ବନ୍ଧୁ ମୋ ସ୍ପର୍ଶକାତର ଅଙ୍ଗକୁ ଛୁଇଁବାକୁ ଚେଷ୍ଟା କରିଥିଲେ, ଜାଣନ୍ତୁ କେଉଁ ନାୟିକା କହିଲେ ଏ କଥା

ମୁମ୍ବାଇ: ଯେଉଁ ସମୟରେ ପୂଜା ଭଟ୍ଟ ନାୟିକା ଭୂମିକାରେ ନଜର ଆସୁଥିଲେ ,ସେତେବେଳେ ସେ ଖୁବ୍‌ ଚର୍ଚ୍ଚାରେ ରହୁଥିଲେ। ସେ ଅନେକ ହିଟ୍‌ ଫିଲ୍ମରେ ନାୟିକା ଭାବେ ନଜର ଆସିଛନ୍ତି। ତାଙ୍କୁ ଶେଷ ଥର ପାଇଁ ଦର୍ଶକ ୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ସନମ୍‌ ତେରି କସମ୍‌’ରେ ଦେଖିବାକୁ ପାଇଥିଲେ। ଏଥିରେ ପୂଜାଙ୍କ ବିପକ୍ଷରେ ସୈଫ ଅଲ୍ଲୀ ଖାନ୍‌ ନଜର ଆସିଥିଲେ।
ଏବେ ପୂଜା ଭଟ୍ଟ ‘ସଡକ୍‌-୨’ରେ ଅଭିନୟ କରିବାକୁ ଯାଉଛନ୍ତି। ଏଥିରେ ସଂଜୟ ଦତ୍ତ, ଆଲିଆ ଭଟ୍ଟ ଓ ଆଦିତ୍ୟ ରୟ କପୁର ପ୍ରମୁଖଙ୍କୁ ବି ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଦେଉଛନ୍ତି ପୂଜା ଓ ଆଲିଆଙ୍କ ପିତା ମହେଶ ଭଟ୍ଟ। ଆଜିକାଲି ପୂଜା ଭଟ୍ଟ କେବଳ ନିଜର ଆଗାମୀ ସିନେମାକୁ ନେଇ ଚର୍ଚ୍ଚାରେ ନାହାନ୍ତି। ସେ ନିଜ ଜୀବନରେ ଘଟିଥିବା ଏକ ଯୌନ ଶୋଷଣ ପ୍ରସଙ୍ଗରେ ବି ଚର୍ଚ୍ଚିତା ହୋଇଛନ୍ତି।
ପୂଜା ଭଟ୍ଟ ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଥରେ ବିମାନ ବନ୍ଦରରେ ବସିଥାନ୍ତି। ତାଙ୍କ ପାଖରେ ବସିଥିବା ପୁରୁଷବନ୍ଧୁ ଜଣଙ୍କ ତାଙ୍କ ଛାତି ଉପରେ ହାତ ପକାଇବାକୁ ଚେଷ୍ଟା କରିଥିଲେ।


ପୂଜା ଭଟ୍ଟ ଆହୁରି ମଧ୍ୟ କହିଛନ୍ତି ଯେ,ସେ ଜଣେ ମଦ୍ୟପ ଯୁବକ ସହିତ ରିଲେସନ୍‌ସିପ୍‌ରେ ଥିଲେ। ସେତେବେଳେ ସେହି ମଦ୍ୟପ ଯୁବକ ତାଙ୍କୁ ମାଡ଼ ମାରୁଥିଲା। ଯେତେବେଳେ ଏକଥା ସେ ଅନ୍ୟମାନଙ୍କ ଆଗରେ କହିଥିଲେ,ସେତେବେଳେ ସମସ୍ତେ ବିସ୍ମିତ ହୋଇଥିଲେ। ମହେଶ ଭଟ୍ଟଙ୍କ ଭଳି ଜଣେ ଖ୍ୟାତନାମା ନିର୍ଦ୍ଦେଶକଙ୍କ ଝିଅ ହୋଇ ବି ତାଙ୍କୁ ଏଭଳି ଶୋଷଣର ଶିକାର ହେବାକୁ ପଡ଼ିଛି ବୋଲି ପୂଜା କହିଛନ୍ତି।

ସମ୍ବନ୍ଧିତ ଖବର