ନାମୀ ମଡ଼େଲ୍‌ ସୋନାକ୍ଷୀଙ୍କୁ କହିଥିଲେ ‘ଗାଈ’! ଜାଣନ୍ତୁ କାରଣ

ମୁମ୍ବାଇ : ବଲିଉଡ଼ର ଲୋକପ୍ରିୟ ନାୟିକା ସୋନାକ୍ଷୀ ସିହ୍ନାଙ୍କ ହାତରେ ସିନେମା ଥାଉ କି ନଥାଉ,ସେ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ଏବେ ଚର୍ଚ୍ଚା ହେଉଛି କି ସଲମାନ୍‌ ଖାନ୍‌ ନୂଆ ସିନେମା ‘ରେସ୍‌-୩’ରେ ସୋନାକ୍ଷୀଙ୍କୁ ଏକ ସ୍ୱତନ୍ତ୍ର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

ସୋନାକ୍ଷୀ ସିହ୍ନାଙ୍କ ମନ ଅଭିନୟରେ ଥିଲା। କିନ୍ତୁ ସେ ଖୁବ୍‌ ମୋଟି ଥିଲେ,ଯାହା ଏହି କ୍ଷେତ୍ରରେ ପ୍ରତିବନ୍ଧକ ଥିଲା। ସଲମାନ୍‌ ଖାନ୍‌ଙ୍କ ପରାମର୍ଶରେ ସୋନାକ୍ଷୀ ନିଜର ଓଜନ ୩୦ କିଲୋଗ୍ରାମ କମ୍‌ କରିଥିଲେ। ତାଙ୍କର ଓଜନ ଥିଲା ୯୦ କିଲୋଗ୍ରାମ୍‌,ହେଲେ ‘ଦବଙ୍ଗ୍‌’ରେ ନାୟିକା ଭୂମିକା ନିଭାଇବା ବେଳକୁ ସୋନାକ୍ଷୀ ହୋଇଯାଇଥିଲେ ୬୦ କିଲୋଗ୍ରାମ୍‌ର ଯୁବତୀ।

ଆଜିକାଲି ସୋନାକ୍ଷୀ ସିହ୍ନା ଖୁବ୍‌ ହଟ୍‌ ଓ ଫିଟ୍‌ ଦିଶୁଛନ୍ତି। କିନ୍ତୁ ଦିନେ ତାଙ୍କର ମୋଟାପା ଯୋଗୁଁ ଜଣେ ମଡ଼େଲ୍‌ ସୋପାକ୍ଷୀଙ୍କୁ ‘ଗାଈ’ବୋଲି କହି ଚିଡ଼ାଇଥିଲେ।

ଏହା ଏକ ପୁରୁଣା କଥା। ଯେତେବେଳ ସୋନାକ୍ଷୀ ଫିଲ୍ମ ଲାଇନ୍‌କୁ ଆସି ନଥିଲେ,ସେ ଫ୍ୟାସନ୍‌ ସୋ’ ଓ ର‍୍ୟାମ୍ପ୍‌ ଓ୍ଵାକ୍‌ କରୁଥିଲେ। ର‍୍ୟାମ୍ପ ରେ ସୋନାକ୍ଷୀଙ୍କୁୁ ଦେଖି ଜଣେ ନାମୀ ମଡ଼େଲ୍‌ କହିଥିଲେ,‘ଏହି ଗାଈ ର‍୍ୟାମ୍ପ୍‌ରେ କ’ଣ କରୁଛି? ଏକଥା ସୋନାକ୍ଷୀ ସିହ୍ନା ନେହା ଧୂପିଆଙ୍କ ସୋ’ରେ କହିଥିଲେ।

ସ୍କୁଲରେ ବି ସୋନାକ୍ଷୀଙ୍କୁ ପିଲାମାନେ ଚିଡ଼ାଉଥିଲେ।କିନ୍ତୁ ସେଥିପ୍ରତି ସୋନାକ୍ଷୀଙ୍କର ଖାତିର ନ ଥିଲା।

 

ସମ୍ବନ୍ଧିତ ଖବର