ବିବାହର ୪୬ବର୍ଷ ପରେ ମଧ୍ୟ ଏହି କଥାକୁ ନେଇ ଝଗଡ଼ା କରୁଛନ୍ତି ଅମିତାଭ-ଜୟା

ମୁମ୍ବାଇ : ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଯୋଡ଼ି ମଧ୍ୟରେ ରହିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ । ଦୁହିଁଙ୍କ ଜୀବନରେ ଅନେକ ଝଡ଼ ଆସିବା ସହ ଅନେକ ତାଙ୍କ ବିବାହକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ସବୁ ପରେ ବି ଆଜି ସେମାନେ ୪୬ବର୍ଷ ସାଥୀରେ ବିତାଇ ସାରିଲେଣି । କିନ୍ତୁ ଏହି ୪୬ବର୍ଷ ମଧ୍ୟରେ ଏକ ସାଧାରଣ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହୁଏ, ଯାହା ବିଷୟରେ କୌନ୍‌ ବନେଗା କରୋଡପତିରେ ଜଣାଇଛନ୍ତି ବିଗ୍‌ ବି ।

शादी के 46 साल, अमिताभ-जया के बीच इस बात को लेकर हो जाता है 'झगड़ा'
aajtak.intoday.in

ସୂଚନା ମୁତାବକ, କୌନ୍‌ ବନେଗା କରୋଡପତିରେ ଜଣେ ପ୍ରତିଯୋଗୀଙ୍କୁ କେତେ ବର୍ଷ ହେଲାଣି ବିବାହ କରିଛ ବୋଲି ପଚାରିଥିଲେ ବିଗ୍‌ ବି । କିନ୍ତୁ ପ୍ରତିଯୋଗୀଜଣଙ୍କ ଠିକ୍‌ ଭାବରେ କହି ପାରି ନଥିଲେ । ଏହା ଜାଣି ବିବାହର ତାରିଖ ସବୁବେଳେ ମନେ ରଖିବା ଦରକାର ବୋଲି ବିଗ୍‌ ବି କହିଥିଲେ । ପରେ ପ୍ରତିଯୋଗୀଜଣଙ୍କ ବିଗ୍‌ ବିଙ୍କୁ ପ୍ରଶ୍ନ କରିଥିଲେ, ଜୟା ମ୍ୟାଡ଼ାମ୍‌ ଆପଣଙ୍କୁ ବିବାହ ତାରିଖ ମନେ ପକାନ୍ତି କି? ଏହାର ଉତ୍ତର ରଖି ଏହି କଥାକୁ ନେଇ ଆମ ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ହୋଇ ଯାଇଥାଏ । ସେଥି ପାଇଁ ମୁଁ ସବୁବେଳେ ବିବାହ ତାରିଖ ମନେ ରଖିବା ପାଇଁ ଚେଷ୍ଟା କରିଥାଏ ବୋଲି କହିଥିଲେ ବିଗ୍‌ ବି ।

ସମ୍ବନ୍ଧିତ ଖବର