ବିନ୍‌ତାଙ୍କୁ ଅଦାଲତର ପ୍ରଶ୍ନ : ଯଦି ତୁମେ ସବୁ କଥା ମନେ ରଖିଛ, ତେବେ ଘଟଣାର ତାରିଖ କେମିତି ଭୁଲିଗଲ ?

ମୁମ୍ବାଇ : #ମି ଠୁ ଅଭିଯାନ ଆରମ୍ଭ ହେବା ପରେ ଅନେକ ଅଭିନେତ୍ରୀ ନିଜ ସହ ହୋଇଥିବା ଯୌନ ଅସଦାଚରଣର ଅଭିଯୋଗ ଆଣିଥିଲେ । ଏହି ସମୟରେ ଲେଖିକା ବିନ୍‌ତା ନନ୍ଦା ୨୦ବର୍ଷ ତଳେ ନିଜ ସହ ହୋଇଥିବା ଦୁଷ୍କର୍ମକୁ ନେଇ ଅଭିନେତା ଆଲୋକ ନାଥ୍‌ଙ୍କୁ ଦୋଷୀ ବୋଲି କହିବା ପରେ ଖବରଟି ଚର୍ଚ୍ଚାର ବିଷୟ ପାଲଟିଥିଲା । ଫେସ୍‌ବୁକ୍‌ ମାଧ୍ୟମରେ ସେ ଏ ବିଷୟରେ ଲେଖିବାର କିଛି ସପ୍ତାହ ପରେ ମୁମ୍ବାଇ ପୁଲିସ ଆଲୋକ ନାଥ୍‌ଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପରେ ବିନ୍‌ତାଙ୍କ ଡ଼ାକ୍ତରୀ ପରୀକ୍ଷା କରାଯିବ ବୋଲି ଚର୍ଚ୍ଚା ହୋଇଥିଲା । ଏବେ ଏହି ମାମଲାକୁ ନେଇ ନୂଆ ମୋଡ଼ ଆସିଥିବା ଜଣାପଡ଼ିଛି । ଏହି ମାମଲା ଏବେ ଅଦାଲତରେ ପହଞ୍ଚିଥିବା ବେଳେ ଅଦାଲତ ବିନ୍‌ତାଙ୍କୁ ଭୁଲ ବୋଲି କହି ଆଲୋକ ନାଥ୍‌ଙ୍କୁ ଜାମିନ୍‌ ଦେଇଛି ।

Times Now Hindi

ଅଦାଲତଙ୍କ କହିବା ଅନୁଯାୟୀ, ସେ ସମୟରେ ବିନ୍‌ତା ବୋଧହୁଏ ନିଜର ଲାଭ ଦେଖି ଅଭିଯୋଗ କରି ନଥିଲେ । ହୋଇପାରେ ଏବେ ସେ ଭୁଲ ଉପାୟରେ ଆଲୋକ ନାଥ୍‌ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫସାଇ ଥାଇ ପାରନ୍ତି । ବିନ୍‌ତା ସବୁ କିଛି ମନେ ରଖିଥିବା ବେଳେ ଘଟଣାର ତାରିଖ କେମିତି ମନେ ରଖି ନାହାନ୍ତି? ଏ ସବୁକୁ ଦୃଷ୍ଟିରେ ରଖି ଆଲୋକଙ୍କୁ ମିଛ ମାମଲାରେ ବିନ୍‌ତା ଫସାଇଥିବା ଆଶଙ୍କା କରାଯାଉଛି । ତେବେ ଦୁହେଁ ଏବେ ବିବାହିତ ହୋଇଥିବାରୁ ଦୁହିଁଙ୍କ ଡ଼ାକ୍ତରୀ ପରୀକ୍ଷା କରାଇବା ଠିକ୍‌ ହେବ ନାହିଁ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର