ସଲମାନଙ୍କ ପାଇଁ ବିବାହ ଉତ୍ସବ ପାଳନକୁ ଅଧାରୁ ଛାଡ଼ି ମୁମ୍ବାଇ ପହଞ୍ଚିଲେ କପିଲ, ଜାଣନ୍ତୁ କାରଣ

ମୁମ୍ବାଇ : ବଲିଉଡରେ ବିବାହ ଋତୁ ଚାଲିଥିବା ବେଳେ ଏବେ ଭାରତର ସବୁଠାରୁ ଚର୍ଚ୍ଚିତ ହାସ୍ୟ ଅଭିନେତା କପିଲ ଏବଂ ଗିନ୍ନୀଙ୍କ ବିବାହ ସେହି ସୂଚୀରେ ସାମିଲ ହୋଇଛି । ବିବାହର ପ୍ରସ୍ତୁତି ସହ ପୂର୍ବ ରୀତିନୀତି ଆରମ୍ଭ ହୋଇ ସାରିଥିବା ବେଳେ ସବୁ ଛାଡ଼ି ସଲମାନଙ୍କ ପାଇଁ କପିଲ ମୁମ୍ବାଇ ପହଞ୍ଚିଥିଲେ ବୋଲି ଜଣାପଡ଼ିଛି । ଯାହା ବିଷୟରେ ଜାଣିବା ପରେ ଗିନ୍ନୀ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ପରେ ଯିବା ପଛର କାରଣ ଜାଣି ସେ ଖୁସି ହୋଇଥିଲେ ।

ସୂଚନା ମୁତାବକ, ବିବାହ କାମ ଆଗକୁ ଥିବାରୁ କପିଲ ନିଜ କମେଡି ସୋ’ର ସୁଟିଂ ଆରମ୍ଭ କରି ଦେଇଛନ୍ତି । ସୋ’ର ପ୍ରଥମ ଅଧ୍ୟାୟରେ ସଲମାନ ଖାନ୍‌ ଅତିଥି ଭାବରେ ଯୋଗ ଦେବାକୁ ଥିବାରୁ ସେ ବିବାହର ରୀତୀନୀତିକୁ ଅଧାରୁ ଛାଡ଼ି ସୁଟିଂ ପାଇଁ ମୁମ୍ବାଇ ପହଞ୍ଚିଥିଲେ ବୋଲି ଜଣାପଡ଼ିଛି । ଡିସେମ୍ବର ଶେଷ ଆଡ଼କୁ କପିଲଙ୍କ ସୋ’ର ପ୍ରଥମ ଅଧ୍ୟାୟ ପ୍ରସାରିତ ହେବାକୁ ଥିବା ବେଳେ ବିବାହ ପରେ ସେ ପତ୍ନୀ ଗିନ୍ନୀଙ୍କୁ ସମୟ ଦେବା ପାଇଁ ପୂର୍ବରୁ ସବୁ କାମ ସାରୁଥିବା କହିଛନ୍ତି । ଯାହାକୁ ଜାଣି ଗିନ୍ନୀ ଖୁସି ହେବା ସହ କପିଲଙ୍କୁ ମୁମ୍ବାଇ ଯିବା ପାଇଁ ଅନୁମତି ଦେଇଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର