ପ୍ରଥମ ଥର ପାଇଁ ନିଜ ମନର ମଣିଷ ଭିତରେ କେଉଁ ସବୁ ଗୁଣ ରହିବା ଦରକାର ସେ ବିଷୟରେ ଜଣାଇଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା

ମୁମ୍ବାଇ : ବଲିଉଡ୍‌ରେ ଏବେ ବିବାହର ଋତୁ ଆରମ୍ଭ ହୋଇଛି । ଅନେକ ଅଭିନେତ୍ରୀ ଚଳିତ ବର୍ଷ ବିବାହ କରିଥିବା ବେଳେ ବର୍ଷ ଶେଷରେ ଦୁଇଟି ବଡ଼ ବିବାହ ହେବାକୁ ଯାଉଛି । ନଭେମ୍ବର ଏବଂ ଡିିସେମ୍ବରରେ ଦୀପ୍‌-ବୀର ଏବଂ ପ୍ରିୟଙ୍କା-ନିକ୍‌ଙ୍କ ବିବାହ ହେବାକୁ ଥିବା ବେଳେ ଆସନ୍ତା ବର୍ଷ ମଲ୍ଲାଇକା-ଅର୍ଜୁନ ବିବାହ କରି ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇ ସାରିଲାଣି । ଏ ସବୁ ମଧ୍ୟରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜ ମନର ମଣିଷ ମଧ୍ୟରେ କେଉଁ ସବୁ ଗୁଣ ରହିବା ଦରକାର ସେ ବିଷୟରେ ଜଣାଇଥିବା ଖବର ମିଳିଛି ।

ବ୍ରାଇଡ୍‌ସ ଟୁଡ଼େକୁ ଏକ ସାକ୍ଷାତକାର ଦେଇ ସେ ନିଜ ଜୀବନସାଥୀ ମଧ୍ୟରେ କେଉଁ ସବୁ ଗୁଣ ଦେଖିବାକୁ ଚାହୁଁଛନ୍ତି ତାହା ଜଣାଇଥିଲେ । ମୋତେ ଏକ ଏମିତି ପୁଅ ଦରକାର, ଯିଏ ମୋତେ ସ୍ପେସ୍‌ ଦେବା ସହ ମୋତେ ବାନ୍ଧିକରି ରଖୁ ନ ଥିବ । ମୋ କାମକୁ ବୁଝିବା ସହ ସମ୍ମାନ ଦେଉଥିବ ବୋଲି ସେ କହିଥିଲେ । ସୋନାକ୍ଷୀଙ୍କ ଏଭଳି ମତ ଆସିବା ପରେ ସେ ମଧ୍ୟ ଖୁବ୍‌ ଶୀଘ୍ର ବିବାହ କରି ପାରନ୍ତି ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, ସୋନାକ୍ଷୀ ସଲମାନଙ୍କ ଭାଇ ସୋହେଲ ଖାନ୍‌ଙ୍କ ଶଳା ବଣ୍ଟି ସଚ୍ଚ୍‌ଦେବାଙ୍କୁ ଡ଼େଟ୍‌ କରୁଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ଦୁହିଁଙ୍କ ସଂପର୍କ ବିଚ୍ଛେଦ ହୋଇଥିଲା ।

ସମ୍ବନ୍ଧିତ ଖବର