ଆଉ ସହିପାରିଲେନି: ପଦ୍ମାବତୀ ରଙ୍ଗୋଲି ନଷ୍ଟ ହେବା ପରେ ମୁହଁ ଖୋଲିଲେ ଦୀପିକା

ମୁମ୍ବାଇ: ସଞ୍ଜୟଲୀଲା ଭଂସାଲିଙ୍କ ପଦ୍ମାବତୀ ସୁଟିଂ ଆରମ୍ଭରୁ ହିଁ ଏଥିରେ ଅଭିନୟ କରିଥିବା ଷ୍ଟାର୍‌ ଦୀପିକା ପାଦୁକୋନ୍‌, ରଣବୀର ସିଂହ ଏବଂ ସାହିଦ କପୁର୍‌ଙ୍କ ବ୍ୟତୀତ ବିବାଦ ଘେର ମଧ୍ୟରେ ରହିଛନ୍ତି ସଂପୂର୍ଣ୍ଣ କ୍ରିୟୁ ମେମ୍ବର। ଚଳଚ୍ଚିତ୍ରଟିକୁ ନେଇ ବିବାଦ ଥମିବାର ନାଁ ଧରୁନି। ଚଳଚ୍ଚିତ୍ରଟି ଐତିହ୍ୟକୁ ବିକୃତ କରୁଛି ବୋଲି ଅଭିଯୋଗ କରି ପ୍ରତିବାଦ କରିଛନ୍ତି କର୍ନି ସେନା  କାର୍ଯ୍ୟକର୍ତ୍ତା। ଏପରି ଏକ ଚଳଚ୍ଚିତ୍ର ବ୍ୟାନ୍‌ ହେବା ଆବଶ୍ୟକ ବୋଲି ଦାବି କରି ସେନା ପକ୍ଷରୁ ପୂର୍ବରୁ ବହୁବାର ହିଂସା ଉପୁଜିଥିବା ଦେଖିବାକୁ ମିଳିଛି।

ଚଳିତବର୍ଷ ଆରମ୍ଭରୁ ଏକ ଗୁଜବ ଉଠିଥିଲା ଯେ ଚଳଚ୍ଚିତ୍ରଟିରେ ଆଲ୍ଲାଉଦ୍ଦିନ ଖିଲିଜୀ ଓ ରାଣୀ ପଦ୍ମାବତୀଙ୍କର ପ୍ରେମ କାହାଣୀ ଚିତ୍ରିତ କରାଯାଇଛି। ଏହି ଗୁଜବ ଶୁଣିବା ପରେ କ୍ଷୁବ୍ଧ କର୍ନି ସେନା ସଦସ୍ୟ ହଲ୍ଲା ମଚାଇଥିଲେ। ଏପରିକି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭଂସାଲିଙ୍କୁ ମାରିବା ପାଇଁ ସେମାନେ ଯାଇ ପହଞ୍ଚିଥିଲେ ସୁଟିଂ ସେଟ୍‌ରେ। ବାସ୍ତବ କଥାଟି ହେଉଛି ଇତିହାସରେ ଆଲ୍ଲାଉଦ୍ଦିନ ଖିଲିଜୀ ଓ ରାଣୀ ପଦ୍ମାବତୀଙ୍କର ପ୍ରେମ ସଂପର୍କରେ କେଉଁଠାରେ ଉଲ୍ଲେଖ ନାହିଁ। ଭଂସାଲିଙ୍କ ସୂଚନା ମୁତାବକ ଚଳଚ୍ଚିତ୍ରଟିରେ ମଧ୍ୟ ସେପରି କାହାଣୀ ଦେଖିବାକୁ ମିଳିବ ନାହିଁ।

ନିକଟରେ ଦୀପାବଳି ଅବସରରେ ଆର୍ଟିଷ୍ଟ୍‍ କରଣ ୪୮ ଘଣ୍ଟା ସମୟ ବିତାଇ ‘ପଦ୍ମାବତୀ’ ଚଳଚ୍ଚିତ୍ରରେ ରାଣୀ ପଦ୍ମାବତୀଙ୍କ ବେଶରେ ଥିବା ଦୀପିକାଙ୍କର ଏକ ରଙ୍ଗୋଲୀ ପ୍ରଦର୍ଶନ କରିଥିଲେ। ମାତ୍ର କେତେକ ଲୋକ ଆସି ସେହି ରଙ୍ଗୋଲିକୁ ନଷ୍ଟ କରିଦେବା ପରେ ଅଣଆୟତ୍ତ ହୋଇ ଉଠିଛନ୍ତି ଦୀପିକା। ସେ ନିଜର କ୍ରୋଧକୁ ଆୟତ୍ତ କରି ନ ପାରି ଟୁଟଟର୍‌ ଜରିଆରେ ପ୍ରକାଶ କରିଛନ୍ତି।

ଆର୍ଟିଷ୍ଟ୍‍ କରଣ ୪୮ ଘଣ୍ଟା ସମୟ ବିତାଇ ‘ପଦ୍ମାବତୀ’ ଚଳଚ୍ଚିତ୍ରରେ ରାଣୀ ପଦ୍ମାବତୀଙ୍କ ବେଶରେ ଥିବା ଦୀପିକାଙ୍କର ଏକ ରଙ୍ଗୋଲୀ ପ୍ରଦର୍ଶନ କରିଥିଲେ। ମାତ୍ର କେତେକ ଲୋକ ଆସି ସେହି ରଙ୍ଗୋଲିକୁ ନଷ୍ଟ କରିଦେବା ପରେ ଅଣଆୟତ୍ତ ହୋଇ ଉଠିଛନ୍ତି ଦୀପିକା।

 

ଦୀପିକା ଲେଖିଛନ୍ତିି, ‘କିଏ ଏମାନେ? ଏପରି କାର୍ଯ୍ୟ ପାଇଁ କିଏ ଦାୟୀ? କେତେ ଦିନ ପର୍ଯ୍ୟନ୍ତ ଆମେ ଏସବୁକୁ ହେବାକୁ ଦେବା?’

ଏହା ସହ ସେ ସ୍ମୃତି ଇରାନୀଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି, ‘ଏହା ବର୍ତ୍ତମାନ ବନ୍ଦ ହେବା ଉଚିତ୍‌। ଏ ସଂପର୍କରେ  କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ।’

ସୂଚନାଯୋଗ୍ୟ, ପୂର୍ବରୁ ଏପରି ଅନେକ ଥର ଘଟିଥିଲେ ବି କେହି କଳାକାର ମୁହଁ ଖୋଲି ନଥିଲେ। ଦୀର୍ଘ ଦିନ ଧରି ବିଭିନ୍ନ  ଘଟଣାକୁ ସହ୍ୟ କରିବା ପରେ ଶେଷରେ ଅଭିନେତ୍ରୀ ଦୀପିକା ପାଦୁକୋନ ମୁହଁ ଖୋଲିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର