କପିଲ-ଗିନ୍ନିଙ୍କ ତୃତୀୟ ବିବାହ ଭୋଜିର ନିମନ୍ତ୍ରଣ ପତ୍ର ଭାଇରାଲ, ପ୍ରଧାନମନ୍ତ୍ରୀ ମୋଦି ହୋଇ ପାରନ୍ତି ଅତିଥି

ମୁମ୍ବାଇ : ଭାରତର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ତାଙ୍କ ପତ୍ନୀ ଗିନ୍ନି ଚତ୍‌ରଥ୍‌ ତୃତୀୟ ବିବାହ ଭୋଜି ଦେବାକୁ ଯାଉଛନ୍ତି । ତୃତୀୟ ବିବାହ ଭୋଜିଟି ଫେବୃଆରି ୨ରେ ହେବାକୁ ଥିବା ବେଳେ ନିମନ୍ତ୍ରଣ ପତ୍ରଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିବାହ ଭୋଜିଟି ଦିଲ୍ଲୀରେ ଆୟୋଜିତ କରାଯିବାକୁ ଥିବା ବେଳେ ଏହି ଭୋଜିରେ କପିଲଙ୍କ ପରିବାର ଏବଂ ସଂପର୍କୀୟଙ୍କମାନେ ଯୋଗ ଦେବେ । ଏହି ଭୋଜିରେ ବଡ଼ ବଡ଼ ନେତା ସାମିଲ ହେବାକୁ ଥିବା ବେଳେ ପ୍ରଧନମନ୍ତ୍ରୀ ମୋଦି ମଧ୍ୟ ସାମିଲ ହୋଇ ପାରନ୍ତି ବୋଲି ଖବର ମିଳିଛି ।

 

View this post on Instagram

 

One more wedding reception for #kapilsharma and his wife in delhi ?

A post shared by Viral Bhayani (@viralbhayani) on

ସୂଚନା ମୁତାବକ, କପିଲ ଶର୍ମା ଡିସେମ୍ବର ୧୨-୧୩ରେ ଆନୁଷ୍ଠାନିକ ଭାବରେ ବିବାହ କରିଥିଲେ । ଏହା ପରେ ଡିସେମ୍ବର ୧୪ରେ ଅମୃତସର ଏବଂ ଡିସେମ୍ବର ୨୪ରେ ମୁମ୍ବାଇରେ ଦୁହେଁ ବିବାହ ଭୋଜି ରଖିଥିଲେ । ଏଠାକୁ ବଲିଉଡ୍‌ର ବଡ଼ ବଡ଼ କଳାକାର ଆସିଥିବା ବେଳେ ଦୀପିକା-ରଣବୀର ବିବାହ ଭୋଜିର ମୁଖ୍ୟ ଆକର୍ଷଣ ପାଲଟିଥିଲେ ।

ସମ୍ବନ୍ଧିତ ଖବର