ମୁମ୍ବାଇ: ‘ବାଗୀ-୨’ର ସଫଳତା ପରେ ହିନ୍ଦୀ ସିନେ ଜଗତର ଜଣେ ନାୟିକାଙ୍କର ଭାଗ୍ୟ ଖୋଲିଯାଇଛି। ତାଙ୍କୁ ଏବେ ଭଲ ଭଲ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରସ୍ତାବ ମିଳୁଛି।
‘ବାଗୀ-୨’ରେ ଅଭିନୟ କରିଥିବା ଏହି ନାୟିକା ଜଣକ ହେଲେ ଦିଶା ପଟାନି। ଏଥିରେ ତାଙ୍କୁ ଟାଇଗର ଶ୍ରଫ୍ଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମଳିଥିଲା।
ଏବେ ଯାହା ଖବର ଶୁଣିବାକୁ ମିଳୁଛି,ତାହା ଶୁଣିଲେ ଆପଣ ବି ଚମକି ପଡ଼ିବେ । ବଲିଉଡ଼୍ର ସୁପରଷ୍ଟାର୍ ସଲମାନ୍ ଖାନ୍ଙ୍କ ଅଭିନୀତ ଏକ ହିନ୍ଦୀ ଚଳଚ୍ଚିତ୍ରରେ ନାୟିକା ହେବା ଲାଗି ଦିଶା ପଟାନିଙ୍କୁ ପ୍ରସ୍ତାବ ମିଳିଛି।
ହଁ ,ଏଠାରେ ସଲମାନ୍ ଖାନ୍ଙ୍କ ଯେଉଁ ହିନ୍ଦୀ ସିନେମା କଥା କୁହାଯାଉଛି,ତାହା ହେଲା ‘ଭାରତ୍’। ଏହି ହିନ୍ଦୀ ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରା ଆଗରୁ ନାୟିକା ଭୂମିକା ଲାଗି ଚୁକ୍ତିବଦ୍ଧ ହୋଇଛନ୍ତି। ଏହି ସିନେମାରେ ଆଉ ଜଣେ ନାୟିକାଙ୍କୁ ବି ନିଆଯାଉଛି। ସେହି ଭୂମିକାଟି ମିଳିଛି ଦିଶା ପଟାନିଙ୍କୁ।
କିଛି ଦିନ ତଳେ ଶୁଣିବାକୁ ମିଳୁଥିଲା ଯେ, ଉକ୍ତ ଭୂମିକା ଶ୍ରଦ୍ଧା କପୁରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେ ଏବେ ପ୍ରଭାସଙ୍କ ଅଭିନୀତ ‘ସାହୋ’ଓ ଶାହିଦ୍ କପୁରଙ୍କ ଅଭିନୀତ ‘ବତି ଗୁଲ୍ ମିଟର ଚାଲୁ’ଭଳି ଦୁଇଟି ଛବିରେ କାମ କରୁଥିବା ହେତୁ ‘ଭାରତ୍’ ପାଇଁ ସମୟ ବାହାର କରିପାରୁନାହାନ୍ତି। ଏହି କାରଣରୁ ଶ୍ରଦ୍ଧାଙ୍କ ସ୍ଥାନରେ ଦିଶାଙ୍କୁ ନିଆଯାଇଥିବା କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସଲମାନ୍ଙ୍କ ନାୟିକା ହେବା ନିଶ୍ଚିତ ଭାବେ ଦିଶା ପଟାନିଙ୍କ ପାଇଁ ଏକ ବଡ଼ କଥା ହେବ।