ବିଜ୍ଞାପନରେ ମଧ୍ୟ କାମ ମିଳିବ ନାହିଁ ବୋଲି କହୁଥିଲେ ଲୋକେ, ଆଜି ବନିଛନ୍ତି ବଲିଉଡ୍ର ଚକୋଲେଟ୍ ବଏ
ମୁମ୍ବାଇ : ଫିଲ୍ମ ପାଇଁ ସଠିକ୍ କାହାଣୀ ବାଛିବାର କ୍ଷମତା ଥିବାରୁ ଖୁବ୍ କମ ସମୟରେ ବହୁତ ଆଗକୁ ବଢ଼ିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ଆଗକୁ ତାଙ୍କର ୩ଟି ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଯେଉଁଥିରେ ସାମିଲ ଅଛି ଲଭ୍ ଆଜ୍ କଲ-୨, ଭୁଲ ଭୁଲୈୟା-୨ ଏବଂ ପତି ପତ୍ନୀ ଔର୍ ଓ୍ଵ । କାର୍ତ୍ତିକ୍ଙ୍କ ରେକର୍ଡ ଅନୁଯାୟୀ, ସେ ଖୁବ୍ କମ ବଜେଟ୍ର ଫିଲ୍ମରେ କାମ କରୁଥିଲେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥାଏ । ତେବେ ଅନ୍ୟ କଳାକାରଙ୍କ ଭଳି କାର୍ତ୍ତିକ୍ଙ୍କ ଯାତ୍ରା ମଧ୍ୟ ସହଜ ନଥିଲା । ଆରମ୍ଭରୁ ଲୋକେ ତାଙ୍କୁ ବିଜ୍ଞାପନ ପାଇଁ ମଧ୍ୟ ଯୋଗ୍ୟ ନୁହଁ ବୋଲି ଭାବୁଥିବା କଥା କହିଛନ୍ତି କାର୍ତ୍ତିକ୍ ।
Sambad is now on WhatsApp
Join and get latest news updates delivered to you via WhatsApp
ଫିଲ୍ମଫେୟାର ପତ୍ରିକାକୁ ସାକ୍ଷାତକାର ଦେଇ କାର୍ତ୍ତିକ୍ କହିଛନ୍ତି କି, ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଧାଡ଼ିରେ ଠିଆ ହେବା ଏବଂ ପରେ ତୁମେ ଏହା ପାଇଁ ଯୋଗ୍ୟ ନୁହଁ ବୋଲି ଶୁଣିବା ମୋତେ ବହୁତ ଖରାପ ଲାଗୁଥିଲା । ଏଭଳି ହେବା ଦ୍ୱାରା ମୋର ଆତ୍ମବିଶ୍ୱାସ ଭାଙ୍ଗି ଯାଉଥିଲା । ଥରେ ମୋତେ ଜଣେ କାଷ୍ଟିଙ୍ଗ୍ ଡିରେକ୍ଟର କରିଥିଲେ, ତୁମର କିଛି ହୋଇ ପାରିବ ନାହିଁ । ତୁମକୁ ତ ବିଜ୍ଞାପନ ବା ଟିଭି ସୋ’ରେ ମଧ୍ୟ କାମ ମିଳିବା ଅସମ୍ଭବ । ତୁମେ ତୁମ ସମୟ ନଷ୍ଟ କରୁଛ । ସାରା ଜୀବନ ସଂଘର୍ଷ କରି ରହିଯିବ ବୋଲି କହିଥିଲେ । କିନ୍ତୁ ପରେ ସେ ନିଜର ଭୁଲ ବୁଝିବା ସହ ମୋତେ ଫୋନ କରି କ୍ଷମା ମାଗିଥିଲେ ।