ଏବେ ନୁହେଁ ୬୮ ବର୍ଷ ପୂର୍ବେ ବି ଉଠୁଥିଲା ସେଲ୍‌ଫି; ୧୯୫୦ ମସିହାର ସେଲ୍‌ଫି ସେୟାର୍‌ କଲେ ଲତା ମଙ୍ଗେସ୍‌କର

ନୂଆଦିଲ୍ଲୀ: ଟୁଇଟର୍‌ରେ ସଦା ସକ୍ରିୟ ରହୁଥିବା ଖ୍ୟାତନାମା ଭାରତୀୟ କଣ୍ଠଶିଳ୍ପୀ ଲତା ମଙ୍ଗେସକର୍‌ ସୋମବାର ଏକ ମଜାଦାର୍‌ ଟୁଇଟ୍‌ କରିଛନ୍ତି। ସେ ନିଜର ଯୁବ ବେଳର ଏକ ଫଟୋ ଟୁଇଟର୍‌ରେ ସେୟାର୍‌ କରି ଲେଖିଛନ୍ତି, ‘ନମସ୍କାର, ମୁଁ ନିଜେ ଉଠାଇଥିବା ଏକ ଫଟୋ ସେୟାର କରୁଛି। ଏହି ଫଟୋ ୧୯୫୦ ମସିହାରେ କ୍ଲିକ୍‌ ହୋଇଥିଲା। ଯାହାକୁ ଆଜିକାଲି ସେଲ୍‌ଫି ବୋଲି କହୁଛନ୍ତି।’

ଏହା ସହିତ ଅନ୍ୟ ଏକ ପୋଷ୍ଟ୍‍ରେ ସେ ନିଜର ଆଉ ଏକ ଫଟୋ ବି ସେୟାର କରିଛନ୍ତି। ଯେଉଁଥିଲେ ଲତା ଏକ ଡିଏସ୍‌ଏଲ୍‌ଆର୍‌ କ୍ୟାମେରାରେ ଫଟୋ ନେଉଥିବା ବେଳର ଦୃଶ୍ୟ କଏଦ ହୋଇଛି। ଏହି ଫଟୋ ସେ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ଅବସରରେ ଉଠାଇଥିଲେ ବୋଲି ପ୍ରକାଶ କରିଛନ୍ତି।

ନିକଟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ପରେ ଲତା ଗଣମାଧ୍ୟମରେ କହିଥିଲେ କି ‘ଦ୍ୱିତୀୟ ଥର ପାଇଁ ମୁଁ ମୋ ବାପାଙ୍କୁ ହରାଇଲି। ସେ ମୋତେ ଝିଅ ବୋଲି ଡାକୁଥିଲେ ଓ ମୁଁ ତାଙ୍କୁ ଦାଦା ବୋଲି ଡାକୁଥିଲି। ମୁଁ ତାଙ୍କୁ ମୋ ବାପା ବୋଲି ମାାନୁଥିଲି। ତାଙ୍କ ଦେହାନ୍ତ ମୋତେ ପୁଣି ଥରେ ବାପ ଛେଉଣ୍ଡ କରି ଦେଇଛି।

ସମ୍ବନ୍ଧିତ ଖବର