ମୋତେ ୧୮ବର୍ଷ ବୟସ ହୋଇଥିଲା ବେଳେ ଜିତେନ୍ଦ୍ରଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିଲି, ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ ସମ୍ପର୍କୀୟ ଉଉଣୀ!
ନୂଆଦିଲ୍ଲୀ: ବଲିଉଡ ଲୋକପ୍ରିୟ ଅଭିନେତା ଜିତେନ୍ଦ୍ରଙ୍କୁ ବିବାଦ ଘେରି ନେଇଛି। ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ଜିତେନ୍ଦ୍ରଙ୍କ ବିରୋଧରେ ହିମାଚଳ ପ୍ରଦେଶରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୀଡିତା ଜିତେନ୍ଦ୍ରଙ୍କ ବିଷୟରେ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି, ମୋତେ ୧୮ବର୍ଷ ହୋଇଥିଲା ଜିତେନ୍ଦ୍ରଙ୍କୁ ୨୮ବର୍ଷ। ସେତେବେଳେ ଜିତେନ୍ଦ୍ର ମୋତେ ଯୌନ ନିର୍ଯାତନା ଦେଇଥିଲେ। ଏହି ମାମଲାରୁ ତଦନ୍ତ କରି ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯାଉ ବୋଲି ପୀଡିତା ପୁଲିସ ନିକଟରେ ପାଇଁ ଦାବି କରିଛନ୍ତି।
ପୀଡିତା କହନ୍ତି, ମୋତେ ୧୮ବର୍ଷ ବୟସ ହୋଇଥିବା ବେଳେ ଜିତେନ୍ଦ୍ର ମୋର ବାପାଙ୍କୁ ଭେଟିଥିଲେ ଏବଂ କହିଥିଲେ ମୁଁ ଝିଅକୁ ଫିଲ୍ମ ସୁଟିଂ ସେଟକୁ ନେଇ ଯାଉଛି। ସେଠାରେ ଜିତେନ୍ଦ୍ର ମୋ ସହିତ ଖରାପ କାମ କରିଥିଲେ। ଏହି ଘଟଣା ପରେ ମୁଁ କାହାକୁ କ’ଣ କହିବି ବୁଝି ପାରି ନଥିଲି, କିଛି ଦିନ ପାଇଁ ସ୍ତବ୍ଧ ହୋଇଯାଇଥିଲି। ଯାହାଫଳରେ ମୁଁ ମାନସିକସ୍ତରରେ ଦୁର୍ବଳ ହୋଇପଡ଼ିଥିଲି। ସବୁବେଳେ ଭୟ ଥିଲା ଜିତେନ୍ଦ୍ର ଜଣେ ନାମୀଦାମୀ ଅଭିନେତା। ଯଦି ମୁଁ ତାଙ୍କ ସମ୍ପର୍କରେ ଏଭଳି କଥା କାହାକୁ କୁହେଁ, ତେବେ ସେମାନେ ମୋର କଥାକୁ ବିଶ୍ୱାସ କରିବେ ନାହିଁ ଏବଂ ମୋତେ ଚିରତ୍ରହୀନା ସଜେଇ ଦେବେ। ମୋର ପିତା-ମାତାଙ୍କ ମୃତ୍ୟୁ ପରେ ସାହାସ ଜୁଟାଇ ଜିତେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିବାକୁ ସ୍ଥିର କରିଲି। କାରଣ ଯଦି ମୋର ପିତା-ମାତା ଯଦି ଜାଣି ଥାଆନ୍ତେ, ଜିତେନ୍ଦ୍ର ମୋ ସହିତ ଏମିତି କାମ କରିଛନ୍ତି ତେବେ ତାଙ୍କୁ ବହୁତ ଦୁଃଖ ହୋଇଥାଆନ୍ତା।
ହୁଏତ ଏହି ଘଟଣାକୁ ସାମ୍ନାକୁ ଆଣିବା ପାଇଁ ବିଳମ୍ବ ହୋଇଯାଇଛି। ତେବେ ମୋ ସହିତ ହୋଇଥିବା ଅନ୍ୟାୟ ବିରୋଧରେ ସ୍ୱର ଉଠାଇବାର ସାହାସ #ମିଠୁ ଜରିଆରେ ଜୁଟାଇ ପାରିଛି। ଏହି ଆନ୍ଦୋଳନ ଜରିଆରେ ଦୁନିଆରେ ଲକ୍ଷଲକ୍ଷ ପୀଡିତା ନିଜ ସହିତ ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ସମ୍ପର୍କରେ ମୁହଁ ଖୋଲି ପାରିବେ ବୋଲି ମୋର ଆଶା।