘ ୪୮ ଘଣ୍ଟା ଯାଏଁ ବନ୍ଦୀ ହୋଇ ରହିଥିଲେ। ଅବଶେଷରେ ଦିବାକର ବାନାର୍ଜୀ ତାଙ୍କର ଲୁକରେ ସନ୍ତୁଷ୍ଟ ହୋଇଥିଲେ ଏବଂ ଅର୍ଜୁନ କପୁର ବାହାରକୁ ଆସିଥିଲେ। ଏକଥା ବି ସେ ତାଙ୍କର ଟୁଇଟରରେ ସେଆର୍ କରିଛନ୍ତି। ସନ୍ଦୀପ୍ ପିଙ୍କି ଫେରାର୍’ ହେଉଛି ଅର୍ଜୁନ କପୁରଙ୍କର ଦଶମ ସିନେମା।

 

ସମ୍ବନ୍ଧିତ ଖବର