ମନଛୁଆଁ ଉତ୍ତର ଦେଇ ମାନୁଷୀ ଜିତିଲେ ବିଚାରପତିଙ୍କ ମନ, କଣ ଥିଲା ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ଓ ପ୍ରିୟଙ୍କା ପାଇଁ ଶେଷ ପ୍ରଶ୍ନ!
ମୁମ୍ବାଇ: ଚୀନର ସାନ୍ୟାଠାରେ ଆୟୋଜିତ ହୋଇଥିବା ମିସ୍ ଓ୍ଵାର୍ଲଡ ଗ୍ରାଣ୍ଡ୍ ଫାଇନାଲ୍ରେ ହରିଆଣାର ୨୦ ବର୍ଷୀୟା ମାନୁଷୀ ଚିଲର ଶେଷ ପ୍ରଶ୍ନର ମନଛୁଆଁ ଉତ୍ତର ଦେଇ ସାରା ବିଶ୍ୱରେ ଏକ ରକମ ଛାଇ ହୋଇଯାଇଛନ୍ତି। ଦୀର୍ଘ ୧୭ ବର୍ଷ ପରେ ପୁଣିଥରେ ମାନୁଷୀଙ୍କ ଜରିଆରେ ଭାରତକୁ ମିଳିଲା ବିଶ୍ୱ ସୁନ୍ଦରୀ ମୁକଟ।
Sambad is now on WhatsApp
Join and get latest news updates delivered to you via WhatsApp
ଶେଷ ରାଉଣ୍ଡ୍ ତଥା ପ୍ରଶ୍ନ-ଉତ୍ତର ରାଉଣ୍ଡ୍ ପାଇଁ ଷ୍ଟେଜ୍ ଉପରେ ଉପସ୍ଥିତ ଥିଲେ ୫ ଦେଶର ୫ ସୁନ୍ଦରୀ। ସମସ୍ତଙ୍କ ପାଇଁ ପ୍ରଶ୍ନ ଥିଲା ଭିନ୍ନ। ଉତ୍ସୁକତାର ସହ ଅପେକ୍ଷା କରିଥିଲେ ଦେଖଣାହାରୀ। ସମସ୍ତଙ୍କ ମନରେ ସେଇ ଗୋଟାଏ ଉତ୍ସାହ। କାହାକୁ ମିଳିବ କେଉଁ ଭଳି ପ୍ରଶ୍ନ, କିଏ ଦେଇପାରିବ ମନଛୁଆଁ ଉତ୍ତର, କିଏ ଜିଣିବ ବିଚାରପତିଙ୍କ ମନ, କାହା ମୁଣ୍ଡରେ ବସିବ ବିଶ୍ୱ ସୁନ୍ଦରୀ ମୁକୁଟ? ସବୁ ଉତ୍ସୁକତାର ଅନ୍ତଃ ଘଟାଇ ଜଣ ଜଣ କରି ସୁନ୍ଦରୀମାନଙ୍କୁ ନିଜର ଦେଶର ନାମ ଧରି ଷ୍ଟେଜ୍ ଉପରକୁ ଡାକିଥିଲେ ଆଙ୍କ୍ର। ପ୍ରଥମେ ଇଂଲଣ୍ଡ, ଦ୍ୱିତୀୟରେ ଫ୍ରାନ୍ସ ଏବଂ ତୃତୀୟରେ ଡାକିଥିଲେ ଇଣ୍ଡିଆ। ଇଣ୍ଡିଆ ଡକାଯିବା ପରେ ଷ୍ଟେଜ୍ରେ ପହଞ୍ଚିଥିଲେ ମାନୁଷୀ।
ମାନୁଷୀଙ୍କୁ ପଚରା ଯାଇଥିବା ପ୍ରଶ୍ନଟି ଥିଲା,‘କେଉଁ ଧରଣର ଚାକିରିଆଙ୍କୁ ସବୁଠାରୁ ବେଶି ଦରମା ମିଳିବା ଉଚିତ ଏବଂ କାହିଁକି?’
ବିଦୁଷୀ ମାନୁଷୀଙ୍କ ଉତ୍ତରଥିଲା, ‘ମାଆ! ଜଣେ ମାଆକୁ ସବୁଠାରୁ ବେଶି ଦରମା ମିଳିବା ଉଚିତ। ସନ୍ତାନ ପ୍ରତି ଜଣେ ମାଆର ସ୍ନେହ, ତ୍ୟାଗ, ଭଲପାଇବା ଓ କର୍ତ୍ତବ୍ୟଠାରୁ ସଂସାର କୌଣସି ଚାକିରି ଊର୍ଧ୍ୱରେ ନୁହେଁ। ଅନ୍ୟ କୌଣସି ଚାକିରିଆ ଜଣେ ମାଆଠାରୁ ବେଶି ଯୋଗ୍ୟ ନୁହଁନ୍ତିି। ଉତ୍ସର୍ଗୀକୃତ ଭାବେ କାମ କରିବା କାହାକୁ କହନ୍ତି ତାହାର ଜ୍ୱଳନ୍ତ ଉଦାହରଣ ମାଆ। ଦରମାର ମାନେ କେବଳ ଅର୍ଥ ବୋଲି ମୁଁ ଭାବେନା। ସ୍ନେହ ଓ ସମ୍ମାନରେ ମିଳୁଥିବା ଉପାହାରକୁ ଦରମା ବୋଲି କୁହାଯାଇପାରେ। ମୋତେ ଲାଗେ ମୋ ମାଆକୁ ସଂସାରର ସବୁତକ ସ୍ନେହ ଓ ସମ୍ମାନ ମିଳିବା ଉଚିତ।’
ସେହିପରି ୧୯୯୪ ମସିହା ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀତାରେ ଭାରତୀୟ ପ୍ରତିଯୋଗୀ ଐଶ୍ୱର୍ଯ୍ୟ ରାୟଙ୍କ ପଚରା ଯାଇଥିବା ଶେଷ ପ୍ରଶ୍ନଟି ହେଉଛି,୧୯୯୪ ମସିହାର ବିଶ୍ୱ ସୁନ୍ଦରୀଙ୍କ ପାଖରେ କେଉଁ ଗୁଣ ରହିବା ଦରକାର?
ଏହି ପ୍ରଶ୍ନର ଖୁବ୍ ସୁନ୍ଦର ଉତ୍ତର ଦେଇଥିଲେ ଭାରତୀୟ ପ୍ରତିଯୋଗୀ ଐଶ୍ୱର୍ଯ୍ୟା। ସେ କହିଥିଲେ ଜଣେ ବିଶ୍ୱ ସୁନ୍ଦରୀର ପ୍ରଧାନ ଗୁଣ ଦୟା ହେବା ଉଚିତ। ଯେଉଁମାନେ ପୂର୍ବରୁ ବି ବିଶ୍ୱ ସୁନ୍ଦରୀ ହୋଇଛନ୍ତି ସେମାନେ ନିଜର ଦୟାଳୁ ସ୍ୱଭାବ ପାଇଁ ପରିଚିତ। ଜଣେ ଉଚିତ ମଣିଷ, ଜଣେ ବିଶ୍ୱ ସୁନ୍ଦରୀର ଆଭୁଷଣ ଦୟା ହେଉ, ତାହା କେବଳ ଧନୀ କିମ୍ବା ପ୍ରଭାବଶୀଳୀ ଲୋକଙ୍କ ପାଇଁ ନୁହେଁ। ଦୟା ଭାବ ଉଭୟ ଧନୀ ଓ ଅବହେଳିତଙ୍କ ପାଇଁ ରହୁ।
ସେହିପରି ୨୦୦୦ ମହିସାରେ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀତାରେ ଭାଗ ନେଇଥିଲେ ଭାରତୀୟ ସୁନ୍ଦରୀ ପ୍ରିୟଙ୍କା ଚେପ୍ରା। ତାଙ୍କ ପାଇଁ ପ୍ରଶ୍ନ ଥିଲା, ଆପଣଙ୍କ ଦୃଷ୍ଟିରେ ବିଶ୍ୱର ସବୁଠାରୁ ସଫଳତମ ମହିଳା କିଏ?
ସୁନ୍ଦରୀ ବିଦୁଷୀ ପ୍ରିୟଙ୍କାଙ୍କ ଉତ୍ତର ଥିଲା ମଦର ଟେରେସା। ମଦର ଟେରେସା କେବଳ ନିଜ ପାଇଁ ନୁହଁନ୍ତି ବରଂ ଅନ୍ୟମାନଙ୍କ ପାଇଁ ଜଣେ ସଫଳ ବ୍ୟକ୍ତିତ୍ୱ। ତାଙ୍କ ପରି ଜଣେ ଦୟାବନ୍ତ ଓ ନରମ ହୃଦୟର ମହିଳାଙ୍କ ବ୍ୟକ୍ତିତ୍ୱ ମୋତେ ଖୁବ୍ ପ୍ରଭାବିତ କରିଛି।