ମହମ୍ମଦ ରଫିଙ୍କ ସଂପର୍କରେ ଏ କଥା ଜାଣନ୍ତି !
ପ୍ରଖ୍ୟାତ ଗାୟକ ମହମ୍ମଦ ରଫିଙ୍କ ଜନ୍ମ ଦିବସ ଆଜି
ଆଜି ହେଉଛି ପ୍ରଖ୍ୟାତ ଗାୟକ ମହମ୍ମଦ ରଫିଙ୍କ ଜନ୍ମ ଦିବସ। ସେ ୧୯୨୪ ମସିହା ଡିସେମ୍ବର ୨୪ ତାରିଖରେ ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ସୁଦୀର୍ଘ କ୍ୟାରିଅର ଭିତରେ ୬ ଟି ଫିଲ୍ମ ଫେଆର ଆଓ୍ଵାର୍ଡ ଏବଂ ଗୋଟିଏ ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲେ । ୧୯୬୭ ମସିହାରେ ଭାରତ ସରକାର ମହମ୍ମଦ ରଫିଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ।ତାଙ୍କ କଣ୍ଠନିସୃତ ଗୀତ ମଧ୍ୟରୁ କେତୋଟି ଲୋକପ୍ରିୟ ଗୀତ ହେଲା – ଚାହୁଁଙ୍ଗା ମେଁ ତୁଝେ .., ବାହାରୋଁ ଫୁଲ୍ ବରଷାଓ…, ଆଜା ତୁଝକୋ ପୁକାରେ ମେରା ପ୍ୟାର୍…,ଏବଂ ନଫରତ୍ କି ଦୁନିଆଁକୋ ଛୋଡ କର୍… ଆଦି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ତାଙ୍କ ସଂପର୍କରେ ଅନେକ କଥା ଲୋକେ ଜାଣନ୍ତି ନାହିଁ ଏବଂ ତାଙ୍କ ସଂପର୍କରେ ଆଉ ଏକ କଥା ବହୁତ କମ୍ ଲୋକ ଜାଣନ୍ତି । ଏହା କେବଳ ତାଙ୍କର ପରିବାର ବର୍ଗ ଓ ବନ୍ଧୁବାନ୍ଧବ ତଥା ଗ୍ରାମବାସୀ ଜାଣିଥିଲେ । ବଲିଉଡରେ ଏକଥାକୁ ଲୁଚାଇ ରଖିଥିଲେ ପ୍ରସିଦ୍ଧ କଣ୍ଠଶିଳ୍ପୀ ମହମ୍ମଦ ରଫି ।
ଏହି କଥା ହେଲା ମହମ୍ମଦ ରଫି ଦୁଇ ଥର ବିବାହ କରିଥିଲେ ଏବଂ ତାଙ୍କର ଦୁଇ ଜଣ ପତ୍ନୀ ଥିଲେ । ସେ ତାଙ୍କର କଜିନ୍ ସଂପର୍କୀୟ ଭଉଣୀ ବସୀରାଙ୍କୁ ପ୍ରଥମ ବିବାହ କରିଥିଲେ । ଏହି ବାହାଘର ନିଜର ପୈତୃକ ଗ୍ରାମରେ ହୋଇଥିଲା । କିନ୍ତୁ ବସୀରା ରଫିଙ୍କ ସହିତ ଭାରତରେ ରହିବାକୁ ରାଜି ନ ହେବାରୁ ଉଭୟଙ୍କ ଭିତରେ ବିବାହ ବିଚ୍ଛେଦ ହୋଇଥିଲା । ଭାରତ-ପାକ୍ ବିଭାଜନ ସମୟରେ ସଂଗଠିତ ଦଙ୍ଗାରେ ବସୀରାଙ୍କ ବାପା ମାଆ ପ୍ରାଣ ହରାଇବାପରେ ତାଙ୍କ ପରିବାର ଲାହୋର (ପାକିସ୍ତାନ)କୁ ଚାଲିଯାଇଥିଲେ । ଏଣୁ ବସୀରା ରଫିଙ୍କୁ ଛାଡ଼ି ପାକିସ୍ତାନ ଚାଲିଯାଇଥିଲେ । ତେବେ ବସୀରା-ରଫିଙ୍କର ଜଣେ ପୁଅ ଅଛନ୍ତି । ସେ ହେଲେ ସଇଦ୍ । ଏହାପରେ ସେ ବିଲ୍କିସ୍ଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।