୧୫ ବର୍ଷ ବୟସରେ ନ୍ୟୁଡ୍‌ ସିନ୍‌ ଓ ରେପ୍‌ ସିନ୍‌ ଦେଇଥିଲେ ଏହି ନାୟିକା !

ମୁମ୍ବାଇ: ବଲିଉଡର ଜଣେ ଅଭିନେତ୍ରୀ ମାତ୍ର ୧୫ ବର୍ଷ ବୟସରେ ଏକ ଫିଲ୍ମରେ ଦୁଷ୍କର୍ମ ଦୃଶ୍ୟରେ ଅଭିନୟ କରି ଆଲୋଡନ ସୃଷ୍ଟି କରିଥିଲେ। ଏହି ଅଭିନେତ୍ରୀ ପରେ ଅବଶ୍ୟ ଜଣେ ଲୋକପ୍ରିୟ ନାୟିକାର ମର୍ଯ୍ୟାଦା ଲାଭ କରିଥିଲେ। ଏହି ଅଭିନେତ୍ରୀ ଜଣକ ହେଲେ ପଦ୍ମିନୀ କୋହ୍ଲାପୁରୀ।
ପଦ୍ମିନୀ ଶିଶୁ କଳାକାର ରୂପେ ବଲିଉଡରେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ୧୯୮୦ ପଦ୍ମିନୀ ଫିଲ୍ମ ‘ଗେହରାଇ’ରେ ଏକ ନ୍ୟୁଡ୍‌ ସିନ୍‌ ଦେଇ ହଙ୍ଗାମା କରିଥିଲେ। ତା’ପରେ ସେ ପୁଣି ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ବି.ଆର ଚୋପ୍ରାଙ୍କ ଫିଲ୍ମ ‘ଇନସାଫ୍‌କା ତରାଜୁ’ରେ ଦୁଷ୍କର୍ମ ସିନ୍‌ରେ ନଜର ଆସିଥିଲେ। ଏହି ସିନେମାରେ ପଦ୍ମିନୀଙ୍କ ବ୍ୟତୀତ ରାଜ ବବର ଓ ଜୀନତ ଅମାନ୍‌ ଲିଡ୍‌ ରୋଲରେ ଥିଲେ। ଏହି ଫିଲ୍ମରେ ଜଣେ ନାବାଳିକା ଭୂମିକାରେ ନଜର ଆସିଥିଲେ ପଦ୍ମିନୀ। ଏଥିରେ ରାଜ୍‌ ବବରଙ୍କ ସହିତ ତାଙ୍କୁ ଦୁଷ୍କର୍ମ ସିନ୍‌ କରିବାକୁ ପଡ଼ିଥିଲା। ଏହି ସିନ୍‌ ପ୍ରାୟ ୭ରୁ ୮ ମିନିଟ୍‌ ଲମ୍ବା ଥିଲା। ଏହି ସିନ୍‌କୁ ନେଇ ଖୁବ୍‌ ବିବାଦ ଦେଖା ଦେଇଥିଲା।
ଶିଶୁ କଳାକାର ଭାବେ ନ୍ୟୁଡ୍‌ ସିନ୍‌ ଓ ରେପ୍‌ ସିନ୍‌ ଦେବା ପରେ ପଦ୍ମିନୀ କୋହ୍ଲପୁରୀଙ୍କୁ ବଲିଉଡରେ ସମସ୍ତେ ଆଡଲ୍‌ଟ ଆକ୍‌ଟ୍ରେସ୍‌ ବୋଲି ସମ୍ବୋଧନ ମଧ୍ୟ କରିଥିଲେ।


ଏହି ବୋଲ୍‌ଡ ସିନ୍‌ ହେତୁ ଲୋକେ ପଦ୍ମିନୀଙ୍କୁ ବୋଲ୍‌ଡ ଆକ୍‌ଟ୍ରେସ୍‌ ନଜରରେ ଦେଖିବାକୁ ଲାଗିଲେ।ତେବେ ‘ଗେହେରାଇ’ ଓ ‘ଇନ୍‌ସାଫ୍‌ କା ତରାଜୁ’ପରେ ସେ ଅନ୍ୟ କୌଣସି ସିନେମାରେ ସେଭଳି ସିନ୍‌ ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର