‘ସଞ୍ଜୁ’ ପରେ ନିଜର ଲୁକ୍‌ରେ ଏଭଳି ପରିବର୍ତ୍ତନ ଆଣିଲେ ରଣବୀର,ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ମୁମ୍ବାଇ : ଫିଲ୍ମ ‘ସଞ୍ଜୁ’ର ରିଲିଜ ପରେ ବଲିଉଡ୍‌ ଅଭିନେତା ରଣବୀର କପୁର ଏବେ ଚର୍ଚ୍ଚାରେ । ବଡ଼ ବଡ଼ ନିର୍ଦ୍ଦେଶକ ତାଙ୍କ ସହ ଫିଲ୍ମ କରିବାକୁ ଚାହୁଁଥିବା ବେଳେ ୨୦୧୮ର ଏ ପର୍ଯ୍ୟନ୍ତ ସବୁଠାରୁ ହିଟ୍‌ ଫିଲ୍ମ ରହିଛି ସଞ୍ଜୁ । ଏହି ଫିଲ୍ମର ସଫଳତା ପରେ ରଣବୀର ଏବେ ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ଥିବା ଜଣାପଡ଼ିଛି । ତେବେ ଏ ମଧ୍ୟରେ ତାଙ୍କର ଏକ ଭିନ୍ନ ଲୁକ୍‌ ଦେଖିବାକୁ ମିଳିଛି । ରଣବୀର ନିଜର ଏହି ନୂଆ ଲୁକ୍‌ର ଫଟୋ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଥିବା ବେଳେ ଏହି ଫଟୋ ସେ ରେନଲ୍ଟ କମ୍ପାନୀର ସେଲ୍‌ସମ୍ୟାନ୍‌ ବନିଥିବା ଦେଖା ଯାଇଛି ।

aajtak.intoday.in

କିନ୍ତୁ ଏହି ଫଟୋ ପଛର ରାଜ କ’ଣ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏହି ଫଟୋ ଦେଖି ରଣବୀର ସବୁ ଅସମ୍ଭବକୁ ସମ୍ଭବ କରି ପାରିବେ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ଫିଲ୍ମ ‘ସଞ୍ଜୁ’ରେ ସେ ଯେଉଁ ଭଳି ଭାବରେ ସଞ୍ଜୟ ଦତ୍ତଙ୍କ ନକଲ କରିଥିଲେ ତାହା ଦେଖିବା ପରେ ସମସ୍ତେ ତାଙ୍କୁ ଏପରି କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର