ଛୋଟ ପରଦାକୁ ଛାଡିବେ ନାହିଁ ଅକ୍ଷୟ କୁମାରଙ୍କ ଏହି ନାୟିକା

ମୁମ୍ବାଇ:ସାଧାରଣତଃ କୌଣସି ନାୟିକା ଟେଲିଭିଜନରୁ କ୍ୟାରିଅର ଆରମ୍ଭ କରି ପରେ ସିନେମାରେ ହିରୋଇନ୍‌ ହେବାର ସୁଯୋଗ ପାଇଲେ ସେ ଆଉ ଛୋଟ ପରଦାକୁ ଫେରନ୍ତି ନାହିଁ। କିନ୍ତୁ ନିଜକୁ ଏ କ୍ଷେତ୍ରରେ ଜଣେ ବ୍ୟତିକ୍ରମ ବୋଲି ମନେ କରନ୍ତି ଛୋଟ ପରଦାର ନାଗିନ୍‌ ଓରଫ ମୌନି ରୟ। ସେ ନିକଟରେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ଗୋଲଡ’ର ସୁଟିଂ ଶେଷ କରିଛନ୍ତି। ଆହୁରି ମଧ୍ୟ ସେ ନିର୍ମାତା କରଣ ଜୋହରଙ୍କ ‘ବ୍ରହ୍ମାସ୍ତ୍ର’ରେ ବି ରଣବୀର କପୁର,ଆଲିଆ ଭଟ୍ଟଙ୍କ ସହ ସ୍କ୍ରିନ୍‌ ସେଆର୍‌ କରିବେ।

photo-.firstpost.

ଏବେ ମୌନୀ ବଲିଉଡର ଜଣେ ନାମୀ ନାୟିକାଭାବେ ପରିଗଣିତ ହେଲେଣି। କିନ୍ତୁ ସେ ଯାହା କହିଛନ୍ତି ତାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ହଁ ମୌନୀ କହିଛନ୍ତି ଯେ ସେ ବଡ଼ ପରଦାପାଇଁ କେବେ ବି ଛୋଟ ପରଦାକୁ ଛାଡିପାରିବେ ନାହିଁ। କାରଣ ତାହା ତାଙ୍କର ଘର ଆଉ ପ୍ରଥମ ପ୍ରେମ ଭଳି ଏବଂ ଆଜି ଯାହା ବି ହୋଇଛନ୍ତି ତାହା କେବଳ ଛୋଟ ପରଦା ପାଇଁ ହିଁ ସମ୍ଭବ ହୋଇଛି। ଏଣୁ ପୁଣି ଭଲ ରୋଲ ମିଳିଲେ ସେ ଟେଲି ଦୁନିଆରେ ସକ୍ରିୟ ହେବେ। ଅନ୍ୟପକ୍ଷରେ ଅକ୍ଷୟ କୁମାରଙ୍କ ସହ ତାଙ୍କର କାମ କରିବାର ଅଭିଜ୍ଞତା ବହୁତ ଭଲ । ସେ ଅକ୍ଷୟ କୁମାରଙ୍କ ସହ କାମ କରିଥିବାରୁ ନିଜକୁ ଭାଗ୍ୟବତୀ ମନେ କରନ୍ତି ବୋଲି କହିଛନ୍ତି ମୌନି ରୟ।

ସମ୍ବନ୍ଧିତ ଖବର