ବିବାହ ପୂର୍ବରୁ ଏପରି ଇଚ୍ଛା ଜାହିର କଲେ ଦୀପିକା ପାଦୁକୋନ, କହିଲେ;ଏହି ଦମ୍ପତିଙ୍କ ଭଳି ମୋ ବୈବାହିକ ଜୀବନ ହେଉ

ମୁମ୍ବାଇ: ବଲିଉଡ୍‌ର ବାଜିରାଓ ମସ୍ତାନି ଅଭିନେତା ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ବିବାହ ଉତ୍ସବ ନଭେମ୍ବର ୧୪ ଏବଂ ୧୫ ଅନୁଷ୍ଠିତ ହେବାକୁ ଯାଉଛି । ଏ ନେଇ କିଛି ଦିନ ତଳେ ଦୁହେଁ ସୋସିଆଲ ମିଡ଼ିଆରେ ନିମନ୍ତ୍ରଣ ପତ୍ରର ଫଟୋ ପୋଷ୍ଟ କରି ବିବାହର ଅଧିକାରୀକ ଘୋଷଣା କରିଥିଲେ । ଏହି ଖବର ଆସିବା ପରେ ଏବେ ତାଙ୍କ ପ୍ରଶଂସକମାନେ ଦୁହିଁଙ୍କ ବିବାହ ଦିନକୁ ଅନାଇ ବସିଛନ୍ତି । କିନ୍ତୁ ବିବାହ ପୂର୍ବରୁ ଦୀପିକା ନିଜ ଇଚ୍ଛା ବିଷୟରେ ଜଣାଇଥିବା ଦେଖାଯାଇଛି ।

DNA India

ଏକ ସାକ୍ଷାତକାରରେ ଯୋଗ ଦେଇ, “ବିବାହକୁ ନେଇ ଗୋଟେ ଝିଅ ଯେତିକି ଉତ୍ସାହିତ ଥାଏ ମୁଁ ମଧ୍ୟ ସେତିକି ଅଛି” ବୋଲି କହିଥିଲେ ଦୀପିକା । ବିବାହ ପରେ ଜୀବନଶୈଳୀ ବଦଳିବା ବିଷୟରେ ପଚରାଯିବା ପରେ,”ମୋତେ ଲାଗୁନି ମୁଁ ବିବାହ ପରେ ବଦଳିଯିବି । ମୁଁ ମୋ ମାତା-ପିତାଙ୍କର ବହୁତ ବଡ଼ ଫ୍ୟାନ୍‌ । ମୁଁ ଚାହୁଁଛି କି ମୋର ମଧ୍ୟ ଦାମ୍ପତ୍ୟ ଜୀବନ ତାଙ୍କ ଭଳି ହେଉ ।

ସମ୍ବନ୍ଧିତ ଖବର