ଅମିତାଭଙ୍କ ଅସୁସ୍ଥତାକୁ ନେଇ ଜୟା କ’ଣ ବୟାନ ଦେଲେ ଜାଣନ୍ତୁ

ମୁମ୍ବାଇ:ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ ଅସୁସ୍ଥ ହେବା ପରେ ତାଙ୍କୁ ଚିକିତ୍ସା କରୁଥିବା ଏକ ଡାକ୍ତରୀ ଟିମ ମଙ୍ଗଳବାର ଯୋଧପୁରଠାରେ ପହଞ୍ଚିଛନ୍ତି। ସେମାନେ ଅଜିତ ଭବନରେ ଅମିତାଭଙ୍କର ଚିକିତ୍ସା କରିବେ ବୋଲି ଜଣାଯାଇଛି।

ତେବେ ଅମିତାଭଙ୍କ ଅସୁସ୍ଥତାକୁ ନେଇ ତାଙ୍କ ପତ୍ନୀ ଜୟା ବଚ୍ଚନ କହିଛନ୍ତି, ‘ତାଙ୍କର ଅଣ୍ଟାରେ ଯନ୍ତ୍ରଣା ଥିଲା। ଏଥିସହିତ ତାଙ୍କୁ ଅନ୍ୟ ରୋଗ ବି ହୋଇଛି। ସେ ଏହା ବି ସ୍ପଷ୍ଟ କରିଛନ୍ତି ଅମିତାଭ ଏବେ ସୁସ୍ଥ ଅଛନ୍ତି। ତେବେ ଅମିତାଭ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ଡାକ୍ତରି ଟିମ୍‌କୁ ଯୋଧପୁର ଡକାଇଥିଲେ। ସେଠାରେ ଅମିତାଭ ତାଙ୍କ ସିନେମା ‘ଠଗସ ଅଫ ହିନ୍ଦୋସ୍ଥାନ’ ସୁଟିଂ କରୁଛନ୍ତି।’

ସୂଚନାଯୋଗ୍ୟ,  ଯେ ଅମିତାଭ ବଚ୍ଚନ ଅସୁସ୍ଥ ଅନୁଭବ କରୁଥିବା ନିଜ ବ୍ଲଗରେ ଲେଖିଥିଲେ। ମଙ୍ଗଳବାର ପ୍ରାୟ ସକାଳ ୫ଟାରେ ସେ ବ୍ଲଗରେ ଏ କଥା ଲେଖିଥିଲେ ଓ ଡାକ୍ତରୀ ଟିମ ଯୋଧପୁର ଆସୁଥିବା କହିଥିଲେ । ଫିଲ୍ମର ଏକ ଯୁଦ୍ଧ ଦୃଶ୍ୟରେ ଓଜନିଆ କଷ୍ଟ୍ୟୁମ ପିନ୍ଧିଥିବାରୁ ସେ କ୍ଲାନ୍ତ ଅନୁଭବ କରୁଥିବା ଲେଖିଥିଲେ ବିଗ ବି । ଏହି ଖବର ପରେ ଏକ ସ୍ୱତନ୍ତ୍ର ବିମାନରେ ତାଙ୍କୁ ମୁମ୍ବାଇ ଅଣାଯାଉଛି ।

ଫିଲ୍ମ ‘ଠଗସ ଅଫ ହିନ୍ଦୋସ୍ଥାନ’ର ସୁଟିଂ ପାଇଁ କିଛି ଦିନ ହେଲା ଅମିତାଭ ରାଜସ୍ଥାନର ଯୋଧପୁରରେ ଅଛନ୍ତି । କିଛି ଦିନ ତଳେ ସେ ସୁଟିଂ ପାଇଁ ଯୋଧପୁର ଯାଇଥିଲେ ଓ ସେହି ସମୟରୁ ହିଁ ସେ ସାମାନ୍ୟ ଅସୁସ୍ଥ ଥିବା କୁହାଯାଉଥିଲା। ଫଳରେ ସୁଟିଂ ଛଡା ଅନ୍ୟ ସମୟରେ ସେ ପ୍ରାୟ ବିଶ୍ରାମ ନେଉଥିଲେ । ଗତ ସପ୍ତାହରେ ମୁମ୍ବାଇର କୋକିଳାବେନ ହସପିଟାଲରେ ଅମିତାଭ ବଚ୍ଚନକୁ ଭର୍ତ୍ତି କରାଯାଇଥିଲା ।

 

ସମ୍ବନ୍ଧିତ ଖବର