ଏହି ଅଭିନେତ୍ରୀଙ୍କୁ କହାଯାଉଛି ‘ଆଧୁନିକ ସିଲ୍‌କ ସ୍ମିତା’, ଜାଣନ୍ତୁ କାହିଁକି

ନିକଟରେ ମୁକ୍ତିଲାଭ କରିଥିଲା, ବଲିଉଡ୍‌ ସୁପର୍‌-ହିଟ୍‌ ଫିଲ୍ମ ‘ଗ୍ରେଟ୍‌ ଗ୍ରାଣ୍ଡ୍‌ ମସ୍ତୀ’ ଆଧାରରେ ନିର୍ମିତ ଏକ ତାମିଲ ଚଳଚ୍ଚିତ୍ର। ମୂଳ ଫିଲ୍ମଟି ପରି, ଏହି ଚଳଚ୍ଚିତ୍ର ମଧ୍ୟ ବ୍ୟବସାୟିକ ସଫଳତା ହାସଲ କରିପାରିଛି। ମୂଳ ଫିଲ୍ମରେ ଭୂତୁଣୀ ଭୂମିକାରେ ଅଭିନୟ କରିଥିଲେ ଉର୍ବଶୀ ରୌତେଲା। ଆଉ ଏଥିରେ ଏହି ଭୂମିକା ତୁଲାଇଛନ୍ତି ଚନ୍ଦ୍ରିକା ରବି। ଚନ୍ଦ୍ରିକାଙ୍କ ମୁହଁ, ଶାରୀରିକ ଭାବଭଙ୍ଗୀ ଓ ଅଭିନୟ ସମସ୍ତଙ୍କ ଦୃଷ୍ଟିକୁ ଆସିପାରିଛି। ତାଙ୍କୁ ଏବେ କହାଯାଉଛି ‘ଆଧୁନିକ ସିଲ୍‌କ ସ୍ମିତା’। ସିଲ୍‌କଙ୍କ ପରି ବିଭିନ୍ନ ଭାରତୀୟ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରି, ନାମ କମାଇବା ଚନ୍ଦ୍ରିକାଙ୍କ ଲକ୍ଷ୍ୟ। ସେ ଅଷ୍ଟ୍ରେଲିଆର ଭାରତୀୟ ବଂଶୋଦ୍ଭବ।

youtube.com

ତାଙ୍କ ଜନ୍ମ ମେଲ୍‌ବୋନ୍‌ର୍ରେ। ସେ ଏକାଧାରରେ ଅଭିନେତ୍ରୀ, ନୃତ୍ୟ ଶିଳ୍ପୀ ଓ ମଡେଲ୍‌। ସେ ‘ମର୍‌ଡୋକ୍‌ ବିଶ୍ୱବିଦ୍ୟାଳୟରୁ ଇଂରେଜୀ ଓ ସୃଜନୀ କଳା(ନାଟକ)ରେ ସ୍ନାତକ ଉପାଧିପ୍ରାପ୍ତ। ‘ନିଉ ୟକ୍‌ର୍ ଫିଲ୍ମ ଏକାଡେମି’ରୁ ଶିକ୍ଷା ଓ ତାଲିମ ପରେ ଆମେରିକାରେ ହିଁ ମଡେଲିଂ ଆରମ୍ଭ କରିଥିଲେ। ୨୦୧୨ରେ ‘ମିସ୍‌ ଓ୍ଵାଲ୍‌ର୍ଡ ଅଷ୍ଟ୍ରେଲିଆ’ ଏବଂ ‘ମିସ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ’ ପ୍ରତିଯୋଗିତାରେ ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିଲେ। ୨୦୧୪ରେ ‘ମିସ୍‌ ମାକ୍‌ସିମ୍‌ ଇଣ୍ଡିଆ’ ପ୍ରତିଯୋଗିତାରେ ପ୍ରଥମ ରନସ୍‌ର୍-ଅପ୍‌ ହେବା ପରଠାରୁ ଭାରତରେ ରହୁଛନ୍ତି।

ସମ୍ବନ୍ଧିତ ଖବର