‘କେବିସି-୯’ ବିଜୟିନୀ ଅନାମିକାଙ୍କୁ ପୁରସ୍କାର ଅର୍ଥ ଖର୍ଚ୍ଚ କରିବାର ଉପାୟ ବତାଇଲେ ଅମିତାଭ

ମୁମ୍ବାଇ: ଜାମସେଦପୁରର ଅନାମିକା ମଜୁମଦାର ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ସୋ’ ‘କେବିସି-୯’ରେ ଭାଗ ନେଇ ବିଜୟିନୀ ହୋଇଥିଲେ। ଏହି କ୍ରମରେ ‘କେବିିସି-୯’କୁ ମିଳିଛି ପ୍ରଥମ କୋଟିପତି।

ତେବେ ଅନାମିକା ଜଣେ ସମାଜସେବୀ ହେବା ସହିତ ନୃତ୍ୟଶିଳ୍ପୀ ମଧ୍ୟ। ସେ ବସ୍ତିରେ ରହୁଥିବା ପିଲାଙ୍କୁ ନୃତ୍ୟ ଶିକ୍ଷା ଦେଇଥାଆନ୍ତି। ଏଥିସହିତ ସେ ଝାଡଖଣ୍ଡରେ ଫେଥ୍‌ ଇନ୍‌ ଇଣ୍ଡିଆ ନାମକ ଏକ ଏନ୍‌ଜିଓ ଚଳାନ୍ତି। ତାଙ୍କର ଦୁଇଟି କନ୍ୟା ସନ୍ତାନ ଅଛନ୍ତି।

ଅନାମିକା କହିଛନ୍ତି, ମୁଁ କେବିସି-୯’ରେ ବିଜୟିନୀ ହେବା ପରେ ଯେଉଁ ଅର୍ଥ ପାଇଥିଲି ତାହାକୁ ବୁଦ୍ଧିମତାର ସହ ଖର୍ଚ୍ଚ କରିବା ପାଇଁ ଅମିତାଭ ବଚ୍ଚନ ପରାମର୍ଶ ଦେଇଥିଲେ। ଏହି ଟଙ୍କାକୁ  ଚଞ୍ଚଳମନା ହୋଇ ଖର୍ଚ୍ଚ କରିବା ଠିକ୍‌ ନୁହେଁ ବୋଲି କହିଥିଲେ ସେ। ପୁରସ୍କାର ରାଶିରେ ଝାଡଖଣ୍ଡରେ ଫେଥ୍‌ ଇନ୍‌ ଇଣ୍ଡିଆ ଏନ୍‌ଜିଓ ପାଇଁ ମୁଁ ଖର୍ଚ୍ଚ କରିବି। ଏତଦ୍‌ବ୍ୟତୀତ ଏହି ଟଙ୍କାକୁ ମୁଁ ଲୋକମାନଙ୍କ ସୁବିଧା ପାଇଁ ବି ଖର୍ଚ୍ଚ କରିବାର ଯୋଜନା ରଖିଛି।

ଅନ୍ୟପକ୍ଷରେ ଅନାମିକା କହିଛନ୍ତି, ‘କେବିସି-୯’ରେ ୧କୋଟି ଟଙ୍କା ଜିତିବା ପରେ ୭କୋଟି ଟଙ୍କା ଲାଗି ଖେଳିବା ପାଇଁ ବିକଳ୍ପ ଦିଆଯାଇଥିଲା। କିନ୍ତୁ ଏହାର ରିସ୍କ ନେବାକୁ ମୁଁ ଚାହିଁ ନଥିଲି। ଯେତେବେଳେ ଅମିତାଭ ବଚ୍ଚନ ମୋତେ କୋଟିପତି ଘୋଷଣା କରିଥିଲେ ମୋର ଖୁସି କହିଲେ ନସରେ। ମନ ଖୋଲି କାନ୍ଦିବାକୁ ଇଚ୍ଛା ହୋଇଥିଲା, କିନ୍ତୁ ମୁଁ ସମସ୍ତଙ୍କ ସମ୍ମୁଖରେ କାନ୍ଦିବାକୁ ଚାହିଁ ନଥିଲି। ଏମିତିରେ ବି କାନ୍ଦିଥିଲେ ମୋର ଆଖିର କାଜଲ ଖରାପ ହୋଇ ଯାଇଥାଆନ୍ତା ବୋଲି କହିଥିଲେ ଅନାମିକା।

ସମ୍ବନ୍ଧିତ ଖବର