ସାଜିଦ୍ ଖାନ୍ଙ୍କ ସମର୍ଥନରେ ବାହାରିଲେ ଏହି ଅଭିନେତା, କହିଲେ; #ମି ଠୁ ଏକ ଋତୁ ଥିଲା
ମୁମ୍ବାଇ : ଗତ ବର୍ଷ ଚର୍ଚ୍ଚାରେ ରହିଥିଲା #ମି ଠୁ ଅଭିଯାନ । ଅନେକ ଅଭିନେତ୍ରୀ ନିଜ ସହ ହୋଇଥିବା ଯୌନ ଅସଦାଚରଣକୁ ନେଇ ମୁହଁ ଖୋଲିଥିଲେ । ସେ ସମୟରେ ବଲିଉଡ୍ର ଅନେକ ଲୋକପ୍ରିୟ ଚେହେରାରେ ଦାଗ ଲାଗିବା ସହ ଅସଲ ମୁଖା ସାମ୍ନାକୁ ଆସିଥିଲା । ସେ ମଧ୍ୟରେ ଥିଲା ନିର୍ଦ୍ଦେଶକ ସାଜିଦ୍ ଖାନ୍ଙ୍କ ନାଁ । ସାଜିଦ୍ଙ୍କ ଉପରେ ଅନେକ ଅଭିନେତ୍ରୀ ଅଭିଯୋଗ ଆଣିବା ପରେ ତାଙ୍କୁ ହାଉସ୍ଫୁଲ୍-୪ରୁ ବାହାର କରି ଦିଆଯାଇଥିଲା । ଏବେ ସାଜିଦ୍ଙ୍କ ସମର୍ଥନରେ ବାହାରିଛନ୍ତି ବଲିଉଡ୍ ଅଭିନେତା ଚଙ୍କି ପାଣ୍ଡେ ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ଅନୁଯାୟୀ, ମୁଁ ସାଜିଦ୍ଙ୍କୁ ଛୋଟବେଳୁ ଜାଣିଛି । ତାଙ୍କ ଉପରେ ଏଭଳି ଅଭିଯୋଗ ଲାଗିବା ଆଶ୍ଚର୍ଯ୍ୟଜନକ ଥିଲା । ସେ ସମୟଟି #ମି ଠୁର ଋତୁ ଥିଲା । ଯେଉଁ ଋତୁରେ ପ୍ରାୟ ସମସ୍ତଙ୍କୁ ନେଇ କିଛି ନା କିଛି ଖୁଲାସା ହେଉଥିଲା । ସେ ସମୟରେ ଆମେ କିଛି ଭାବି ପାରୁନଥିଲୁ କି ଆମ ପାଖରେ କିଛି କରିବାର ରାସ୍ତା ନଥିଲା । ହାଉସ୍ଫୁଲ-୪ରୁ ତାଙ୍କୁ ହଟାଇ ଦିଆଯିବା ସହ ଫର୍ହାଦ୍ ସାମ୍ଜୀଙ୍କୁ ନିର୍ଦ୍ଦେଶନାର ଦାୟିତ୍ୱ ଦିଆଯାଇଥିଲା ।