ବିଗ୍‌ବସ୍‌ରେ ଦୀପିକା ବିଜୟିନୀ ହେବା ନେଇ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀଶାନ୍ତ କହିଲେ ଏମିତି କଥା

ମୁମ୍ବାଇ: ଦେଶର ସବୁଠାରୁ ବଡ଼ ରିୟଲିଟି ସୋ’ ବିଗ୍‌ବସ୍‌ର ଦ୍ୱାଦଶ ଅଧ୍ୟାୟ ସମାପ୍ତ ହୋଇଛି। ବିଜୟ ମୁକୁଟ ପିନ୍ଧି ଘରକୁ ଫେରିଛନ୍ତି ଟେଲି ନାୟିକା ଦୀପିକା କକ୍କର। ଦୀପିକା ବିଜୟିନୀ ହେବା ପରେ ନିଜ ପରିବାର ଲୋକଙ୍କ ସହ ନିଜ ଖୁସି ମନାଇଛନ୍ତି। ସେ ନିଜ ସଫଳତାର ସମସ୍ତ ଶ୍ରେୟ ନିଜର ପ୍ରଶଂସକମାନଙ୍କୁ ପ୍ରଦାନ କରିଛନ୍ତି।

ତେବେ, ଦୀପିକାଙ୍କ ସହ ଶେଷ ପର୍ଯ୍ୟନ୍ତ ରହିଥିଲେ କ୍ରିକେଟ୍‌ର ଶ୍ରୀଶାନ୍ତ। ଦୀପିକା ବିଜୟିନୀ ହୋଇଥିବା ବେଳେ ଶ୍ରୀଶାନ୍ତ ରନ୍‌ର୍ସ-ଅପ୍‌ ହୋଇ ଘରକୁ ଫେରିଛନ୍ତି। ବିଗ୍‌ବସ୍‌ ହାଇସ୍‌ ଭିତରେ ଦୀପିକା ଓ ଶ୍ରୀଶାନ୍ତଙ୍କ ମଧ୍ୟରେ କଡ଼ା ପ୍ରତିନ୍ଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା।

ଏମେ ଦୀପିକା ସୋ’ ଜିତିଯିବା ପରେ ଶ୍ରୀଶାନ୍ତଙ୍କ ପ୍ରତିକ୍ରିୟା କ’ଣ ତାହା ଜାଣିବା ପାଇଁ ସଭିଙ୍କ ଉତ୍ସୁକତା ରହିବା ଏକ ସ୍ୱାଭାବିକ କଥା। ଆପଣ ଭାବୁଥିବେ ଯେ ଶ୍ରୀଶାନ୍ତ ନିଶ୍ଚୟ ଦୀପିକାଙ୍କ ବିରୋଧରେ କିଛି କଥା କହିଥିବେ ବୋଲି। ମାତ୍ର ବାସ୍ତକ କଥା ହେଉଛି ଶ୍ରୀଶାନ୍ତ ଦୀପିକାଙ୍କୁ ନିଜ ପରିବାର ବୋଲି କହିଛନ୍ତି। ସେ ସୋ’ ନଜିତିବା ଓ ଦୀପିକାଙ୍କ ବିଜୟିନୀ ହେବା କଥା ନେଇ ଶ୍ରୀଶାନ୍ତ କହିଛନ୍ତି କି ‘ଦୀପିକା ମୋ ପରିବାର। ବିଗ୍‌ବସ୍‌ ଟ୍ରଫି ଘରକୁ ଆସିଲା।’

ସମ୍ବନ୍ଧିତ ଖବର