ସର୍‌ପ୍ରାଇଜ୍‌ ଭିଜିଟ୍‌ ପାଇଁ ଅକ୍ଷୟଙ୍କୁ ଧନ୍ୟବାଦ୍‌ ଦେଲେ କମେଡି କିଙ୍ଗ୍‌ କପିଲ୍‌

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ୍‌ ଶର୍ମା ଖିଲାଡି ବୟ ଅକ୍ଷୟ କୁମାରଙ୍କ ସହ ତାଙ୍କର ଏକ ଫଟୋ ନିକଟରେ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ସେ ଅକ୍ଷୟଙ୍କ ସହ ତାଙ୍କ ଫଟୋକୁ ଇନ୍‌ଷ୍ଟାରେ ସେୟାର୍‌ ଅଚାନକ ସର୍‌ପ୍ରାଇଜ୍‌ ଭିଜିଟ୍‌ କରି ପତ୍ନୀ ଗିନ୍ନି ଚତୁର୍ଥ ଓ ତାଙ୍କୁ ସର୍‌ପ୍ରାଇଜ୍‌ ଦେଇଥିବାରୁ ଧନ୍ୟବାଦ୍‌ ମଧ୍ୟ ଦେଇଛନ୍ତି। ଏହା ସହ ସେ ଅକ୍ଷୟଙ୍କ ନୂଆ ଚଳଚ୍ଚିତ୍ର ‘କେଶରି’ ନିଶ୍ଚୟ ଦେଖିବାକୁ ଯିବେ ବୋଲି କହିଛନ୍ତି।

ଫଟୋଟି ସେୟାର୍‌ କରି କପିଲ ଲେଖିଛନ୍ତି, ‘କେଶରୀ ଚଳଚ୍ଚିତ୍ରର ବୃହତ୍‌ ଏବଂ ଗ୍ରାଣ୍ଡ୍‌ ଓପେନିଂ ପାଇଁ ଅଭିନନ୍ଦନ। ଏହାକୁ ଦେଖିବା ପାଇଁ ଅପେକ୍ଷା କରିପାରିବିନି। ସର୍‌ପ୍ରାଇଜ୍‌ ଭିଜିଟ୍‌ ପାଇଁ ଧନ୍ୟବାଦ୍‌।’

 

କପିଲ୍‌ ସେୟାର୍‌ କରିଥିବା ଫଟୋରେ ପତ୍ନୀ ଗିନିଙ୍କ ସହିତ ପଞ୍ଜାବୀ କଳାକାର ଗୁରପିତ୍‌ ଘୁଗି ବି ଦେଖିବାକୁ ମିଳିଛନ୍ତି।

ଅକ୍ଷୟଙ୍କ ଅଭିନେତା ଜୀବନର ‘କେଶରି’ ହେଉଛି ଦ୍ୱିତୀୟ ବୃହତ୍‌ ଓପନର୍‌ ଚଳଚ୍ଚିତ୍ର। ପ୍ରଥମ ଦିନରେ ଅକ୍ଷୟଙ୍କ ଏହି ଚଳଚ୍ଚିତ୍ର ୨୧.୫୦ କୋଟି ବ୍ୟବସାୟ କରି ରେକର୍ଡ କରିଛି।

ସମ୍ବନ୍ଧିତ ଖବର