କେବଳ ଅଭିନୟ ଯଥେଷ୍ଟ ନୁହେଁ ବୋଲି ନାୟିକାମାନେ କରୁଛନ୍ତି ଏହି କାମ

ମୁମ୍ବାଇ: ବଲିଉଡ ନାୟିକାମାନେ ଯେତେ ରୋଜଗାର କରିଲେ ବି ତାହା ସେମାନଙ୍କ ପାଇଁ ଯଥେଷ୍ଟ ନୁହେଁ ବୋଲି ମନେ କରନ୍ତି। ସେମାନେ ଅନ୍ୟ କାମରେ ବି ହାତ ଦେଇ ରୋଜଗାର କରୁଛନ୍ତି ।ଆସନ୍ତୁ ଜାଣିବା ସେ ବିଷୟରେ…
ତାପସୀ ପାନୁ: ବଲିଉଡର ଜଣେ ନାମୀ ନାୟିକା ହେଲେ ତାପସୀ ପାନୁ । ତାଙ୍କୁ ଦର୍ଶକ ଚଷମେ ବଦୁର୍‌, ମେଁ ତେରା ହିରୋ , ପିଙ୍କ୍‌ ,ଜୁଡଓ୍ଵା-୨ ଓ ମୁଲକ୍‌ ଭଳି ହିନ୍ଦୀ ସିନେମାରେ ଦେଖିଛନ୍ତି । ତାପସୀ ପାନୁଙ୍କର ସାଇଡ୍‌ ବିଜିନେସ୍‌ ହେଲା ଓ୍ଵଡିଂ କଂପାନି । ହଁ ସେ ନିଜ ଭଉଣୀ ସଗୁନ୍‌ ପାନୁଙ୍କ ସହିତ ମିଶି ‘ ଦ ଓ୍ଵଡିଂ ପ୍ୟାକ୍ଟ୍ରି’ ନାମକ ଏକ ଓ୍ଵଡିଂ କଂପାନିର ପରିଚାଳନା କରୁଛନ୍ତି । ଏହି କଂପାନି ବିବାହ ପାଇଁ ଆବଶ୍ୟକୀୟ ସମସ୍ତ ସାମଗ୍ରୀ ଯୋଗାଇଦେଉଛି । ଏହି ବ୍ୟବସାୟ ତାଙ୍କୁ ଆତ୍ମସନ୍ତୋଷ ଦେଇଛି ବୋଲି ତାପସୀ କହନ୍ତି । ସେ ଏହି ବ୍ୟବସାୟକୁ ଅଭିନୟ ସହିତ ଜାରି ରଖିବେ ବୋଲି କହିଛନ୍ତି ।

ତମନ୍ନା ଭାଟିଆ: ନାୟିକା ତମନ୍ନା ବଲିଉଡରେ ବିଶେଷ ସଫଳତା ହାସଲ କରିନାହାନ୍ତିି । ତାଙ୍କ ଅଭିନୀତ କେତୋଟି ହିନ୍ଦୀ ସିନେମା ହେଳା ହାଉସଫୁଲ୍‌ -ଥ୍ରି, ହିମ୍ମତ୍‌ଓ୍ଵାଲା । ତେବେ ଆପଣ କ’ଣ ଜାଣନ୍ତି ଯେ ତାଙ୍କର ସାଇଡ୍‌ ବିଜିନେସ୍‌ ଅଛି । ୨୦୧୫ରେ ତମନ୍ନା ନିଜର ଜୁଏଲାରି ବ୍ରାଣ୍ଡ୍‌ ଲଞ୍ଚ୍‌ କରିଛନ୍ତି । ଏହାର ନାମ ହେଲା ହ୍ଵାଇଟ୍‌ ଆଣ୍ଡ୍‌ ଗୋଲଡ୍‌ । ଏଥିରୁ ବେଶ୍‌ ଭଲ ଆୟ କରୁଛନ୍ତି ତମନ୍ନା ।

ଅନୁଷ୍କା ଶର୍ମା: ବଲିଉଡର ଲୋକପ୍ରିୟ ନାୟିକା ଅନୁଷ୍କା ଶର୍ମା ଆଦିତ୍ୟ ଚୋପ୍ରା କ ସୁପରହିଟ୍‌ ଫିଲ୍ମ ‘ ରବ୍‌ନେ ବନାଦି ଯୋଡି’ରୁ ଡେବ୍ୟୁ କରିଥିଲେ । ଏହାପରେ ସେ ବ୍ୟାଣ୍ଡ ବାଜା ବାରାତ୍‌ , ସୁଲତାନ୍‌, ପି.କେ ଓ ଜବ୍‌ ତକ୍‌ ହେ ଜାନ୍‌ ଭଳି କେତୋଟି ସୁପରହିଟ୍‌ ଫିଲ୍ମର ନାୟିକା ବନିଛନ୍ତି, ଆଉ ଭଲ ରୋଜଗାର ବି କରୁଛନ୍ତି ଅନୁଷ୍କା । ହେଲେ ସେ ଏତିକିରେ ସନ୍ତୁଷ୍ଟ ହେଲେ ନାହିଁ । ଅନୁଷ୍କା ସାଇଡ୍‌ ବିଜିନେସ ଭାବେ ସିନେ ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଛନ୍ତି । ସେ ନିଜର ପ୍ରଯୋଜନାରେ ‘ଏନ୍‌ଏଚ୍‌ ୧୦’ ଓ ‘ ପରୀ ’ ଭଳି ସିନେମା ନିର୍ମାଣ କରିଛନ୍ତି ।

 

ସମ୍ବନ୍ଧିତ ଖବର