କରଣ ଜୋହର ଏବଂ ମନୀଷ ମଲହୋତ୍ରାଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଚର୍ଚ୍ଚା!

ମୁମ୍ବାଇ : ବଲିଉଡର ଫ୍ୟାସନ ଡ଼ିଜାଇନର ମନୀଷ ମଲହୋତ୍ରା ଏବଂ ନିର୍ଦ୍ଦେଶକ କରଣ ଜୋହରଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଦୁଇ ଜଣଙ୍କ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଥିବା ବେଳେ ଏବେ ମନୀଷ ଏ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । କରଣଙ୍କ ସହ ତାଙ୍କର ପ୍ରେମ ସଂପର୍କ ରହିଛି ବୋଲି ସେ ନିଜେ ସମସ୍ତଙ୍କୁ ସ୍ପଷ୍ଟ ଭାବରେ ଜଣାଇଛନ୍ତି । ଆଗରୁ ଦୁଇ ଜଣଙ୍କୁ ଏକା ସାଙ୍ଗରେ ପାର୍ଟି କରୁଥିବାର ଦେଖା ଯାଇଥିଲା । ଯାହା ଫଳରେ ଦୁଇ ଜଣଙ୍କ ମଧ୍ୟରେ କିଛି ସଂପର୍କ ରହିଛି ବୋଲି ଲୋକମାନେ ଚର୍ଚ୍ଚା କରିବା ଆରମ୍ଭ କରିଥିଲେ । ସେ ସମୟରେ ଦୁଇ ଜଣ ଏ କଥାକୁ ନେଇ କିଛି କହି ନଥିବା ବେଳେ ଏବେ ଏ ନେଇ ସ୍ପଷ୍ଟ କରିଛନ୍ତି ମନୀଷ ।

India Today

କିଛି ଦିନ ତଳେ ମନୀଷ କରଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ମନୀଷ କରିଥିବା ଜନ୍ମ ଦିନର ପୋଷ୍ଟରେ ଜଣେ ଲୋକ ତୁମେ ଦୁଇ ଜଣ ସାଥିରେ ଭଲ ଦେଖାଯାଅ ଏବଂ ଏକ କୌତୁକିଆ ଯୋଡ଼ି ବୋଲି ଲେଖିଥିଲେ । ବ୍ୟବହାରକାରୀଙ୍କ ଏହି ପୋଷ୍ଟ ପରେ ମନୀଷ ଏହି ପୋଷ୍ଟକୁ ହାର୍ଟ ଚିହ୍ନ ଦେଇଥିଲେ । ମନୀଷଙ୍କ ଏହି ପ୍ରତିକ୍ରିୟା ପରେ ଦୁଇ ଜଣଙ୍କ ମଧ୍ୟରେ ଥିବା ସଂପର୍କକୁ ସେ ଗ୍ରହଣ କରୁଛନ୍ତି ବୋଲି ଜଣା ପଡ଼ିଥିଲା ।

ସମ୍ବନ୍ଧିତ ଖବର