ତୈମୁର ଜନ୍ମ ହେବା ପରେ ଡ଼ାକ୍ତରଙ୍କୁ ପ୍ରଥମେ ଏହି ପ୍ରଶ୍ନ କରିଥିଲେ କରୀନା କପୁର ଖାନ୍‌

ମୁମ୍ବାଇ : ଜନ୍ମ ପରଠାରୁ ହିଁ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ କରୀନା କପୁର ଖାନ୍‌ ଏବଂ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌। ନିଜ ମାତା-ପିତାଙ୍କଠାରୁ ଲୋକପ୍ରିୟତାରେ ଆଗରେ ରହିଛନ୍ତି ତୈମୁର । କୌଣସି ଫିଲ୍ମ ନ କରି ମଧ୍ୟ ତାଙ୍କର ଗୋଟେ ଝଲକ ପାଇଁ ଲୋକେ ଅନାଇ ବସିଥାନ୍ତି । ତେବେ ୨୦୧୬ରେ ତୈମୁରଙ୍କ ଜନ୍ମ ହୋଇଥିବା ବେଳେ ଜନ୍ମ ପରେ ପରେ କରୀନା ଡ଼ାକ୍ତରଙ୍କୁ କ’ଣ ପଚାରିଥିଲେ, ତାହା ସେ ଜଣାଇଛନ୍ତି । ମାତୃତ୍ୱ ଦିବସକୁ ନେଇ ଆୟୋଜିତ କରାଯାଇଥିବା ଏକ ଇଭେଣ୍ଟରେ ଯୋଗ ଦେଇ ଏ ବିଷୟରେ ଖୁଲାସା କରିଥିଲେ ।

The Pioneer

ତାଙ୍କ କହିବା ଅନୁଯାୟୀ, ତୈମୁର ଜନ୍ମ ହେବା ପରେ ପରେ ମୁଁ ତାକୁ କେମିତି ଭଲରେ ବଢ଼ାଇ ପାରିବି ସେ ବିଷୟରେ ପଚାରିଥିଲି । ଜନ୍ମ ହେବା ପରେ ପିଲାମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯାଏ ବୋଲି ମୁଁ ଶୁଣିଥିଲି । ଯାହା ପାଇଁ ମୁଁ ଡ଼ାକ୍ତରଙ୍କୁ ପ୍ରଥମେ ସେ ବିଷୟରେ ପଚାରିଥିଲି । ମୋ ପ୍ରଶ୍ନ ଶୁଣି ଡ଼ାକ୍ତର ମୋତେ ଏକ ଚାଟ୍‌ ପ୍ରସ୍ତୁତ କରି ଦେଇଥିଲେ, ଯାହାକୁ ମୁଁ ଆଜି ପର୍ଯ୍ୟନ୍ତ ଅନୁସରଣ କରି ଆସୁଛି ବୋଲି କହିଥିଲେ କରୀନା ।

ସମ୍ବନ୍ଧିତ ଖବର