ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌

ମୁମ୍ବାଇ: ପୂର୍ବରୁ ବିଭିନ୍ନ ଷ୍ଟାର୍‌ ଏବଂ ଷ୍ଟାର୍‌ କିଡଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇ ସାରିଛି। ନିକଟରେ କିଙ୍ଗ୍‌ଖାନ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବା ସୂଚନା ରହିଛି। ଏ ସଂପର୍କରେ ନିଜେ ଆର୍ଯ୍ୟନ୍ ହିଁ ସୂଚନା ଦେଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି କି ଫେସ୍‌ବୁକ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଛି। ତାହାକୁ ଧ୍ୟାନ ଦିଅନ୍ତୁ ନାହିଁ।

ଆର୍ଯ୍ୟନ୍ ଏବେ କାଲିଫର୍ଣ୍ଣିଆରେ ଅଛନ୍ତି। ସେ ସେଠାରେ ଫିଲ୍ମମେକିଂ ଉପରେ ଶିକ୍ଷା ଗ୍ରହଶ କରୁଛନ୍ତି। ପୂର୍ବରୁ ଅନୁପମ୍‌ ଖେର, ମନୋଜ ବାଜପେୟୀ, ବୋନି କପୁର, ସାହିଦ କପୁର ଏବଂ ଅଭିଷେକ ବଚ୍ଚନ ଆଦି ଷ୍ଟାର୍‌ମାନଙ୍କର ଟୁଇଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇ ସାରିଛି।

ପୂର୍ବରୁ ପୁଅ ଆର୍ଯ୍ୟନଙ୍କର ବଲିଉଡ୍‌ରେ ପ୍ରବେଶ କରିବା ନେଇ ଯେବେ ଶାହାରୁଖ ଖାନଙ୍କୁ ପ୍ରଶ୍ନ ପଚରାଯାଇଥିଲା ସେ କହିଥିଲେ, ‘ପ୍ରଥମେ ସେ ତା’ର ଶିକ୍ଷା ସମାପ୍ତ କରିବ। ତା’ପରେ ବଲିଉଡ୍‌ରେ ପ୍ରବେଶ କରିବା ବିଷୟରେ ସେ ଚିନ୍ତା କରିବ।’

ସମ୍ବନ୍ଧିତ ଖବର