ଜୋର ଜବରଦସ୍ତି ବାହାଘରପରେ ପ୍ରତିଦିନ ତାଙ୍କ ସହିତ ଦୁଷ୍କର୍ମ ହେଉଥିଲା ବୋଲି କହିଲେ ବିଉଟି କୁଇନ୍‌

ଲଣ୍ଡନ: ଅନେକ ସମୟରେ ମହିଳାମାନେ ଧୋକା ଏବଂ ଯୌନ ଉତ୍ପୀଡ଼ନର ଶିକାର ହୋଇଥାନ୍ତି। ଏମିତି ଏକ ଲୋମଟାଙ୍କୁରା ଖଟଣା ଘଟିଥିଲା ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଉଟି କୁଇନ୍‌ ଟାଇଟଲ ହାସଲ କରିଥିବା ଜଣେ ଯୁବତୀଙ୍କ କ୍ଷେତ୍ରରେ। ସେ ନିଜ ଜୀବନରେ ଘଟିଥିବା ଏକ କଥାର ଖୁଲାସା କରିଛନ୍ତି। ଇଂଲାଣ୍ଡର ବିଉଟି କୁଇନ୍‌ ଟାଇଟଲ୍‌ ହାସଲ କରିଥିବା ଏହି ଯୁବତୀ ହେଲେ ରୁବି ମେରୀ । ସେ କହିଛନ୍ତି ଯେ ମାତ୍ର ପନ୍ଦର ବର୍ଷ ବୟସରେ ତାଙ୍କର ତାଙ୍କଠାରୁ ବୟସରେ ଦୁଇଗୁଣା ବଡ ଜଣେ ପୁରୁଷ ସହିତ ଜବରଦସ୍ତି ବାହାଘର କରାଯାଇଥିଲା। ବୟସରେ ଦୁଇଗୁଣା ।ଏହି ବାହାଘର ପରେ ପ୍ରତିଦିନ ତାଙ୍କ ସହିତ ଦୁଷ୍କର୍ମ ହେଉଥିଲା ବୋଲି ସେ କହିଛନ୍ତି।
ରୁବି କହିଛନ୍ତି ଯେ ତାଙ୍କ ପିତାମାତା ହିଁ ତାଙ୍କୁ ଇଂଲାଣ୍ଡରୁ ବାଂଲାଦେଶକୁ ଆଣିଥିଲେ ଓ ବାହା ହେବାକୁ ବାଧ୍ୟ କରିଥିଲେ। ରୁବି କହିଛନ୍ତି ଯାହା ସହିତ ତାଙ୍କର ବାହାଘର ହୋଇଥିଲା,ସେହି ଲୋକଟି ତାଙ୍କୁ ଗର୍ଭବତୀ କରିବାକୁ ଚାହୁଁଥିଲା। ତା’ପରେ ସେ ରୁବିକୁ ନେଇ ଇଂଲାଣ୍ଡ ଚାଲିଆସିବ। ରୁବିଙ୍କ ବୟସ ଏବେ ୩୫ବର୍ଷ। ସେ ଇଂଲାଣ୍ଡ ବର୍ମିଂହାମ୍‌ରେ ରହୁଛନ୍ତି। ଯେତେବେଳେ ସେ ଗର୍ଭବତୀ ଥିଲେ,ସେତେବେଳେ କୌଣସି ମତେ ଖସି ଆସି ବାଂଲାଦେଶରୁ ଇଂଲାଣ୍ଡ ଚାଲିଆସିଥିଲେ।
୨୦୧୬ରେ ରୁବିଙ୍କୁ ମିସ୍‌ ଗାଲାକ୍ସି (ଇଂଲାଣ୍ଡ) ଟାଇଟଲ୍‌ ମିଳିଥିଲା। ୨୦୧୭ରେ ସେ ଇଣ୍ଟରନେସନାଲ୍‌ ଟାଇଟଲ ମଧ୍ୟ ହାସଲ କରିଥିଲେ। ରୁବି କହିଛନ୍ତି ଦୁନିଆଁକୁ ଜଣାଇଲେ, ଯେମିତି କି କୌଣସି ଯୁବତୀ ଏଭଳି ନିଷ୍ଠୁର ଘଟଣାର ସାମ୍ନା କରନ୍ତୁ। କାରଣ ଏଭଳି ଅନେକ ଯୁବତୀ ଅଛନ୍ତି,ଯେଉଁମାନେ ଉତ୍ପୀଡନର ଶିକାର ହେଉଛନ୍ତି।

ରୁବି ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଜୀବନର ସେହି ସମୟର ଘଟଣା ମନେ ପକାଇଲେ ତାଙ୍କୁ ଲାଗେ ସତେ ଯେମିତି ତାହା କୌଣସି ହରର୍‌ ମୁଭି। ଯେତେବେଳେ ସେ ଫ୍ଲାଇଟ୍‌ରେ ଇଂଲାଣ୍ଡରୁ ବାଂଲାଦେଶକୁ ଯାତ୍ରା କରୁଥିଲେ,ସେତେବେଳେ ତାଙ୍କୁ କୁହାଗଲା କି ସେମାନେ ଛୁଟି କାଟିବାକୁ ଯାଉଛନ୍ତି,ମାତ୍ର ତାଙ୍କ ସହିତ ଯାହା ଘଟିଥିଲା,ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା।

ସମ୍ବନ୍ଧିତ ଖବର