ଦୀପକ କଲାଲଙ୍କୁ ମାଡ଼ ଘଟଣା: ପବ୍ଲିସିଟି ପାଇଁ ଟଙ୍କା ଦେଇ ନିଜକୁ ମାଡ଼ ମରାଇଥିଲେ ଦୀପକ, ଦେଖନ୍ତୁ ଭିଡିଓ

ମୁମ୍ବାଇ: କିଛି ଦିନ ତଳେ ଅଭିନେତ୍ରୀ ତଥା ଆଇଟମ୍‌ ଗର୍ଲ ଭାବେ ସାରା ଦେଶରେ ଜଣା ଶୁଣା ରାକ୍ଷୀ ସାଓ୍ଵନ୍ତ ବିବାହ କରିବେ ବୋଲି ଜଣା ପଡ଼ିଥିଲା । ଡିସେମ୍ବର ୩୧,୨୦୧୮ରେ ସେ ୟୁଟ୍ୟବର ଦୀପକ କଲାଲଙ୍କୁ ବିବାହ କରିବେ ବୋଲି ସମସ୍ତଙ୍କୁ ଜଣାଇଥିଲେ । କିନ୍ତୁ ଡିସେମ୍ବର ୩୧ରେ ସେଭଳି କିଛି ଘଟି ନଥିଲା । ଦୁହେଁ କେବଳ ଚର୍ଚ୍ଚାରେ ରହିବା ପାଇଁ ଏପରି ମିଥ୍ୟା ପ୍ରଚାର କରିଥିବା ସାମ୍ନାକୁ ଆସିଥିଲା । ଏବେ ସବୁ ବେଳେ ବିବାଦୀୟ ମନ୍ତବ୍ୟ ନେଇ ନିଜକୁ ଚର୍ଚ୍ଚାରେ ରଖୁଥିବା ଦୀପକ କଲାଲ ନିଜର ପବ୍ଲିସିଟି ପାଇଁ ନିଜକୁ ମାଡ଼ ମରାଇଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, କିଛି ଦିନ ତଳେ ଦୀପକ ଏକ ଭିଡିଓ ସେୟାର କରି ମୋତେ କିଛି ଲୋକ ମାଡ଼ ମାରିଛନ୍ତି ବୋଲି କହିଥିଲେ । ଯାହା ପରେ ଲୋକମାନେ ତାଙ୍କୁ ସାନ୍ତ୍ୱନା ଦେବା ଆରମ୍ଭ କରିଥିଲେ । ଏବେ ଦୀପକ ନିଜେ ନିଜକୁ ଜାଣି ଶୁଣି ମାଡ଼ ମାରି ଭିଡିଓ କରିଥିବା ସାମ୍ନାକୁ ଆସିଛି । ନିଜ ୟୁଟ୍ୟୁବ୍‌ ଚ୍ୟାନେଲର ସବ୍‌ସ୍କ୍ରାଇବର ବଢ଼ାଇବା ସହ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ସେ ଏପରି କରିଥିବା ସାମ୍ନାକୁ ଆସିଛି । ଦୀପକଙ୍କ ଏହି ପବ୍ଲିସିଟି ଷ୍ଟଣ୍ଟ ବିଷୟରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଜରିଆରେ ଖୁଲାସା କରାଯାଇଛି । ଯାହା ଏବେ ଭାଇରାଲ ହୋଇଛି । ଦୀପକ ନିଜ ଇନ୍‌ଷ୍ଟାରେ ନିଜର ମାଡ଼ ମରା ଫଟୋକୁ ସେୟାର କରି ମୋତେ ମାଡ଼ ମରାଯାଉଥିବା ଭିଡିଓକୁ ମୋର ଯୁଟ୍ୟୁବ୍‌ ଚ୍ୟାନେଲରେ ଦେଖନ୍ତୁ ବୋଲି ଲେଖିଛନ୍ତି । ଏହା ସହ ତାଙ୍କୁ ମାଡ଼ ମାରୁଥିବା ଯୁବକଜଣଙ୍କ ଜଣେ ପ୍ରଯୋଜକ ବୋଲି ଜଣା ପଡ଼ିଛି । ଯିଏ ର‍୍ୟାପର ବାଦ୍‌ଶାହାଙ୍କ ସହ ମଧ୍ୟ କାମ କରି ସାରିଛନ୍ତି । ଏତେ ସବୁ ସଙ୍କେତରୁ ଦୀପକ ପବ୍ଲିସିଟି ଷ୍ଟଣ୍ଟ କରିଥିବା ପ୍ରମାଣ ହୋଇଛି ।

ସମ୍ବନ୍ଧିତ ଖବର