ତେଲୁଗୁ ଅଭିନେତ୍ରୀ ଦୁଷ୍କର୍ମ ମାମଲା : ସୋସିଆଲ ମିଡିଆରେ ଶ୍ରୀଙ୍କୁ ମିଳିଲା ଦୁଷ୍କର୍ମ ସହ ହତ୍ୟା ଧମକ

ନୂଆଦିଲ୍ଲୀ : କିଛି ଦିନ ତଳେ ତେଲୁଗୁ ଅଭିନେତ୍ରୀ ଶ୍ରୀ ରେଡ୍ଡି ନିଜ ଉପରେ ହୋଇଥିବା ଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ତାଙ୍କ ସହ କରାଯାଇଥିବା ଦୁଷ୍କର୍ମର ପ୍ରତିବାଦ କରିବାକୁ ଯାଇ ସେ ସର୍ବ ସମ୍ମୁଖରେ ନଗ୍ନ ମଧ୍ୟ ହୋଇଥିଲେ । ପ୍ରଥମେ ତାଙ୍କର ଏପରି ଅବସ୍ଥା ପାଇଁ ଦାୟୀ କିଏ କହି ନଥିବା ବେଳେ ପରେ ସେ ରାଣା ଦୁଗ୍ଗବତୀଙ୍କ ଭାଇ ଅଭିରାମଙ୍କୁ ଦାୟୀ କରିଥିଲେ । ଏହାର ଖୁଲାସା ସେ ଏକ ନିଉଜ୍‌ ଚ୍ୟାନେଲ ମାଧ୍ୟମରେ କରିଥିବା ବେଳେ ଅଭିରାମଙ୍କ ସହ କିଛି ଅନ୍ତରଙ୍ଗ ସମୟର ଫଟୋ ମଧ୍ୟ ଛାଡ଼ିଥିଲେ । ମାମଲାଟି ଥଣ୍ଡା ହୋଇ ଆସୁଥିବା ବେଳେ ଅଭିନେତା ପଓ୍ଵନ କଲ୍ୟାଣଙ୍କ ପ୍ରଶଂସକ ଏହାକୁ ତେଜିଥିବା ଜଣା ପଡ଼ିଛି । ସୋସିଆଲ ସାଇଟ୍‌ରେ ପଓ୍ଵନଙ୍କ ଜଣେ ଫ୍ୟାନ୍‌ ଶ୍ରୀଙ୍କୁ ହତ୍ୟା ସହ ଦୁଷ୍କର୍ମ କରିବାର ଧମକ ଦେଇଥିବା ଜଣା ପଡ଼ିଛି । ଏବେ ଏ ନେଇ ପଓ୍ଵନ ଏବଂ ଶ୍ରୀଙ୍କ ମଧ୍ୟରେ ତର୍କ ଆରମ୍ଭ ହୋଇଯାଇଛି । ପଓ୍ଵନ ତାଙ୍କ ପ୍ରଶଂସକମାନଙ୍କୁ ଏପରି କରିବା ପାଇଁ ଅଟକାଉ ନଥିବାରୁ ଶ୍ରୀ ପଓ୍ଵନଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

Top Breaking News

ସୂଚନା ମୁତାବକ, ନିଜ ସହ ହୋଇଥିବା ଦୁଷ୍କର୍ମର ପ୍ରତିବାଦ କରି ଶ୍ରୀ ଚ୍ୟାନେଲ ମାଧ୍ୟମରେ ଏ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ଶ୍ରୀଙ୍କ ଏପରି କାର୍ଯ୍ୟକୁ ପଓ୍ଵନ ଚର୍ଚ୍ଚାରେ ରହିବା ପାଇଁ ଚେଷ୍ଟା କହିିବା ସହ ପୁଲିସରେ ଯାଇ ଅଭିଯୋଗ କରିବା ପାଇଁ ଶ୍ରୀଙ୍କୁ ଉପଦେଶ ଦେଇଥିଲେ । ପଓ୍ଵନଙ୍କ ଏପରି ମନ୍ତବ୍ୟ ପରେ ସୋସିଆଲ ସାଇଟ୍‌ରେ ୩ଥର ବିବାହ କରିଥିବା ପୁରୁଷ ଆଜି ପର୍ଯ୍ୟନ୍ତ ନାରୀମାନଙ୍କୁ ସମ୍ମାନ ଦେଇ ଜାଣିନ । ତୁମର ସାହାସ କିପରି ହେଲା ମୁଁ କ’ଣ କରିବା ଦରାକର କ’ଣ ନୁହେଁ ସେ ବିଷୟରେ ଉପଦେଶ ଦେବା ପାଇଁ । ଦିନ ଥିଲା ମୁଁ ତୁମକୁ ଭାଇ ବୋଲି ଡ଼ାକିଥିଲି । କିନ୍ତୁ ଏହି ଘଟଣା ପରଠାରୁ ତୁମକୁ କେହି ଭାଇ ଡ଼ାକିବେନି ବୋଲି ସେ ଲେଖିଥିଲେ । ଶ୍ରୀଙ୍କର ପଓ୍ଵନଙ୍କୁ ଏପରି ଅସମ୍ମାନ କରିବା ଦେଖି ପଓ୍ଵନଙ୍କ ପ୍ରଶଂସକମାନେ ସୋସିଆଲ ସାଇଟ୍‌ରେ ଶ୍ରୀଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରି ଦେଇଥିଲେ । ଏହା ସହ କିଛି ଲୋକ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ । ପଓ୍ଵନଙ୍କ ପ୍ରଶଂସକଙ୍କ ଏପରି କାର୍‌ନାମା ଦେଖି ଶ୍ରୀ ପଓ୍ଵନଙ୍କୁ ସେମାନଙ୍କୁ ରୋକିବା ପାଇଁ କହିଥିଲେ । ଯଦି ସେ ସେପରି ନ କରନ୍ତି ତା’ହେଲେ ସେ ଏ ନେଇ ପୁଲିସରେ ଅଭିଯୋଗ କରିବେ ବୋଲି ମଧ୍ୟ କହିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର